ନୂତନ ଅଫିସ ଗୃହ ପାଇଁ 50 ଲକ୍ଷ ଟଙ୍କା ମଞ୍ଜୁର : କାର୍ଯ୍ୟ ଆରମ୍ଭ ପାଇଁ ବିଧାୟକ କଲେ ଶିଳାନ୍ୟାସ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ ଅଞ୍ଚଳରେ ଅନେକ ଜମିଜମା ସମ୍ବନ୍ଧୀୟ ବିକ୍ରି, ଖର୍ଦି, ରେଷ୍ଟି ଆଦି ବହୁ କାର୍ଯ୍ୟ ପାଇଁ ସମସ୍ତ ଜନସାଧାରଣ ମାହାଙ୍ଗା ସବରେଜିଷ୍ଟର ଅଫିସ ଉପରେ ନିର୍ଭର କରିଥାନ୍ତି l ପ୍ରତ୍ୟେକ ଦିନ ଶତାଧିକ ଜନସାଧାରଣ ଜମିଜମା କାର୍ଯ୍ୟ ପାଇଁ ଏହି ଅଫିସ କୁ ଯାଆସ କରିଥାନ୍ତି l ହେଲେ ବହୁ ବର୍ଷ ହେବ ଏହି ସବ ରେଜିଷ୍ଟର ଅଫିସ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ଏହି ଅଫିସ ଗୃହ କୁ ପୁନଃରୁଦ୍ଧାର କରିବା ପାଇଁ ଜନସାଧାରଣ ମାନେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କୁ ଜଣାଇଥିଲେ l ବିଧାୟକ ପ୍ରତାପ ଜେନା ଏହି ଅଫିସ ଗୃହକୁ ନୂତନ ଭାବେ କରାଯିବା ପାଇଁ ରାଜସ୍ୱ ବିଭାଗ କୁ ଏକ ପ୍ରସ୍ତାବ ଦେଇଥିଲେ, ଯାହା ଆଜି ସଫଳ ହେବାକୁ ଯାଉଛି l ବିଧାୟକ ପ୍ରତାପ ଜେନାଙ୍କ ପ୍ରସ୍ତାବ କ୍ରମେ ସରକାରଙ୍କ ପକ୍ଷରୁ ଏହି ସବ ରେଜିଷ୍ଟର ଅଫିସ ଗୃହ କାର୍ଯ୍ୟ ପାଇଁ 50 ଲକ୍ଷ ଟଙ୍କା ମଂଜୁର କରିଛନ୍ତି l ଏହି ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶନିବାର ଦିନ ଅପରାହ୍ନ ସମୟରେ ଏକ ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ଜନସାଧାରଣ ବିଧାୟକ ଶ୍ରୀ ଜେନା ଙ୍କୁ ସଭାସ୍ଥଳକୁ ଏକ ବିରାଟ ବାଇକ ରାଲି ଦ୍ୱାରା ପାଛୋଟି ନେଇଥିଲେ l ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଉପନିବନ୍ଧକ ଅଫିସରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶୁଭ ଶିଳାନ୍ୟାସ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ସରପଞ୍ଚ ବେବିନା ଜେନା, ସବରେଜିଷ୍ଟାର ଜୋତିରଞ୍ଜନ ବେହେରା, ମୁଖ୍ୟ କିରାଣୀ କିଶୋର ଚନ୍ଦ୍ର ଦୀକ୍ଷିତ, ପଞ୍ଚାୟତ ସଭାପତି ନିରଞ୍ଜନ ମହାନ୍ତି ଙ୍କ ସମେତ ଜିଲ୍ଲାପରିଷଦ, ସ୍ଥାନୀୟ ଗ୍ରାମବାସୀ ଏବଂ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ବିଧାୟକ ଶ୍ରୀ ଜେନା ଏକ ସଭାରେ ଯୋଗଦାନ କରି ପ୍ରକାଶ କରିଥିଲେ ଏହି ରେଜିଷ୍ଟର ଅଫିସ ହେବା ଦ୍ୱାରା ସବ ରେଜିଷ୍ଟର କାର୍ଯ୍ୟ, ବିଶ୍ରାମଗାର, ପାନୀୟଜଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ରେ ସୁଧାର ଆସିବ ଯାହାଦ୍ୱାରା ଏହି ଅଫିସ କୁ ଆସୁଥିବା ସମସ୍ତ ଜନସାଧାରଣ ଅନେକ ସୁବିଧା ପାଇପାରିବେ ବୋଲି ପ୍ରକାଶ କରିଥିଲେ l ଏହି ଅଫିସ ଗୃହ ନିର୍ମାଣ କାର୍ଯ୍ୟ କୁ ବର୍ଷେ ଭିତରେ ଶେଷ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି କାର୍ଯ୍ୟ ସଫଳ ହେବାକୁ ଯାଉଥିବାରୁ ସବ ରେଜିଷ୍ଟର ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଥିଲେ l








