ପ୍ରଦୀପ ପୁରୋହିତଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ରାଜୁ ଘିବେଲା
"ଧନୁର୍ଜୟ ପାଣ୍ଡେଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି "
ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝେଙ୍ଗନାଡ଼ିହି ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ ବିରୋଧୀ ଉପରେ ଗର୍ଜିଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ରାଜୁ ଘିବେଲା l ବିଶେଷ କରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟକଳାପକୁ ପରୋକ୍ଷରେ ଆକ୍ଷେପ କରିଛନ୍ତି l ସେ କହିଛନ୍ତି ଗତ ଉପନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଚାର ସମୟରେ ବିଧାୟିକା ବର୍ଷା ସିଂ ବରିହାଙ୍କୁ ବହୁତ ଅପମାନିତ କରିଥିଲେ l ବହୁତ କଟୁ କଥା କହିଥିଲେ, ଯାହାକି ଉଚିତ୍ ନ ଥିଲା ଯାହାର ପରିଣାମ ସ୍ୱରୂପ ଲୋକେ ତାଙ୍କୁ ନିର୍ବାଚନରେ ଉଚିତ୍ ଜବାବ ଦେଲେ l ଏହା ବାଦ୍ ବିଗତ ଦିନରେ ଭୁବନେଶ୍ବର ସ୍ଥିତ ଫ୍ଲାଟ୍ ରେ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ ଯେଉଁ ପରିସ୍ଥିତିରେ ଆତ୍ମହତ୍ଯା କଲେ, ସେ ଆତ୍ମହତ୍ୟା କରିବା ଲୋକ ନୂହେଁ | ସେ ଜଣେ ବହୁତ ସରଳ ଲୋକ, ତାଙ୍କ ସହ ମୋର ଭଲ ସମ୍ପର୍କ ଥିଲା l ମୁଁ ଭାବୁଛି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି l ପ୍ରଦୀପ ପୁରୋହିତ ପରିସରଭୁକ୍ତ ହେବା କଥା l ମୁଁ ଭାବୁଛି ଏ ଅଞ୍ଚଳ ପାଇଁ ତାଙ୍କ ଠାରୁ କିଛି ଆଶା କରାଯାଇନପାରେ | ସେ ସବୁ ବେଳେ ଲୋକଙ୍କୁ ଅବହେଳା କରିଛନ୍ତି, ଠକିଛନ୍ତିl ଏହା ସହିତ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଥିବାବେଳେ ମଧ୍ୟ ମନ୍ଦିରର ଅର୍ଥ ଆତ୍ମସାତ କରିଥିବା ତାଙ୍କ ନା ଆସିଥିଲା l ଗନ୍ଧମାର୍ଦ୍ଦନ ପାହାଡ଼କୁ ମଧ୍ୟ ବହୁତ ରାଜନୀତି କରୁଛନ୍ତି l ଯାହାର ପ୍ରତିଫଳନ ସ୍ଵରୂପ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଜନ ସାଧାରଣ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି l











