ହେଡଲାଇନସ୍:

ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା କୁ ନେଇ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର/ପ୍ରତାପ କୁମାର ପାଢ଼ୀ - ବାହାନଗା ଟ୍ରେନ ଦୁର୍ଘଟଣା ରେ ନୀରବ ହୋଇ ଯାଇଛି ସାରା ଦୁନିଆ। ସହଜ ରେ ଗ୍ରହଣ ହୋଇ ପାରୁ ନାହିଁ ଲୌହ ଦାନବ ର ଏ ତାଣ୍ଡବ ଲୀଳା। ଭଦ୍ରକ ଜିଲ୍ଲାର ବାସୁଦେବପୁର ରେ ମଧ୍ୟ ଦେଖାଯାଉଛି ଜନ ସାଧାରଣ ଙ୍କ ମନରେ ଗଭୀର ଶ୍ରଦ୍ଧାଂଜଳି ଓ ଶୋକ ପାଳନ। ଆଜି ଗୁରୁବାର ବାସୁଦେବପୁର ରେ ଦ ମ୍ୟାଥମେଟିକ୍ସ କୋଚିଙ୍ଗ ସଂସ୍ଥା ପକ୍ଷ ରୁ ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା ର ପୁନରାବୃତ୍ତି ନ ହେଉ, ଦୋଷୀ କୁ କୋଠାର ଦଣ୍ଡ ଦିଆଯାଉ ଦାବି କରି ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟଳୟ ରେ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସର ରେ ଏକ ନୀରବ ପ୍ରାର୍ଥନା କରାଯିବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଂଗୃହିତ ଅର୍ଥ ପ୍ରଦାନ କରାଯାଇଛି।। 

0
0
0
s2sdefault