ପ୍ରଦୀପ ପୁରୋହିତଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ମୃତକ ଧନୁର୍ଜୟଙ୍କ ପରିବାର କୁ ଭେଟିଲେ ବିଧାୟିକା ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆତ୍ମହତ୍ୟା ର ପ୍ରକୃତ କାରଣ ଲୋକଲୋଚନକୁ ଅଣାଯାଉ :- ରାଜୁ ଘିବେଲା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ଆତ୍ମହତ୍ୟା କୁ ନେଇ ଏବେ ଚର୍ଚ୍ଚାର ବଜାର ସରଗରମ ରହିଛି । ଚାହା ଖଟିରୁ ଆରମ୍ଭ କରି ଗାଧୁଆ ତୁଠ ସବୁଠାରେ କେବଳ ଏହି ଗୋଟିଏ ଚର୍ଚ୍ଚା ଯେ ଧନୁର୍ଜ ପାଣ୍ଡେ ଭଳି ଜଣେ ଶାନ୍ତଶିଷ୍ଠ , ନିଷ୍କପଟ , ସରଳ , ମିଷ୍ଟଭାସି ,ମେଳାପୀ ବ୍ୟକ୍ତି ଆତ୍ମହତ୍ୟା କଲା କାହିଁକି ? ତାଙ୍କର ନା ତ ଘରେ କାହାରି ସହିତ କୋଣସି ମନାନ୍ତର ରହିଥିଲା ନା ତ ବାହାରେ । ପରିବାର ଭିତରେ ସମସ୍ତେ ତାଙ୍କୁ ଯଥେଷ୍ଠ ସମ୍ମାନ ଓ ଆଦର କରୁଥିବା ବେଳେ ଘର ବାହାରେ ଲୋକ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ । ପୁଣି ଏମିତି କଣ ହେଲା ଯେ ସେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ । ଯଦି ଧନୁର୍ଜ ଙ୍କୁ ଆତ୍ମହତ୍ୟା କରିବାର ଥିଲା ତେବେ ତାଙ୍କର ଘରେ କିମ୍ବା ଗାଁ ରେ ନ କରି ପୂର୍ବତନ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରେ କଲେ କାହିଁକି ? ଏମିତି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳ ତଥା ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇତି ମଧ୍ୟରେ ବିଧାୟିକା ବର୍ଷା ସିଂ ବରିହା ମୃତକ ଡ୍ରାଇଭର ଧନୁର୍ଜ ପାଣ୍ଡେଙ୍କ ହୀରାପୁର ସ୍ଥିତ ବାସ ଭବନକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ପରିବାର ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ପଦ୍ମପୁର ଠାରେ ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ରାଜୁ ଘିବେଲା ଏକ ସାମ୍ୱାଦିକ ସମ୍ମିଳନୀ କରି ଧନୁର୍ଜଙ୍କ ଆତ୍ମହତ୍ୟା ଘଟଣାରେ ଦୁଖଃ ପ୍ରକାଶ କରିବା ସହିତ ପୂର୍ବତନ ବିଧାୟକଙ୍କ ଏହି ଘଟଣାରେ କଣ ଓ କେମିତି ଭୂମିକା ରହିଛି ସେ ନେଇ ତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବା ସହିତ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟି ଥିବା ଧନୁର୍ଜଙ୍କ ସୁଇସାଇଡ଼ ନୋଟ କୁ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିବା ସହିତ , ଧନୁର୍ଜଙ୍କ ପରିବାରର ଭରଣପୋଷଣ ଦାୟିତ୍ୱ ଓ ସମସ୍ତ ଖର୍ଚ୍ଚ ପ୍ରଦୀପ ପୁରୋହିତ ବହନ କରନ୍ତୁ ବୋଲି ଦାବି କରିଛନ୍ତି ।

0
0
0
s2sdefault