-
- ହୋଣ୍ଡାର ବୈଶ୍ୱିକ ଏସୟୁଭି ଲାଇନଅପ୍’ରେ ଏଲିଭେଟ୍ ନୂତନ ମଧ୍ୟମ ଆକାରର ଏସୟୁଭି ଅଟେ ।
-
- ଆକର୍ଷକ ସାମ୍ନା ମୁହଁ, ତୀକ୍ଷ୍ଣ ଚରିତ୍ର ରେଖା ଏବଂ ଅନନ୍ୟ ପଛ ଡିଜାଇନ ସହିତ ବୋଲ୍ଡ ଏବଂ ବଳିଷ୍ଠ ବାହ୍ୟ ଡିଜାଇନ ଦୃଢ ରାସ୍ତା ଉପସ୍ଥିତି ପ୍ରଦାନ କରିଥାଏ ।
-
- ସଂପୂର୍ଣ୍ଣ ନୂତନ ଏଲିଭେଟ୍ ଲଂଚ କରିବାରେ ଭାରତ ପ୍ରଥମ ବଜାର ହେବ । ଭବିଷ୍ୟତରେ ଏହି ମଡେଲ ପାଇଁ ଏକ ପ୍ରମୁଖ ରପ୍ତାନି ହବ ହେବା ପାଇଁ ଲକ୍ଷ୍ୟ ରଖିଛି ।
-
- ‘ସହରୀ ଫ୍ରିଷ୍ଟାଇଲର’ର ଭବ୍ୟ ଅବଧାରଣା ଉପରେ ବିକଶିତ ଏଲିଭେଟ୍ର ହୋଣ୍ଡାର ଉତ୍ସାହ, ନିଷ୍ଠା ଏବଂ ଏକ ବିଶ୍ୱ ପାଇଁ ସାମୂହିକ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରିଥାଏ ଯେଉଁଠାରେ ବ୍ୟକ୍ତିମାନେ ସ୍ୱପ୍ନ ଦେଖିପାରିବେ, ମୁକ୍ତ ଭାବରେ କାର୍ଯ୍ୟ କରିପାରିବେ ଏବଂ ସୀମାହୀନ ଭାବରେ ସେମାନଙ୍କର ଜୀବନରେ ସ୍ୱାଧୀନତାକୁ ବିସ୍ତାର କରିପାରିବେ ।
-
- ରାସ୍ତା ଭାଗ କରୁଥିବା ସମସ୍ତଙ୍କ ପାଇଁ ସୁରକ୍ଷା ବଢାଇବା ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ହୋଣ୍ଡାର ଦୀର୍ଘ ଦିନର ‘ସମସ୍ତଙ୍କ ପାଇଁ ସୁରକ୍ଷା’ ଆଭିମୁଖ୍ୟ ଆଧାରରେ ହୋଣ୍ଡା ସେନ୍ସିଙ୍ଗର ଏଡଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ (ଏଡିଏଏସ୍) ସହିତ ସକ୍ରିୟ ଏବଂ ନଷ୍ଟ୍ରିୟ ସୁରକ୍ଷା ପ୍ରଯୁକ୍ତିବିଦ୍ୟାର ସମ୍ପୂର୍ଣ୍ଣ ପରିସର ।
-
- ୨୦୩୦ ସୁଦ୍ଧା ଭାରତରେ ହୋଣ୍ଡା ଦ୍ୱାରା ଲଞ୍ଚ ହେବାକୁ ଯୋଜନା ହୋଇଥିବା ୫ଟି ନୂତନ ପ୍ରିମିୟମ ଏସୟୁଭି ମଧ୍ୟରେ ଏଲିଭେଟ୍ ପ୍ରଥମ ଅଟେ ।
-
- କାର୍ବନ ନିରପେକ୍ଷତା ଦିଗରେ ହୋଣ୍ଡାର ବୈଶ୍ୱିକ ଦୃଷ୍ଟିକୋଣ ଅନୁଯାୟୀ ଏହି ଏସୟୁଭି ଉପରେ ଆଧାରିତ ଏକ ବ୍ୟାଟେରୀ ବୈଦୁତିକ ଯାନ (ବିଇଭି) ୩ ବର୍ଷ ମଧ୍ୟରେ ଭାରତରେ ଲଂଚ ହେବାକୁ ଯୋଜନା କରାଯାଇଛି ।
