ପୁରୀ (ଅନିମେଶ ପଟ୍ଟନାୟକ): ଜୟ ଙ୍କୁ ମିଳିଲା ପୁରୀ ଜିଲ୍ଲା କଂଗ୍ରେସର ଦାୟୀତ୍ବ। ଜୟ ନାରାୟଣ ପଟ୍ଟନାୟକ ଓରଫ ଜୟଙ୍କୁ ଜିଲ୍ଲା କଂଗ୍ରେସର ନୂତନ ସଭାପତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ ମିଳିଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ସୁପାରିଶ କ୍ରମେ ଏଆଇସିସି ସାଧାରଣ ସଂପାଦକ କେ. ସି. ଭେନୁଗୋପାଳ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପେ ଜୟ ନାରାୟଣ ପଟ୍ଟନାୟକଙ୍କୁ ମନୋନୀତ କରିଛନ୍ତି । ଜୟ ପୂର୍ବରୁ ଏଆଇସିସି ସଭ୍ୟ, ପିସିସି ସଂପାଦକ ରୂପେ କାର୍ଯ୍ୟ କରିସାରିଛନ୍ତି । ସେ ପୁରୀ ଜିଲ୍ଲା ଓକିଲ ସଂଘ ର ସାଧାରଣ ସଂପାଦକ ରୂପେ ମଧ୍ଯ ନିର୍ବାଚିତ ହୋଇସାରିଛନ୍ତି ।
ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ଜିଲ୍ଲା କଂଗ୍ରେସରେ ଉତ୍ସାହ ଦେଖିବାକୁ ମିଳିଛି । ସେ ଜଣେ ଭଲ ସଂଗଠକ ଭାବେ ପୂର୍ବରୁ ନିଜ ଦାୟୀତ୍ବ ତୁଲାଇ ସାରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ନେତୃତ୍ୱରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କର୍ମୀ ମାନେ ମତ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଜୟଙ୍କୁ ଜିଲ୍ଲା ସଭାପତି ରୂପେ ଦାୟିତ୍ୱ ମିଳିଥିବାରୁ, ସେ ଓଡ଼ିଶା କଂଗ୍ରେସ ର ପ୍ରଭାରୀ ଡଃ ଏ ଚେଲ୍ଲାକୁମାର, କଂଗ୍ରେସ ସଂସଦିୟ କମିଟି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ, ପୂର୍ବତନ ଏଆଇସିସି ସଭାପତି ଶ୍ରୀ ରାହୁଲ ଗାନ୍ଧୀ, ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ଜାତୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ୍ଗେ, ସାଧାରଣ ସମ୍ପାଦକ ଭେନୁଗୋପାଲ ଆଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।











