ଚର୍ଚ୍ଚାରେ ପଦୁ,ଅଣୁ,ଶଶି, ଜ୍ୟୋତି,ଠାକୁର, ଅଭିଲିପସାଙ୍କ ସହ ଅନେକ ମୁହଁ
ସିମୁଳିଆ - ସାଧାରଣ ନିର୍ବାଚନ କିଛି ମାସ ବାକି ରହିଛି। ସିମୁଳିଆ ରେ କିନ୍ତୁ ଆରମ୍ଭ ହୋଇଗଲାଣି ଜୋରଦାର ରାଜନୈତିକ ଚର୍ଚ୍ଚା। ବିଭିନ୍ନ ଦଳର ନେତାଙ୍କୁ ନେଇ ଭୋଟର ମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଲାଣି. ପ୍ରଥମେ ଦେଖିବା ବିଜୁ ଜନତା ଦଳ ସିମୁଳିଆର କଥା। ସିମୁଳିଆ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି ଶାସନ କରି ଆସୁ ଛନ୍ତି ପାଣିଗ୍ରାହୀ ପରିବାର। ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ଏହି ପାଣିଗ୍ରାହୀ ପରିବାର ରୁ ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀ ଅନେକ ଥର ବିଧାୟକ ହୋଇଛନ୍ତି। ତାଙ୍କ ପରେ ତାଙ୍କ ପୁତ୍ର ଜ୍ୟୋତିପ୍ରକାଶ ପାଣିଗ୍ରାହି ଏବେ କାର ବିଧାୟକ ସିମୁଳିଆରେ। ବାପା ପର୍ଶୁରାମ ପାଣିଗ୍ରାହୀ ଥିବା ବେଳେ ତାଙ୍କ ଦ୍ଵାରା 2014 ନିର୍ବାଚନ ବୈତରିଣି ପାରି ହୋଇ ଯାଇଥିଲେ।2019ନିର୍ବାଚନରେ ଶଶି କୁମାର ସାହୁ ଙ୍କ ନିରବତା ଯୋଗୁଁ ଓ ତାଙ୍କ ସମର୍ଥନ ରେ କଷ୍ଟେ ମଷ୍ଟେ ପାର ହେଇଗଲେ! ମନ୍ତ୍ରୀ ପଦ ହାତେଇଲେ ହେଲେ ବାବୁଙ୍କର ଅହଙ୍କାର ଏତେ ମାତ୍ରରେ ବଢ଼ିଗଲା ଯେ ଗୋଟିଏ ଦଳରେ ଥିଲେ ମଧ୍ୟ ସେ ଶଶି କୁମାର ସାହୁ ଙ୍କୁ କୌଣସି ଦିନ ପାଖରେ ବସାଇ ଦେଲେ ନାହିଁ. ପରୋକ୍ଷରେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଲେ ଯାହାର ଫଳ ଗତ ପଞ୍ଚାୟତ ନିର୍ବାଚନ ରେ ପାଣିଗ୍ରାହୀ ବାବୁଙ୍କୁ ପାନେ ଦେବାକୁ ସାହୁ ବାବୁଙ୍କ ସମର୍ଥକ ମାନେ ସଜବାଜ ହେଲେ ଏବଂ ଭଲ କରି ପାନେ ଦେଲେ ଯାହା ଫଳରେ ପାଣିଗ୍ରାହୀ ବାବୁ ଦୁଇଟି ଯାକ ବ୍ଲକ ରୁ ଚେୟାର ମ୍ୟାନ ପଦ ଭାରତୀୟ ଜନତା ପାର୍ଟି ହାତକୁ ଚାଲିଗଲା. ପରେ ପରେ ମନ୍ତ୍ରୀ ପଦ ଗଲା ପାଣଗ୍ରାହୀ ଙ୍କର. ତାଙ୍କ ଉପରେ ଦଳର ମୁଖିଆ ଆଉ ଭରସା ରଖୁନାହାନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ନିର୍ବାଚନ ମଣ୍ଡଳୀରେ । ବାକି ରହିଲା ପଣ୍ଡା ପରିବାର ପଦ୍ମଲୋଚନ ଙ୍କ ଉପରେ ଦଳର କର୍ମୀ ମାନଙ୍କର ଭରସା ନାହିଁ! ସେ ବୟାସାଧିକ୍ୟ କାରଣରୁ ଯୁବପିଢୀ ଙ୍କ ଆସ୍ତା ଭାଜନ ହୋଇ ପାରୁ ନାହାଁନ୍ତି | ପଣ୍ଡାଙ୍କ ବଡ଼ ପୁଅ ଡ଼ା, ଅଣୁ ମାଧବ ଗତ ପଞ୍ଚାୟତ ନିର୍ବାଚନ ରେ ପାଣିଗ୍ରାହୀ ଙ୍କ ଗୋଳିଆ ପାଣି ରେ ନିଜ ବୁଦ୍ଧିମତା ର ପରିଚୟ ଦେଇ ଦୁଇଟି ଯାକ ବ୍ଲକ ନିଜ ପାର୍ଟି ର ଦଖଲକୁ ଆଣି ପାରିଛନ୍ତି । ଖୁବ୍ କମ୍ ଦିନ ଭିତରେ ଖଇରା ସିମୁଳିଆ ବ୍ଲକର ନିଜ ଦଳର କର୍ମୀ ମାନଙ୍କର ଆଶା ଭରସା ବୋଲି କର୍ମୀ ଓ ଭୋଟର ଆଲୋଚନା କରୁଥିବା ବେଳେ ନିଜ ପାରିବାରିକ ଚକ୍ରାନ୍ତରେ ଛନ୍ଦି ହୋଇପଡୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପଦୁ ବାବୁ ଅଭିଜ୍ଞତା ଦୃଷ୍ଟିରୁ ବହୁତ ଚାଲାକ୍ ଚତୁର ବୋଲି ସେ ନିଜେ ଛିଡ଼ା ହବା କଥା କହି ନିଜ ପରିବାର ଟିକେଟ ସୁରକ୍ଷିତ ରଖିବା ପାଇଁ କିଛି ଯୋଜନା ରେ ଅଛନ୍ତି ବୋଲି କେହି କେହି କହୁଥିବା ବେଳେ ଯଦି ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ଏବେଠାରୁ ପଣ୍ଡା ବାବୁ ଙ୍କୁ ଡାକି ସମସ୍ୟାର ସମାଧାନ କରି ଯୁବ ନେତୃତ୍ବ ଅଣୁ ମାଧବ ଙ୍କ ଉପରେ ଆସ୍ଥା ପ୍ରକଟ କରି ପାରନ୍ତି ଆଗାମୀ ଦିନରେ ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳନ୍ତା ବୋଲି ଚର୍ଚ୍ଚା ଜୋର ଚାଲିଛି ।ବିଜେଡ଼ି ଏଣୁ ମାଇଲେ ଗୋହତ୍ୟା ସେଣୁ ମାଇଲେ ବ୍ରହ୍ମହତ୍ୟା ପରିସ୍ଥିତିରେ ଯଦି ଜ୍ୟୋତି ବାବୁଙ୍କୁ ଦଳ ଟିକେଟ ଦିଏ ତାହେଲେ ଘଇତା ପଛକେ ମରୁ ସଉତୁଣୀ ରାଣ୍ଡ ହେଉ ନ୍ୟାୟରେ ସାହୁ ବାବୁଙ୍କ ସମର୍ଥକ ଆଉ ସେ ଭୁଲ କରିବେନି ବୋଲି କହିବୁଲୁ ଥିବା ବେଳେ ଠିକ୍ ଅନୁରୂପ ଅବସ୍ଥା ସାହୁ ବାବୁଙ୍କର ଯଦି ବିଜେଡ଼ି ଶଶି ବାବୁଙ୍କୁ ଟିକେଟ ଦିଏ ପାଣଗ୍ରାହୀଙ୍କ ଅନୁଗତପାଲଟା ଜବାବ ଦେବେ ବୋଲି କହି ବୁଲୁଛନ୍ତି | କାରଣ ଶ୍ରୀ ସାହୁଙ୍କୁ ଅଦ୍ୟାବଧି ମୂଳ ବିଜେଡ଼ି ସହିତ କେବେ କେହି ଦେଖି ନାହାଁନ୍ତି ।ଯଦି ଦଳର ମୁଖିଆ ସାହୁ ପାଣିଗ୍ରାହୀ ବାବୁଙ୍କୁ ଡାକି ବୁଝା ସୁଝା କରି ଖଇରା ବ୍ଲକ ରୁ ନୂଆ ନେତା ଛାଡ଼ି ଦିଅନ୍ତି ଖଇରା ବ୍ଲକ ର ଦୀର୍ଘ ଦିନର ଦାବି ଓ ଏହି ଦୁଇ ନେତାଙ୍କ ସହଯୋଗରେ ବିଜେଡ଼ି ର ପଲା ପୁଣି ଭାରି ହୋଇଯିବ ବୋଲି ଆଲୋଚନା ହେଉଛି | ବାକି ରହିଲା ନବାଗତା ନାରୀ ନେତ୍ରୀ ଖଇରା ବ୍ଲକ ଚେୟାର ମ୍ୟାନ ଅଭିଲିପସା ସାହୁଙ୍କ କଥା. ସେମଧ୍ୟ ଆଶାୟୀ ଭାବରେ ତାଙ୍କର କିଛି ସମର୍ଥକ ମଧ୍ୟ କହି ବୁଲୁଥିବା ବେଳେ ତାଙ୍କର ଦୁଇ ନାଆରେ ଦୁଇଟି ଗୋଡ଼ ଅଛି ବୋଲି ଗତ ପଞ୍ଚାୟତ ନର୍ବାଚନ ଠାରୁ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ନା ଶଶି ସାହୁଙ୍କ ବିଜେଡ଼ି ହୋଇ ପାରୁ ଛନ୍ତି ନା ବିଜେପି ଦଳ ତାଙ୍କୁ ବିଶ୍ୱାସ କରୁଛି | ଯଦି ଶଶି ବାବୁ ବିଜେଡ଼ି ଟିକେଟ ପାଇବେ ମ୍ୟାଡାମ ଅଭିଲିପ୍ସା ଙ୍କୁ ବିଜେପି ରେ ଖୋଜିଲେ ସେ ନଥିବେ ବୋଲି ଖଇରା ବ୍ଲକ ରେ ଆଲୋଚନା ଜୋର୍ ଧରିଛି | ତାଙ୍କର ରାଜନୈତିକ ଗତି ନରବା ଗୁଞ୍ଜରେ ଅଶ୍ଵଥାମା ହତ ପରି ଗତି କରୁଛି ।ବାକି ରହିଲେ ଠାକୁର ରଞ୍ଜିତ ଦାସ, ତାଙ୍କ ରାଜନୀତିର ଗତି ବୁଝି ହେଉନି | ସେ ଖଇରା ଅଞ୍ଚଳ ର ଓ ବିଜେପି ର ପୁରୁଣା ଲୋକ ହୋଇଥିଲେ ମଧ୍ୟ ନାମକୁ ମାତ୍ର ବଡ | ହେଲେ ନିର୍ବାଚନ ମଣ୍ଡଳୀରେ ସେମିତି ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇପାରିନଥିବା ବେଳେ ନିର୍ବାଚନ ଆସିଲେ ହାତଗଣତି କିଛି ସମର୍ଥକ ଙ୍କ ଜରିଆରେ ଖଇରା ସିମୁଳିଆ ରେ ଘୁରି ବୁଲନ୍ତି | ଶୁଣା ଯାଉଛି ଦୁଇ ଜଣ କଜିଆ ଲାଗିଲେ ତୃତୀୟ ଲୋକର ଲାଭ ନ୍ୟାୟରେ ପଦୁ ପଣ୍ଡାଙ୍କୁ ଧରି ଖୁବ୍ ତାରିଫ କରୁଛନ୍ତି |ତାଙ୍କର ହାତ ଧରି ଖୁବ୍ ଅନ୍ତରଙ୍ଗ ବୋଲି ଏବେ ଦେଖେଇ ହଉଛନ୍ତି ବୋଲି କିଛି ବିଜେପି କର୍ମୀ ମାନଙ୍କ ଆଖିରେ ଯାଉନାହିଁ | ଦାଲ ମେଁ କୁଛ କାଲାହେ ବୋଲି ପଦୁ ବାବୁ ଓ ତାଙ୍କ ପୁଅ ମଧ୍ୟରେ କଳି ଲାଗି ରହିଲେ ଠାକୁର ଫାଇଦା ମାରିନେଇ ପାରନ୍ତି ବୋଲି ବିଜେପି ର କିଛି କର୍ମୀ ଜାଣି ପାରି ନାକ ଟେକି ସମାଲୋଚନା କରିବା ଆରମ୍ଭ କଲେଣି | ବାପପୁଅ ଶେଷ ମୁହୂତ୍ତରେ ଏକ ହୋଇଗଲେ ତାଙ୍କୁ ନିରାଶ ହେବାକୁ ପଡିପାରେ ବା ଅତିବୁଧିରୁ କାଉ ବିଷ୍ଟା ଖାଇଲା ପରି ପରିସ୍ଥିତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ୨୪ ସାଧାରଣ ନିର୍ବାଚନରେ ସିମୁଳିଆ ରେ ବିଜେଡ଼ି ରଖୁଛି ନା ବିରୋଧୀ ଙ୍କ ହାତକୁ ଯାଉଛି।











