ହେଡଲାଇନସ୍:

"ବିଦ୍ୟୁତ ସେବା ହୁଗୁଳୀ ଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ଦେବ ୫-ଟି ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶା ସରକାରଙ୍କ ବିଦୁ୍ୟତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି: ସତ୍ୟବ୍ରତ ପଣ୍ଡା

  •  ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା ଟାଟା ପାୱାରର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି ଶକ୍ତିମନ୍ତ୍ରୀ

  •  ଭିତିଭୁମି ପାଇଁ ବିନିଯୋଗ ହୋଇଥିବା ୨୦ହଜାର କୋଟି ଟଙ୍କାରେ ବ୍ୟାପକ ଚଂଚକତା ହୋଇଛି

  •  ଓଡିଶାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ବାହାର ରାଜ୍ୟରେ କମ୍ ଦରରେ ବିକ୍ରି କରି ଅନ୍ୟ ରାଜ୍ୟମାନଙ୍କଠାରୁ ଆମ ରାଜ୍ୟ ପାଇଁ ଅଧିକ ଦରରେ କିଣାଯିବା ପଛର ରହସ୍ୟ କଣ ?

  •  ଗଣତନ୍ତ୍ରକୁ ହତ୍ୟା କରୁଥିବା ଏହା ୫-ଟି ଶାସନ ନା ୫-ଟିଙ୍କୁ ତୋଷଣ ନା ୫-ଟି ଜରିଆରେ ଶୋଷଣ ?

