ବାସୁଦେବପୁର/ପ୍ରତାପ ପାଢ଼ୀ: "ବାସୁଦେବପୁର ର ମୌଳିକ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିବେ | ଦାବି ଗୁଡ଼ିକ ଆସନ୍ତା ୧୯ ତାରିଖ ସୁଧା ପୁରଣ କରାଯିବ | ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ମୁଁ ଆପଣ ମାନଙ୍କ ପାଖ କୁ ଆସିଛି | ଭଦ୍ରକର ସମସ୍ତ ସ୍କୁଲ, କଲେଜ କୁ 5 t ରେ ସାମିଲ କରାଗଲା | "ଏମିତି କିଛି କହିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ। ଭଦ୍ରକ ଜିଲ୍ଲାଗସ୍ତର ଦ୍ୱିତୀୟ ଦିନରେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ବାସୁଦେବପୁର ବାସୀ ନିଜ ନିଜର ଅଭିଯୋଗ ନେଇ ଯାଇଥିଲେ। ଗୋଟିଏ ଗୋଟିଏ ଦାବିପତ୍ର ଗ୍ରହଣ କରିଥିଲେ 5-T ସଚିବ। ।
ତେବେ 5-T ସଚିବ ଭି.କେ ପାଣ୍ଡିଆନ କହିଥିଲେ ଯେ ବାସୁଦେବପୁର ବାସୀଙ୍କ ସମସ୍ତ ଦାବି ର ସମାଧାନ କରାଯିବ, ତା ସହିତ ରକ୍ତ ତୀର୍ଥ ଇରମ ଓ ମନ୍ତେଇ ନଦୀ ର ଉନ୍ନତି ଦିଗ ରେ ଅନେକ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁସି ଖବର ଶୁଣାଇବେ ବୋଲି ଆଶା। ଏହି ବାସୁଦେବପୁର ଠାରେ ସକାଳେ ଦଶ ଘଟିକା ସମୟ ରେ ଯାଦବ ପଡିଆ ରେ ହେଲିକେପ୍ଟରେ ଆସି ବସ ଷ୍ଟାଣ୍ଡ, ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଯାଇ ଉନ୍ନୟନ କାର୍ଯ୍ୟ ର ତଦାରଖ କରି ବାସୁଦେବପୁର ରେଏବୀ ହାଇ ସ୍କୁଲ ପଡିଆ ରେ ଏକ ସଭାରେ ଯୋଗ ଦେଇ ମଣ୍ଡାରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପରେ ରକ୍ତତୀର୍ଥ ଇରମ ଅଭିମୁଖେ ଯାଇ ଥିଲେ।
ଏବୀ ହାଇ ସ୍କୁଲ ରେ ଆୟୋଜିତ ସଭା ରେ ଜନ ସାଧାରଣ ଙ୍କ ବିପୁଳ ସମାଗମ ହୋଇଥିଲା। ମିଶନ ଶକ୍ତି ରେ ସଦସ୍ୟା ମା ମାନଙ୍କ ର ଅଧିକ ସଂଖ୍ୟା ରେ ଦେଖିବାକୁ ମିଳିଛି।ଏହି ଅବସର ରେ ମିଶନ ଶକ୍ତି ମା ମାନଙ୍କୁ ଦୁଇ ଟି ପ୍ରଶ୍ନ ସଚିବ ପଚାରି ଥିଲେ ଏବଂ ସଠିକ୍ ଉତ୍ତର ପାଇଥିଲେ।
ମିଶନ ଆଶ୍ରା ମା ମାନଙ୍କ ସହ ଉପସ୍ଥିତ ଜନ ସାଧାରଣ ଙ୍କୁ ଧନ୍ୟବାଦ ଦେଇ ସଭା ସ୍ଥଳ ଛାଡ଼ି ଥିଲେ। ଗସ୍ତ କାର୍ଯ୍ୟକ୍ରମକୁ ଆସିଥିବା ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମହିଳା ଓ ଜନ ସାଧାରଣ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଇଥିଲା। ପ୍ରବଳ ଖରା ଗରମ ଯୋଗୁଁ ପାଞ୍ଚ ଜଣ ମହିଳା ଅସୁସ୍ଥ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବାର ଦେଖା ଯାଇଛି। ଅନ୍ୟ ପକ୍ଷରେ କିଛି ମହିଳା ପିଇବା ପାଣି, ଯିବା ଆସିବା ରେ ଅସୁବିଧା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସଭା ସ୍ଥଳ ରେ ଗଣ ମାଧ୍ୟମ ପ୍ରତିନିଧି ଙ୍କ ପାଇଁ ବସିବା ର ବ୍ୟବସ୍ଥା ନ ଥିବାରୁ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।











