ବାଲୁଗାଁରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଡ. ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ କୁମାର ସାହୁ, ବିଜୁ ଯୁବ ଜନତା ଦୁର୍ଯ୍ୟୋଧନ ବେହେରା, ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ, ସମିତି ସଭ୍ୟା କବିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ମାଟିର ମଣିଷ ହୋଇ ମାଟି ପାଇଁ ଲଢେଇ କରୁଥିବା କହିଥିଲେ । ସାଧନା ରହିଲେ ବିକାଶ ହେବ। ମନ ଥିଲେ ଆଗ୍ରହ ଆସିବ। ୯ ଲକ୍ଷ ୫୦ ହଜାର ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର, ୮ ଲକ୍ଷ ୨୦ ହଜାର ବ୍ୟୟରେ ବାଲୁଗାଁ ଅଙ୍ଗନୱାଡ଼ି କେନ୍ଦ୍ର, ୧୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ବାଲୁଗାଁ ହାଟ, ୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଭଗବତ ଜୀଉ କୋଠଘର, ୭ ଲକ୍ଷ ବ୍ୟୟରେ ନିର୍ମାଣ ଗଡ଼ଭିତର ସାହି କୋଠଘର, ୫ ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ଯଜ୍ଞ ଘର, ୮ ଲକ୍ଷ ବ୍ୟୟରେ ନିର୍ମିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ୨ ଲକ୍ଷ ବ୍ୟୟରେ ହରିଜନ ସାହି କୋଠଘର, ୮ ଲକ୍ଷ ୨୦ ହଜାର ବ୍ୟୟରେ କଣ୍ଟାବଣିଆ ଅଙ୍ଗନୱାଡ଼ି କେନ୍ଦ୍ର, ୩ ଲକ୍ଷ ୫୦ ହଜାର ବ୍ୟୟରେ ତୋଟାସାହି କୋଠଘର, ୮ ଲକ୍ଷ ୨୦ ହଜାର ବ୍ୟୟରେ ଜୟମଙ୍ଗଳ ଅଙ୍ଗନୱାଡ଼ି ଗୃହ, ୧୦ ଲକ୍ଷ ବ୍ୟୟରେ ନିର୍ମିତ ବାଲୁଗାଁ ପଞ୍ଚାୟତ ବିଶ୍ରାମ ଗୃହ ଉଦଘାଟିତ ହୋଇଯାଇଛି। ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ୭୮ ଲକ୍ଷ ବ୍ୟୟରେ ନିର୍ମାଣ ହେଉଥିବା ନୂତନ ଗୃହ ନିର୍ମାଣ କାମର ବିଧାୟକ ତଦାରଖ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨ ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହିଥିଲେ।











