ଓଡ଼ଗାଁ ୧୪ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଶନିବାର ଓଡ଼ଗାଁ ୧୪ ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ ହୋଇଯାଇଛି । ଏହି ଲିଗ୍ ମ୍ୟାଚରେ ଭାଗନେଇଥିବା ୨୧ ଦଳର ଦଳପତି ଏବଂ ଖେଳାଳି ମାନେ ଉପସ୍ଥିତ ରହିଥିଲେ । ଆଜିର ଉଦଘାଟନ ମ୍ୟାଚରେ ରଘୁନାଥ ଆଥଲେଟିକ ଆସୋସିଏସନର ଭେଟରାନ ଦଳକୁ ୨୪ ରନରେ ପରାସ୍ତ କରି ରୟାଲକିଙ୍ଗ୍ ଜିତିଥିବା ବେଳେ ୨ୟ ମ୍ୟାଚରେ ଥ୍ରିଡି ଇମୋର୍ଟାଲ ୭ ଉଇକେଟରେ ସିଭିଲିୟାନ ଡିଫେନ୍ସ ଏକାଡେମୀକୁ ହରାଇଛି । ୧ମ ମ୍ୟାଚରେ ରୟାଲ କିଙ୍ଗ ମ୍ୟାନ ଅଫ୍ ଦି ମ୍ୟାଚ ପ୍ରଶାନ୍ତଙ୍କ ୨୨ ବଲରେ ଦୃତ ୪୯ ରନ୍ ବଳରେ ୧୩୧ ରନ କରିଥିଲା । ଜବାବରେ ଆର ଏଏ ଭେଟରାନ ଦଳ ୧୦ ଓଭରରେ ୧୦୭ରନ କରି ପରାସ୍ତ ହୋଇଥିଲେ । ୨ୟ ମ୍ୟାଚରେ ସିଡିଏ ନିର୍ଦ୍ଧାରିତ ୧୨ ଓଭରରେ ୧୧୩ ରନ ସଂଗ୍ରହ କରିଥିବା ବେଳେ ଥ୍ରିଡି ଇମୋର୍ଟାଲ ମ୍ୟାନ ଅଫ ଦି ମ୍ୟାଚ ଓଁମ ପ୍ରକାଶଙ୍କ ଅର୍ଦ୍ଧଶତକ ବଳରେ ୧୧ ଓଭରରେ ୧୧୪ ରନ୍ ସଂଗ୍ରହ କରି ବିଜୟ ହୋଇଥିଲା । 

ଉଦଘାଟନୀ ଉତ୍ସବରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳି ମାନେ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକଙ୍କ ସହିତ ରଘୁନାଥ ଜିଉଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ଓଡ଼ଗାଁ ମିନିଷ୍ଟାଡିୟମ ଠାରେ ପହଞ୍ଚି ଥିଲେ । ଆଜିର ଖେଳକୁ ତନ୍ମୟ, ରୋହନ, ଅମିତ, ଚନ୍ଦନ, ଉମାକାନ୍ତ, ବିଶ୍ବଜିତ, ରାକେଶ ପରିଚାଳନା କରିଥିବା ବେଳେ ସନ୍ତୋଷ ପ୍ରଧାନଙ୍କ ଦ୍ବାରା ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିବାର ଅନୁଷ୍ଠିତ ହେବାକୁ ଥିବା ୩ ଲିଗ ମ୍ୟାଚରେ ୬ ଗୋଟି ଦଳ ପରସ୍ପରକୁ ଭେଟିବେ।

0
0
0
s2sdefault