ପ୍ରତି ଘରେ “ଫାର୍ମ ଟୁ ପ୍ଲେଟ” ଆନେ୍ଦାଳନକୁ ଅଧିକ ପ୍ରଖର କରିବା ପାଇଁ ମନୋରଞ୍ଜନ ଓ ସୂଚନାର ନିଆରା ମିଶ୍ରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / ବାରିପଦା – ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶାର ବଛା ବଛା ୨୦ଟି ସହରରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମନୋରଞ୍ଜନଧର୍ମି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜୁନ ୧୦ ଓ ୧୧ ତାରିଖରେ ବାରିପଦାର ବାଲେଶ୍ୱର ଗୋଲାଇରେ ଅବସ୍ଥିତ ଇଣ୍ଡିଆ ମଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ କୃଷି ବିଭାଗ ଏବଂ ମଲ୍ରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯୋଗଦେବେ । ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ରାଜ୍ୟରେ “ଫାର୍ମ ଟୁ ପ୍ଲେଟ” ଆନେ୍ଦାଳନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ରୋମାଂଚକର ଆଭିମୁଖ୍ୟ ଗ୍ରହଣ କରୁଛି ।
ସ୍ଥାନୀୟ ସେଫ୍ମାନଙ୍କ ସହଯୋଗରେ ଗୃହିଣୀମାନଙ୍କୁ ନୂଆ ନୂଆ ରେସିପି ଶିଖାଇବା ପାଇଁ ଏଭଳି ମନମତାଣିଆ କାର୍ଯ୍ୟକ୍ରମର ଆୟୋଜନ କରି ଓଡ଼ିଶା ମିଲେଟ୍ସ ମିଶନର ଏହି ପଦକ୍ଷେପ ନିଶ୍ଚିତ ଭାବରେ ପ୍ରଭାବ ବିସ୍ତାର କରିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ମନୋରଞ୍ଜନ ମାଧ୍ୟମରେ ଆସୁଥିବା ଦର୍ଶକ ମାନଙ୍କ ମନରେ ମିଲେଟକୁ ନିଜର ଦୈନନ୍ଦିନ ଖାଦ୍ୟର ଅଂଶବିଶେଷ ଭାବରେ ଗ୍ରହଣ କରିବାପାଇଁ ପ୍ରେରଣା ଦେବା ।
କାର୍ଯ୍ୟକ୍ରମର ଆରମ୍ଭରେ ଏଙ୍କର ପର୍ସନ ଉପସ୍ଥିତ ଦର୍ଶକଙ୍କୁ ଓଡ଼ିଶା ମିଲେଟ୍ସ ମିଶନର ପରିଚିତି କରାଇବା ସହ କାର୍ଯ୍ୟକ୍ରମ ବିଷୟରେ ଧାରଣା ଦେବେ ଏବଂ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ଏହାପରେ ହାସ୍ୟ ନାଟିକା ମାଧ୍ୟମରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣର ଅଭ୍ୟାସ ବିଷୟରେ ଅବଗତ କରାଯିବ ଏବଂ ଉପସ୍ଥିତ ଦର୍ଶକ ମାନଙ୍କ ଉପରେ ଏକ ପ୍ରଭାବ ବିସ୍ତାର ପାଇଁ ମିଲେଟର ପୈାଷ୍ଟିକ ଗୁଣ ସମ୍ପନ୍ନ ଏକ ଶିକ୍ଷଣୀୟ ଫିଲ୍ମ ପ୍ରଦର୍ଶିତ ହେବ ।
କାର୍ଯ୍ୟକ୍ରମକୁ ଅଧିକ ଉତ୍ସାହପ୍ରଦ କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ଏକ କୈାତୁହଳପୂର୍ଣ୍ଣ ପ୍ରତିଯୋଗିତା ଯୋଜନା କରିଛି । ଅଂଶଗ୍ରହଣକାରୀମାନେ ଏବଂ ଦର୍ଶକ ମାନେ ହେବେ ପ୍ରଚଣ୍ଡ ଉତ୍ସାହିତ । ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ରୋମାଂଚକର ପୁରଷ୍କାର ଏବଂ ଉପହାର ଜିତିବାର ସୁଯୋଗ ସହ ସୃଷ୍ଟି କରିବ ଏକ ଆନନ୍ଦଦାୟକ ଓ ଉତ୍ସାହପ୍ରଦ ବାତାବରଣ ।
ବାରିପଦାବାସୀଙ୍କୁ ଏହି ଉତ୍ସବରେ ଆମନ୍ତ୍ରଣ କରି ଓଡ଼ିଶା ମିଲେଟ୍ସ ମିଶନ ସେମାନଙ୍କୁ ମିଲେଟ୍ସର ଉପକାରିତା ବିଷୟରେ ସଚେତନ କରିବା ସହ ସ୍ଥାନୀୟ ମିଲେଟ୍ସ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପାଇଁ ପ୍ରେରିତ କରିବ । ଆଂଚଳିକ ସ୍ତରରେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକ ମାନଙ୍କ ମଧ୍ୟରେ ମିଲେଟ୍ସର ଗ୍ରହଣୀୟତା ବୃଦ୍ଧି ପାଇବା ସହ ରାଜ୍ୟର ସ୍ୱାସ୍ଥ୍ୟ ଓ ଅର୍ଥନୀତି ସୂଚକାଙ୍କ ଉପରେ ଅଧିକ ପ୍ରଭାବ ପକେଇବ ।

0
0
0
s2sdefault