ହେଡଲାଇନସ୍:

ରାତ୍ରକାଳୀନ ପୋଲିସ ପେଟ୍ରୋଲିଂ ପାଇଁ ଦୁଇ ଅପରାଧୀ ଙ୍କୁ ଧରିବାରେ ଭଦ୍ରେଶ୍ୱର ପୋଲିସ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମ୍ବାଦିକ ସମ୍ମୀଳନୀ ମାଧ୍ୟମରେ ସତ୍ୟାସତ୍ୟ ପ୍ରକାଶ କଲେ SDPO l 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କଳାକାରନାମା ବୃଦ୍ଧି ହେବାରେ ଲାଗିଛି l ଯେଉଁଥି ପାଇଁ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଚୋରି, ରାହାଜାନି,ହତ୍ୟା, ଆତ୍ମହତ୍ୟା ଭଳି ବହୁ ଘଟଣା ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳିଛି l ଯାହାକୁ ରୋକ ଲଗାଇବା ପାଇଁ ଭଦ୍ରେଶ୍ୱର ଥାନା ପୋଲିସ ପକ୍ଷରୁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରାଯାଇଛି l ଫଳରେ ସ୍ଥାନୀୟ ଅଞ୍ଚଳର ଅପରାଧୀ, ମଦ୍ୟପ, କୁଟଚକ୍ରାନ୍ତି ମାନଙ୍କ ମଧ୍ୟରେ  ଭୟର ବାତାବରଣ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି l ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ପୋଲିସକୁ l ରାତ୍ରିକାଳୀନ ପେଟ୍ରୋଲିଂ ପାଇଁ ପୋଲିସ କୁ ମିଳିଛି ସଫଳତା। ଦୁଇଜଣ ଅଭ୍ୟାସଗତ ଅପରାଧୀ ଅପରାଧ ଯୋଜନା କରୁଥିବା ସମୟରେ ପୋଲିସ ପେଟ୍ରୋଲିଂ ଗାଡି ଗୋଡାଇ ଗୋଡ଼ାଇ ତାଙ୍କୁ  କାବୁ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଗୋଟିଏ ମାଉଜର, 4ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି ଓ ବାଇକ ଜବତ ହୋଇଛି। ସେମାନେ ହେଲେ ସ୍ଥାନୀୟ ଗୋପାଳପୁର ଅଞ୍ଚଳର ଏସ କେ ବସର ଅଲ୍ଲୀ ଓ କେନ୍ଦ୍ରାପଡ଼ା ସଦର ଅଞ୍ଚଳର ଚାନୁ ଖାନ। ଏହି ଦୁଇଜଣଙ୍କ ନାଁରେ କେନ୍ଦ୍ରାପଡ଼ା , କଟକ ଓ ଯାଜପୁର ଅଞ୍ଚଳର ବହୁ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏନେଇ ଭଦ୍ରେଶ୍ୱର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର sdpo ବିମଳ କୁମାର ବାରିକ ସମ୍ପୂର୍ଣ ଘଟଣା ର ସୂଚନା ଦେଇଛନ୍ତି।

0
0
0
s2sdefault