ହେଡଲାଇନସ୍:

ସାଂସଦ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଂଚ ବାନ୍ଧିବା ଠାରୁ ଲୋକ ଯୋଗାଡ କାର୍ଯ୍ୟରେ ନିୟୋଜିତ ରହିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ : ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା.୧୩/୦୬: ଓଡିଶାରେ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଦେଖିବା ପାଇଁ ମିଳୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରହି ବ୍ୟକ୍ତିଗତ ସହାୟକଙ୍କୁ ରାଜ୍ୟର ବିକାଶର କାମ ଦେଇଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବୁଲି ଜନସାଧାରଣଙ୍କୁ ଅବଗତ କରାଉଛନ୍ତି ଯେ, “ଲୋକଙ୍କ କଥାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଁଚାଇବା ପାଇଁ ଆପଣଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି”ା ସାମ୍ବିଧାନିକ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକୁ ଦେଖିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଓ ସରପଂଚ ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ରହିଥାନ୍ତି । ଓଡିଶାରେ କିନ୍ତୁ ଏହାର ବୀପରିତ ତଥା ବିରଳ ଘଟଣା ଦେଖିବାକୁ ମିଳୁଛି । ସାଂସଦ ଓ ବିଧାୟକମାନେ ବ୍ୟକ୍ତିଗତ ସହାୟକଙ୍କ ପାଇଁ ମଂଚ ବାନ୍ଧିବା ଠାରୁ ଲୋକ ଯୋଗାଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ସମୀର ମହାନ୍ତି ଟ୍ୱିଟ୍ କରି କହିଛନ୍ତି ।

0
0
0
s2sdefault