ହେଡଲାଇନସ୍:

ସୁଶାନ୍ତ ସିଂ ଭଗବାନ ନୁହଁ , ଲୋକଙ୍କର ସେବକ :- ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିରୋଧୀ ଙ୍କର ପାଖରେ ମୁଦ୍ଦା ନାହିଁ ତେଣୁ ବ୍ୟକ୍ତିଗତ ଆକ୍ଷେପ କରନ୍ତି :- ବର୍ଷା ସିଂ ବରିହା

ବିଜେଡି କର୍ମୀ ସମ୍ମିଳନୀରେ ବିରୋଧୀଙ୍କୁ ଟାର୍ଗେଟ

ବରଗଡ :-ଇତି ମଧ୍ୟରେ ପଦ୍ମପୁର ଉପନିର୍ବାଚନ କୁ ଛଅ ମାସ ପୁରୀ ଗଲାଣି । ଉପନିର୍ବାଚନ ସମୟରେ ସାରା ରାଜ୍ୟ କୁ ଚକିତ କରି ଧୁରନ୍ଧର ବିରୋଧୀ ମାନଙ୍କୁ ନିର୍ବାଚନୀ ମୈଦାନରେ ରେକର୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ମୈଦାନ ରୁ ଆଉଟ କରି ଦେଇଥିଲେ ବିଜୁ ଜନତା ଦଳର ଉଚ୍ଚ ଶିକ୍ଷିତା ଯୁବ ପ୍ରାର୍ଥୀନୀ ବର୍ଷା ସିଂ ବରିହା । ଏଠାରେ ସୂଚନାଯୋଗ୍ୟ ଯେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବର୍ଷା ସିଂ ବରିହା ପ୍ରଥମ ମହିଳା ଯିଏକି ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ । ଉପନିର୍ବାଚନ ପରେ ଆଜି ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ହୋଇଥିବା କର୍ମୀ ସମ୍ମିଳନୀରେ ଉଦ୍ବୋଧନ ଦେଇ ଓଡିଶା ସରକାର ଙ୍କର ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଗତ ଉପନିର୍ବାଚନ ମୈଦାନ ର ମୁଖ୍ୟ ସେନାପତି ଶ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଜୀବନଯାପନ ଶୈଳୀ ଅତି ସାଧାରଣ ତେଣୁ ସେ ସବୁବେଳେ ଜନସାଧାରଣ ଙ୍କର ବାବଦରେ ଚିନ୍ତା କରନ୍ତି ଓ ତାଙ୍କ ହିତ ପାଇଁ କାମ କରନ୍ତି । କିନ୍ତୁ ବଡ ବଡ କଥା କହୁଥିବା ବିରୋଧୀ ବଡ଼ବଡ଼ ଲୋକଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କାର କରଜ ମାଫ କରି ପାରିବେ କିନ୍ତୁ ଦେଶର ସାଧାରଣ ଜନତାଙ୍କୁ କିଛି ଦେଇ ପାରିବେ ନାହିଁ । ଫସଲ ର ଦାମ ଦୁଇ ଗୁଣ କରିବା ହେଉ କି ପେଟ୍ରୋଲ ଡିଜେଲ ରୋଷେଇ ଗେଶ ର ଦାମ କମ କରିବା ହେଉ ବା ଦରବୃଦ୍ଧି କୁ ରୋକିବା ହେଉ , ସବୁ ପ୍ରତିଶୃତି ପାଣିର ଗାର ପାଲଟିଛି । ଯୁବକ ମାନଙ୍କୁ ବର୍ଷକ ଦୁଇ କୋଟି ଚାକିରୀ ଦେବା ପରିବର୍ତେ ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇ ସାରିଲେଣି । ଦେଶ ଓ ଦେଶ ବାସୀ ଙ୍କର ଆୟ ବଢାଇବା ପରିବର୍ତେ ଦେଶ ର ଅଧିକାଂଶ ରାଷ୍ଟ୍ରାୟତ ସଂସ୍ଥା ବିକ୍ରି କରି ସାରିଲେଣି । କ୍ରମାଗତ ଭାବରେ ହେଉଥିବା ରେଳ ଦୁର୍ଘଟଣା ଉପରେ କ୍ଷୋଭ ଓ ଦୁଃଖ ପ୍ରକାଶ କରି ଶ୍ରୀ ସିଂ କହିଥିଲେ ଯେ ରକ୍ଷଣାବେକ୍ଷଣ ଅଭାବ ରୁ ପ୍ରତେକ ଦିନ ରେଳ ଦୁର୍ଘଟଣାରେ ଲୋକ ମରୁଛନ୍ତି । ଏହା ସହିତ ସ୍ଥାନୀୟ ବିଜେପି ନେତା ପ୍ରଦୀପ ପୁରୋହିତ ଙ୍କୁ ଟାର୍ଗେଟ କରି ଶ୍ରୀ ସିଂ କହିଥିଲେ ଯେ ପ୍ରଦୀପ ପୁରୋହିତ ମଧ୍ୟ ତାଙ୍କ ନେତା ମାନଙ୍କ ଭଳି କେବଳ ଓ କେବଳ ମିଛ କଥା କହିବାରେ ବିଶ୍ୱାସ କରନ୍ତି । ଗତ କିଛି ଦିନ ତଳେ ସେ କହିଥିଲେ ଯେ ସୁଶାନ୍ତ ସିଂ ନିଜକୁ ଭଗବାନ ବୋଲି ଭାବୁଛନ୍ତି । ମୁଁ ଭଗବାନ ନୁହେଁ ମୁଁ ହେଉଛି ଜନସାଧାରଣ ଙ୍କର ସେବକ । ଜନସାଧାରଣ ଙ୍କର ସେବାରେ ମୁଁ ମୋର ଜୀବନ କୁ ଉତ୍ସର୍ଗ କରି ଦେଇଛି । ମୋର ଅଂଚଳେ ଲୋକ ମାନେ ହେଉଛନ୍ତି ମୋର ଭଗବାନ । ଏହା ସହିତ ଶ୍ରୀ ସିଂ ମଞ୍ଚରୁ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ପଦ୍ମପୁର ର ସ୍ଵତନ୍ତ୍ର ବିକାଶ ପାଇଁ ପ୍ରତେକ ପଞ୍ଚାୟତ କୁ ସ୍ୱତନ୍ତ୍ର ଭାବରେ ପ୍ରଦାନ କରାଯାଇଥିବା ଏକ କୋଟି ଟଙ୍କା ଓ ଅନ୍ୟାନ୍ୟ ଯୋଜନା ବାବଦରେ କହିବା ସହିତ କର୍ମୀ ମାନଙ୍କୁ ବିରୋଧୀ ମାନଙ୍କ ମିଥ୍ୟା ପ୍ରଚାର, ଅପପ୍ରଚାର, ପ୍ରତି ସତର୍କ ରହିବାକୁ କହିଥିଲେ ।
ଏହି ସଭାରେ ନିଜର ଉଦ୍ବୋଧନ ଦେଇ ବିଧାୟିକା ବର୍ଷା ସିଂ ବରିହା କହିଥିକେ ଯେ ତୃଣମୂଳ ସ୍ତରରେ ଦଳ ପାଇଁ ନିଃସ୍ୱାର୍ଥପର ଭାବରେ କାର୍ୟ୍ଯ କରିଥିବା କାର୍ଯକର୍ତା ମାନଙ୍କ ପାଇଁ ଦଳ ଉପନିର୍ବାଚନ ରେ ରେକର୍ଡ ଭୋଟ ବ୍ୟବଧାନ ରେ ବିରୋଧୀ ମାନଙ୍କୁ ପରାସ୍ତ କରି ପାରିଛି । ବିରୋଧୀ ମାନଙ୍କ ପାଖରେ କୋଣସି ମୁଦ୍ଦା ନାହିଁ । ଜରଣ ଗତ ସାଧାରଣ ନିର୍ବାଚନ ରେ ବିରୋଧୀ ଯାହା କହିଥିଲେ ତାହା ପୂରଣ କରି ପାରିଲେ ନାହିଁ । ତେଣୁ ବିରୋଧୁ କେବଳ ବ୍ୟକ୍ତିଗତ ଆକ୍ଷେପ କରିଥାନ୍ତି ଓ ଆଗକୁ ମଧ୍ୟ କରିବେ । ଓଡ଼ିଶା ବାସୀ ଜାଣିଛନ୍ତି , ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ କେବଳ ବିକାଶ ଓ ଲୋକଙ୍କ ସମସ୍ୟା ଏ ସମାଧାନ ଉପରେ ବିଶ୍ୱାସ କରେ । ତେଣୁ ଲୋକଙ୍କ ଭରସା ଓ ବିଶ୍ୱାସ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଉପରେ ରହିଛି ଓ ରହିଥିବ ।
ସେହିଭଳି ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଳା ସିଧାସଳଖ ବିଜେପି ନେତା ଶ୍ରୀ ପ୍ରଦୀପ ପୁରୋହିତ ଙ୍କର କାର୍ଯକାଲ ରେ ବାଧାପ୍ରାପ୍ତ ହୋଇଥିବା ପଦ୍ମପୁର ର ବିକାଶ ବାବଦରେ କହିବା ସହିତ ବିଭିନ୍ନ ଇସୁକୁ ନେଇ ତାଙ୍କ ଟାର୍ଗେଟ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ , ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା , ବରିଷ୍ଠ ନେତା ତଥା ସ୍ୱସ୍ୱର୍ଗତ ବିଜୟ ସିଂ ବରିହା ଙ୍କର ବାଲ୍ୟାବନ୍ଧୁ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ପ୍ରବଳ ଖରା ସତ୍ୱେ ଏହି ସମ୍ମିଳନୀରେ ପଞ୍ଚାୟତ ର 500 ରୁ ଉର୍ଦ୍ବ ମହିଳା ସମେତ ପ୍ରାୟ ଦୁଇ ହଜାର ରୁ ଅଧିକ କର୍ମୀ ଲୋକଙ୍କ ସମାଗମ ହୋଇଥିଲା ।

0
0
0
s2sdefault