ଭୁବନେଶ୍ୱର, ତା.୧୧/୦୬: ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଯେତେ କଷ୍ଟ ଦେଇନାହିଁ, ତାହଠୁ ଅଧିକ ନିର୍ଯ୍ୟାତନା ଦେଉଛି ଅଘୋଷିତ ବିଜୁଳି କାଟ୍ । ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ୍ କାୟା ବିସ୍ତାର କରିସାରିଛି । ଏଭଳି ସମୟରେ ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଯୌକ୍ତିକ ବକ୍ତବ୍ୟ ଓ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି । ଅଘୋଷିତ ବିଜୁଳି କାଟ୍କୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସପିଟାଲ ଅନ୍ଧକାରରେ ଥିବା କାରଣରୁ ତାଙ୍କ ନିଦ ହଜିଯାଇଛି । ଅନ୍ୟ ପଟେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ଶକ୍ତିମନ୍ତ୍ରୀ ଶ୍ରୀ ଦେବ ଗୋଟିଏ ପରେ ଗୋଟିଏ ଗାଲୁ ମାରିଚାଲିଛନ୍ତି । ରାଜ୍ୟ ସରକାରଙ୍କ ନୁହେଁ ବରଂ ବିତରଣ କଂପାନୀରର ପ୍ରବକ୍ତା ଭାବେ ଶ୍ରୀ ଦେବଙ୍କ ଭୁମିକା ସାମ୍ନାକୁ ଆସିଛି । ଓଡିଶା ସରକାରଙ୍କ ବିଦୁ୍ୟତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ ହୋଇଯାଇଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା ଟାଟା ପାଓ୍ôାରର ସ୍ୱାର୍ଥ ରକ୍ଷା ପାଇଁ ଶ୍ରୀ ଦେବ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଜୁଳି କାଟ୍ କଥା ଆସିଲେ ଶକ୍ତିମନ୍ତ୍ରୀ ଭିତିଭୁମି ଅଭାବକୁ ଆଳ କରି ହାତ ଟେକି ଦେଉଛନ୍ତି । ଶକ୍ତି ବିଭାଗର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ କରୁଛନ୍ତି କଣ ? ଟ୍ରାନ୍ସଫରମର, ଗ୍ରୀଡ, ତାର ଭଳି ଆବାଶ୍ୟକୀୟ ଭିତିଭୁମିର ବିକାଶ ପାଇଁ ଗତ ୧୦ ବର୍ଷ ଭିତରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି ଟଙ୍କା ଗଲା କୁଆଡେ ? ଅନ୍ୟ ପଟେ ଭିତିଭୁମି ପାଇଁ ୨୦ହଜାର କୋଟି ଟଙ୍କା ଦିଆଯାଇଥିବାର କଥା କୁହାଯାଇଥିବାବେଳେ ଅଧିଗ୍ରହଣ ସମୟରେ ବିତରକ ଟାଟା ପାୱାର ଏହାକୁ ମାତ୍ର ୧୫୦୦ କୋଟି ଟଙ୍କା ଦର୍ଶାଇଥିଲା, ଯାହାକି ଏକ ବଡ ଆର୍ଥୀକ ଚଂଚକତାକୁ ସ୍ପଷ୍ଟ କରିଛି ଏବଂ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ । ସେହିପରି ୨୦୧୬ ମସିହାରେ ଆରମ୍ଭ ହୋଇ ୫ ବର୍ଷ ଭିତରେ ଶେଷ ହେବାକୁ ଥିବା ଭୁତଳ ବିଜୁଳି ତାର ବସାଇବା କାର୍ଯ୍ୟ ୭ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଏଥି ପାଇଁ କେବଳ ରାଜଧାନୀ ଭୁବନେଶ୍ୱରରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବାବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନପାରିବା ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି ? ସମସ୍ତ ସର୍ତ ଓ ଚୁକ୍ତିକୁ ଖିଲାପ କରି ବେଦାନ୍ତ କଂପାନୀ ବାର୍ଷିକ ୧୨୫୦ କୋଟି ଟଙ୍କାର ବିଜୁଳି ଲୁଟ୍ କରୁଥିବା ଓଇଆରସି କହିବା ପରେ ରାଜ୍ୟ ସରକାରଙ୍କ ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି । ଓଡିଶାରେ ଉତ୍ପାଦିତ ହେଉଥିବା ବିଜୁଳିକୁ ବାହାର ରାଜ୍ୟରେ କମ୍ ଦରରେ ବିକ୍ରି କରି ଅନ୍ୟ ରାଜ୍ୟମାନଙ୍କଠାରୁ ଆମ ରାଜ୍ୟ ପାଇଁ ଅଧିକ ଦରରେ କିଣାଯିବା ପଛର ରହସ୍ୟ କଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଏପରି ଭିତିଭୁମି ପ୍ରସ୍ତୁତ କରାଯାଉଛି, ଯାହା ଦ୍ୱାରା ଘଂଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବୋହିଲେ ମଧ୍ୟ ବିଜୁଳି ଖୁଂଟ ପ୍ରବାବିତ ହେବ ନାହିଁ ବୋଲି ୨୦୨୧-୨୨ ବାର୍ଷିକ ରିପୋର୍ଟରେ ଶକ୍ତି ବିଭାଗ ତରଫରୁ ଘୋଷଣା କରାଯାଇଥିଲା । ଦୁର୍ଭାଗ୍ୟର ବିଷୟ ଯେ, ସାମାନ୍ୟ ପବନ ଓ ଝଡବର୍ଷାରେ ବିଜୁଳି ଖୁଂଟ ମାଟିରେ ମିଶିଯାଉଛି । ରାଜ୍ୟବାସିଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇ ଦେବୁ କହିବା ପରିବର୍ତେ ଶକ୍ତିମନ୍ତ୍ରୀ ବିଜୁଳି କାଟି ଦେବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଢେ ୪ କୋଟି ଓଡିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦାୟୀତ୍ୱ ମିଳିଥିବାବେଳେ ମନ୍ତ୍ରୀ ଶ୍ରୀ ଦେବ ୫-ଟି ସଚିବଙ୍କ ପାଇଁ ମଂଚ ବାନ୍ଧୁଛନ୍ତି ଓ ହେଲିପ୍ୟାଡ ପ୍ରସ୍ତୁତିର ତଦାରଖ କରୁଛନ୍ତି । କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦେଖା ମିଳୁନାହିଁ । ଏହା କେଉଁ ପ୍ରକାରର ଶାସନ ବ୍ୟବସ୍ଥା ? ଗଣତନ୍ତ୍ରକୁ ହତ୍ୟା କରୁଥିବା ଏହା ୫-ଟି ଶାସନ ନା ୫-ଟିଙ୍କୁ ତୋଷଣ ନା ୫-ଟି ଜରିଆରେ ଶୋଷଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
କାଳବୈାଶାଖୀ, ସାମାନ୍ୟ ଝଡକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ନଥିବା ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କେତେ ପ୍ର୍ରସ୍ତୁତ, ତାହା ସାଧାରଣରେ ଅନୁମେୟ । ଯାରାଜ୍ୟବାସୀଙ୍କୁ ୨୪ ଘଂଟିଆ ନିରବିଚ୍ଛନ ବିଜୁଳି ଯୋଗାଣର ପ୍ରତିଶୃତି କେବଳ ସ୍ଲୋଗାନରେ ସୀମିତ ନକରି ଏହାକୁ ସୁନିଶ୍ଚିତ କରାନ୍ତୁ ରାଜ୍ୟ ସରକାର । ନଚେତ୍ ରାଜ୍ୟବାସୀଙ୍କ ଅସନ୍ତୋଷ ବିରୋଧରେ ବଡ ଆନେ୍ଦାଳନର ସମ୍ମୁଖୀନ ପାଇଁ ପ୍ରସ୍ତୁତ ରୁହନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault