କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡଠାରେ ଚଳିତ ମାସ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ଲାଷ୍ଟିକ ପ୍ରଦୂଷଣ ଜନିତ ଗୁରୁତର ପ୍ରସଙ୍ଗର ସମାଧାନ ଦିଗରେ ଦୃଷ୍ଟିଦେବାକୁ ୰ବିଟ୍ପ୍ଲାଷ୍ଟିକପଲ୍ୟୁସନ୍ ବିଷୟରେ କର୍ମଚାରୀବୃନ୍ଦ, ପରିବାରବର୍ଗ ଏବଂ ସହଭାଗୀ ପ୍ରତିଷ୍ଠାନ ତଥା ଜନସାଧାରଣଙ୍କୁ ସମ୍ପୃକ୍ତ କରି ବିବିଧ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯାଇଥିଲା ।
ଏହି ଦିବସ ପାଳନର ଅଂଶସ୍ୱରୂପ ୟୁଏଆଇଏଲ୍ର ପରିବେଶ ଟିମ୍ କାରଖାନା ପରିସର, ସହରାଞ୍ଚଳ ଏବଂ ପାରିପାଶ୍ୱର୍ିକ ଜନବସତି ଅଞ୍ଚଳଗୁଡିକରେ ବୃକ୍ଷଚାରା ରୋପଣ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପରିବେଶ ବିଷୟ ଉପରେ କର୍ମଚାରୀବୃନ୍ଦ, ସେମାନଙ୍କ ପରିବାରସଦସ୍ୟ, ସହଭାଗୀ ସଂଗଠନ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କୁଇଜ୍ ସମେତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ‘ନୁକଡ ନାଟକ’ ମଧ୍ୟ ମଞ୍ଚସ୍ଥ ହୋଇଥିଲା ।
ଅନୁରୂପ ଭାବରେ ବାଫଲିମାଳି ବକ୍ସାଇଟ ଖଣିଠାରେ ବିଶ୍ୱ ପରିବେଶ ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ତଥା ଅଂଶଗ୍ରହଣରେ ପାଳିତ ହୋଇଛି । ପରିବେଶ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ଚାରା ରୋପଣ କାର୍ଯ୍ୟକ୍ରମ ସହିତ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସ୍ୱଦେଶୀ ବୃକ୍ଷଚାରା ରୋପଣ କରିବା ସହିତ ସେଗୁଡିକ ବଞ୍ଚିରହିବାଯୋଗ୍ୟ ହେବା ପର୍ଯ୍ୟନ୍ତ ସେଗୁଡିକର ଯତ୍ନ ନେବାକୁ ଶପଥ ନେଇଥିଲେ ।
ଏହି କ୍ରମରେ ଚଳିତ ଜୁନ୍ ୯ ତାରିଖରେ କାଶୀପୁର ବ୍ଲକ୍ର ବାରିଗୁଡା ଗ୍ରାମରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉନ୍ନତ’ ଅଧୀନରେ ଏକ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବେଶ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ସହିତ ଏହା ଆରମ୍ଭ ହୋଇଥିବାବେଳେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷିଦ୍ଧ କରିବା ଏବଂ ପରିବେଶ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ଅଗ୍ରଣୀ ଚାଷୀଙ୍କୁ ଜୈବିକ କୃଷି ଜରିଆରେ ପରିବେଶ ସୁରକ୍ଷା ଦିଗରେ ସେମାନଙ୍କର ଅନନ୍ୟ ସଫଳତା ପାଇଁ ସମ୍ମାନିତ କର।।ଇଥିଲା । ଗୋଷ୍ଠୀ ସଦସ୍ୟ ଏବଂ ଉତ୍କଳ ଆଲୁମିନାର କର୍ମଚାରୀ ସ୍ୱେଚ୍ଛାସେବୀଙ୍କୁ ନେଇ ବିହନ ବଲ୍ ପ୍ରସ୍ତୁତି, ଜିଆଖତ ଏବଂ ଜୈବିକ କୀଟନାଶକ ପ୍ରସ୍ତୁତି ଏବଂ ପ୍ରତିରୋପଣ ଆଦି କ୍ଷେତ୍ରଭିତ୍ତିକ କାର୍ଯ୍ୟକଳାପ ଏହି ଅବସରରେ ହାତକୁ ନିଆଯାଇଥିଲାଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଟି କାର୍ଯ୍ୟକଳାପରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ସାମିଲ ହୋଇଥିଲେ । ପ୍ରକୃତି ସହିତ କିଭଳି ସଦ୍ଭାବପୂର୍ଣ୍ଣ ଭାବରେ ଜୀବନ ନିର୍ବାହ କରିହେବ ଏବଂ ସେମାନଙ୍କର ପାରମ୍ପରିକ ତଥା ଅନନ୍ୟ ଜୀବନଶୈଳୀକୁ ନେଇ କିଭଳି ପରିବେଶ ସଂରକ୍ଷଣ କରାଯାଇପାରିବ ତାହା ଆଦିବାସୀ ସମୁଦାୟ ଆମକୁ ଯାହା ପ୍ରଦର୍ଶନ କରିଛନ୍ତି, ତାହାକୁ ଶ୍ରୀ ବେଗକ୍ ପ୍ରଶଂସା କରିଥିଲେ ।
“ଉତ୍କଳ ଆଲୁମିନା ପରିବେଶ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ନିଜର ପ୍ରତିବଦ୍ଧତାରେ ଦୃଢ ରହିବ ଏବଂ ଏକ ସବୁଜ ଏବଂ ଅଧିକ ଦୀର୍ଘସ୍ଥାୟୀ ବିଶ୍ୱ ଗଠନ ଦିଗରେ ନିରନ୍ତର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବ,” ବୋଲି ଶ୍ରୀ ବେଗ୍ ତାଙ୍କ ଉଦ୍ବୋଧନରେ ଉଲ୍ଲେଖ କରିଥିଲେ ।
ପରିବେଶ ଦିବସର ସପ୍ତାହବ୍ୟାପୀ ପାଳନ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପରିବେଶଗତ ସଚେତନତାକୁ ଆଗେଇନେବା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଆପଣେଇବାକୁ ସାମୂହିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସୁଦୃଢ କରିବା ଦିଗରେ ସଂଗଠନର ଉତ୍ସର୍ଗୀକୃତ କାର୍ଯ୍ୟକାରିତାର ଏକ ନିଦର୍ଶନ ହୋଇଛି ।
ରାଜ୍ୟ
ଉତ୍କଳ ଆଳୁମିନାରେ ସପ୍ତାହବ୍ୟାପୀ ପରିବେଶ ଦିବସ ପାଳନ
- Hits: 255












