ହେଡଲାଇନସ୍:

ସୁଶାନ୍ତ ସିଂ ଙ୍କୁ 9 ଜିଲ୍ଲାର ଦାଇତ୍ୱ , ବଢ଼ାଇ ଦେଇଛି ବିରୋଧୀ ଙ୍କର ଟେନ୍ସନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଲଖମରା ସେତୁ ପାଇଁ କରିବାକୁ ପଡିଛି ଅନେକ ସଂଘର୍ଷ :- ସୁଶାନ୍ତ ସିଂ

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜିଲ୍ଲା ପରିଷଦ ଯୋନ 3 ଅନ୍ତର୍ଗତ ପ୍ରସିଦ୍ଧ ଦେବଦର୍ହା ଶୈବ ପୀଠ ନିକଟରେ ଆଜି ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର 5 ତାରିଖ ରେ ହୋଇଥିବା ପଦ୍ମପୁର ଉପନିର୍ବାଚନ ପରେ ଏହା ହେଉଛି ବିଜୁ ଜନତା ଦଳ ର ପ୍ରଥମ ବଡ ଧରଣର କର୍ମୀ ସମ୍ମିଳନୀ ।
ପୃର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ପଶ୍ଚିମ ଓଡ଼ିଶାର9 ଗୋଟି ଜିଲ୍ଲା ର ସାଙ୍ଗଠନିକ ଦାଇତ୍ୱ ପ୍ରଦାନ କରିବା ପରଠାରୁ ବିରୋଧୀ ମାନଙ୍କ ଟେନ୍ସନ ହାଇ । କିଏ କେମିତି କଣ କରିବ ବୁଝି ପାରୁନାହାନ୍ତି ବିରୋଧୀ । ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଗ୍ରହଣ କରିବା ପରେ ଶ୍ରୀ ସିଂ ଙ୍କର ଏହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ପ୍ରଥମ କର୍ମୀ ସମ୍ମିଳନୀ କହିଲେ ଭୁଲ ହେବ ନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ଗତ ଉପନିର୍ବାଚନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ଶ୍ରୀ ସିଂ ପଦ୍ମପୁର ରେ ବିଜୁ ଜନତା ଦଳର ମଙ୍ଗ ଧରି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ଙ୍କୁ ଏକ ରେକର୍ଡ ମାର୍ଜିନ ରେ ବିଜୟ କରେଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କେବଳ ଭଟଲି ନୁହେଁ ବରଗଡ଼ ଓ ପୁରା ପଶ୍ଚିମ ଓଡିଶାର ଜନସାଧାରଣ ଶ୍ରୀ ସିଂ ଙ୍କର ଉପରେ ଯଥେଷ୍ଟ ବିଶ୍ୱାସ କରନ୍ତି ।ତାଙ୍କର ନିର୍ବାଚନ ପରିଚାଳନା ଶୈଳୀକୁ ବିରୋଧୀ ଆଜି ପର୍ଯନ୍ତ ବୁଝିବାରେ ଓ ଚେକ ଦେବାରେ ସତପ୍ରତିସତ ବିଫଳ ହୋଇଛି ଏଥିରେ ସନ୍ଦେହ ନାହିଁ ।
ଆଜି ଅୟୋଜିତ କର୍ମୀ ସମ୍ମିଳନୀରେ ନିଜର ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଥିଲେ ଯେ ପ୍ରାୟ 20 କୋଟି ଟଙ୍କା ବ୍ୟୟ ଅଟକକ ରେ ନିର୍ମାଣାଧୀନ ଥିବା ଲଖମରା ସେତୁ ନିଶ୍ଚିତ ଭାବରେ ଲୋକଙ୍କ ଆବଶ୍ୟକତା ଥିଲା , କିନ୍ତୁ ଏହି ସେତୁ ନିର୍ମାଣ ପାଇଁ ଅନେକ ଗୁଡିଏ ଆଇନ ଗତ ସମସ୍ୟା ମଧ୍ୟ ରହିଥିଲା । ତତ୍କାଳୀନ ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର କ୍ରମାଗତ ପ୍ରୟାସ ଓ ତାଙ୍କ ସହିତ ମିଶି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ବାରମ୍ବାର ଆଲୋଚନା ଓ ସମସ୍ତ ସମ୍ମନ୍ଧିତ ବିଭାଗ ଗୁଡିକୁ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ଆଦେଶ ପରେ ବର୍ତ୍ତମାନ ଏହି ସେତୁ ର କାର୍ୟ୍ଯ କ୍ଷିପ୍ର ଗତିରେ ଅଗେଇ ଚାଲିଛି ଯାହାକି ଏହି ଅଂଚଳ ପାଇଁ ଏକ ବରଦାନ ସଦୃଶ୍ୟ । କାରଣ ଗମନର ବିକାଶ ହେଲେ ଅଞ୍ଚଳ ର ବିକାଶ ସୁନିଶ୍ଚିତ । ଦେବଦର୍ହା ଭଳି ପ୍ରସିଦ୍ଧ ପୀଠର ବିକାଶ ପାଇଁ ରାଜ୍ୟ ସରକାର ଙ୍କର ତତ୍ପରତା ବର୍ତ୍ତମାନ ତୁମମୂଳ ସ୍ତରରେ ପରିଲକ୍ଷିତ ହେଉଛି । ଆଗାମୀ ଦିନରେ ଝଲସି ଉଠିବ ଦେବଦର୍ହା ବୋଲି ଶ୍ରୀ ସିଂ କହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ ରେ କାର୍ଯକାରୀ ହେଉଥିବା ରାଜ୍ୟ ସରକାର ଙ୍କର ପ୍ରତିଟି ଯୋଜନା ର ଲାଭ କେମିତି ତୃଣମୂଳ ସ୍ତରରେ ରହିଥିବା ଶେଷ ବ୍ୟକ୍ତି ପର୍ଯନ୍ର ପହଂଚିବ ସେଥିପ୍ରତି ଯଥେଷ୍ଟ ପ୍ରୟାସ କରିବା ପାଇଁ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ସିଂ ।
ଦଳୀୟ କାର୍ଯକର୍ତା ମାନଙ୍କୁ ଉଦ୍ବୋଧନ ଦେଇ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ ଆମ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରୟାସ କରୁଛନ୍ତି । ଅନ୍ୟପଟେ ବିରୋଧୀ ଲୋକଙ୍କୁ କେବଳ ଆଉ କେବଳ ମିଥ୍ୟା ପ୍ରତିଶୃତି ଦେଇ ଭୁଆଁ ବୁଲେଇବାର ପ୍ରୟାସ କରୁଛି । କୋଣସି ମୁଦ୍ଦା ନ ପାଇଲେ ବିରୋଧୀ ନେତା ମାନେ ବ୍ୟକ୍ତିଗତ ଆରୋପ ଅପପ୍ରଚାର କରିବାରେ ଲାଗି ପଡ଼ନ୍ତି । ତେଣୁ ସବୁବେଳେ ବିରୋଧୀ ଙ୍କର ଏହିଭଳି କାର୍ୟ୍ଯ ପ୍ରତି ସତର୍କ ରହିବାକୁ ପଡିବ । ଏହା ସହିତ ଭବିଷ୍ୟତ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଉପସ୍ଥିତ ବରିଷ୍ଠ ନେତୃ ମଣ୍ଡଳୀ , କାର୍ଯକର୍ତା ମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କର୍ମୀ ସମ୍ମିଳନୀ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ଵେଇଷ୍ଟ ନେତା ଶ୍ରୀ ଗୌରହରି ମିଶ୍ର , ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା ଅନେକ ଜିଲ୍ଲା ପରିଷଦ ସଭ୍ୟ , ସରପଞ୍ଚ, ସମିତି ସଭ୍ୟ , ଦଳୀୟ ନେତୃ ମଣ୍ଡଳୀ ପ୍ରମୁଖ ସଂଵୋଧିତ କରିଥିଲେ ।

0
0
0
s2sdefault