ଦିଲ୍ଲୀ : ଭାରତରେ ପ୍ରିମିୟମ କାରର ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ) ଆଜି ଭାରତରେ ଏକ ବିଶ୍ୱ ପ୍ରିମିୟମର କାର୍ଯ୍ୟକ୍ରମରେ ହୋଣ୍ଡାର ନବୀନତମ ବୈଶ୍ୱିକ ଏସୟୁଭି -ହୋଣ୍ଡାର ଏଲିଭେଟ୍ର ଉନ୍ମୋଚନ କରିଛି । ଚଳିତ ବର୍ଷ ଉତ୍ସବ ଋତୁରେ ଲଂଚ ପାଇଁ ଯୋଜନା କରାଯାଇଥିବା ସଂପୂର୍ଣ୍ଣ ନୂତନ ଏଲିଭେଟ୍ର ବୈଶ୍ୱିକ ଭାବେ ନିର୍ମାଣ ତଥା ବିକ୍ରୟ କରିବାରେ ଭାରତ ପ୍ରଥମ ଦେଶ ହେବ । ଘରୋଇ ବଜାରରେ ଏଲିଭେଟ୍ର ପ୍ରାରମ୍ଭିକ ପ୍ରବେଶ ଉପରେ ଧ୍ୟାନ ଦିଆଯାଇଥିବା ବେଳ ବୈଶ୍ୱିକ ସ୍ତରରେ ଏସୟୁଭି’ର ପ୍ରବଳ ଚାହିଦାକୁ ପୂରଣ କରିବା ପାଇଁ ବିଶ୍ୱର ଅନ୍ୟ ଭାଗରେ ଏହି ନୂତନ ମଡେଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନି ହବ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ଭାରତ ଲକ୍ଷ୍ୟ ରଖିଛି ।
‘ସହରୀ ଫ୍ରିଷ୍ଟାଇଲର’ର ଭବ୍ୟ ଅଧାରଣାରେ ବିକଶିତ ଏଲିଭେଟ୍ ସକ୍ରିୟ ଜୀବନଶୈଳୀ ଏବଂ ବୈଶ୍ୱିକ ମାନସିକତା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି ଏବଂ ସହରର ସୀମା ଭିତରେ ଏବଂ ବାହାରେ ଦୁଃସାହସିକତା ପାଇଁ ପ୍ରସ୍ତୁତ ଏକ ଦୃଶ୍ୟମାନ ଚମକôାର, ଅବିଶ୍ୱସନୀୟ ବହୁମୁଖୀ ବିଶେଷତା, ଆରାମଦାୟକ ଏବଂ ମଜାଳିଆ- ଏସୟୁଭି ଡ୍ରାଇଭ ସୃଷ୍ଟି କରିବାକୁ କାର୍ଯ୍ୟକ୍ଷମତା ସହିତ ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ସହ ମିଶ୍ରଣ କରିଥାଏ ।
ଦୃଢ ରାସ୍ତା ଉପସ୍ଥିତି ସହିତ ଏକ ଯାନ ସୃଷ୍ଟି କରିବାକୁ ଏକାଠି ହୋଇଥିବା ଆକର୍ଷକ ସାମ୍ନା ମୁହଁ, ତୀକ୍ଷ୍ଣ ଚରିତ୍ର ରେଖା ଏବଂ ଅନନ୍ୟ ପଛ ଡିଜାଇନ ସହିତ ବୋଲ୍ଡ ଏବଂ ବଳିଷ୍ଠ ବାହ୍ୟ ଡିଜାଇନ ବିଶେଷତା ଥିବା ଏଲିଭେଟ୍ ଏକ ମଧ୍ୟମ ଆକରର ଏସୟୁଭି । ପାଶ୍ୱର୍ ପ୍ରୋଫାଇଲ ଏହାର କ୍ରୀଡା ଚରିତ୍ରକୁ ଦର୍ଶାଉଥିବା ବେଳେ ପତଳା ଏଲଇଡି ହେଡଲାଇଟ ପାଶ୍ୱର୍ରେ ଥିବା ହୋଣ୍ଡାର ସ୍ୱାକ୍ଷର ଗ୍ରୀଲ ସାମ୍ନା ଫେସିୟା ପ୍ରଦର୍ଶନ କରିଥାଏ ଏବଂ ପଛରେ ଏକ ସ୍ୱତନ୍ତ୍ର ଟେଲ୍ଗେଟ ଡିଜାଇନ ଏବଂ ଏଲଇଡି ଟେଲ୍ଲାଇଟ ରହିଛି ।
ସ୍ଥିତି, ଆରାମ ଏବଂ ସକ୍ରିୟ ଜୀବନଶୈଳୀ ଖୋଜୁଥିବା ଯୁବ ଗ୍ରାହକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ମେଳ ଖୁଆଇବା ପାଇଁ ଥାଇଲାଣ୍ଡରେ ଅବସ୍ଥିତ ହୋଣ୍ଡା ଆରଆଣ୍ଡଡି ଏସିଆ ପ୍ୟାସିଫିକ କେନ୍ଦ୍ର ଦ୍ୱାରା ସଂପୂର୍ଣ୍ଣ ନୂତନ ଏଲିଭେଟ୍ ବିକଶିତ ହୋଇଛି । ଷ୍ଟାଇଲିସ ବୋଲ୍ଡ ବାହ୍ୟ ଡିଜାଇନ, ସକ୍ରିୟ ଏବଂ ନିଷ୍କ୍ରିୟ ନିରାପତ୍ତା ସହିତ ଦୃଢ ସୁରକ୍ଷା ପ୍ୟାକିଜ ଏବଂ ଆଭ୍ୟନ୍ତରୀଣ ଫର୍ଚ୍ଚା ଏବଂ ସ୍ଥାନ ସହିତ ଦୀର୍ଘ ଦୂରତା ଯାତ୍ରା କରିବା ସମୟରେ ସାମଗ୍ରିକ ଆରାମ ସହିତ ଏସୟୁଭି କିଣିବା ପାଇଁ ପ୍ରତିଫଳନ କରୁଥିବା ସମ୍ଭାବ୍ୟ ଲକ୍ଷିତ ଗ୍ରାହକଙ୍କର ତିନୋଟି ମୁଖ୍ୟ ଅଭିପ୍ରେରଣା ବୁଝିବା ପାଇଁ ବ୍ୟାପକ ବଜାର ସର୍ବେକ୍ଷଣ ମାଧ୍ୟମରେ ଭାରତର ଆରଆଣ୍ଡଡି ଦଳ କାର୍ଯ୍ୟ କରିଛନ୍ତି ।
ବୈଶ୍ୱିକ ଉନ୍ମୋଚନ ସମ୍ପର୍କରେ କହିବାକୁ ଯାଇ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡର ଆଂଚଳିକ ୟୁନିଟର(ଏସିଆ ଏବଂ ଓସେନିଆ) ମୁଖ୍ୟ ତଥା ଏସୀୟ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ତୋଷିଓ କୁୱାହାରା କହିଥେôଲ, “ଭାରତ ବିଶ୍ୱର ତୃତୀୟ ବୃହତମ ଅଟୋମୋଟିଭ ବଜାର ହୋଇଥିବାରୁ ହୋଣ୍ଡା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ବୈଶ୍ୱିକ ମଡେଲ ଉନ୍ମୋଚନ କରିଥିବା ପ୍ରଥମ ଦେଶ ହୋଇଥିବା ଯୋଗୁଁ ସଂପୂର୍ଣ୍ଣ ନୂତନ ଏଲିଭେଟ୍ର ଆଜିର ବିଶ୍ୱ ପ୍ରିମିୟର ଦେଶ ପାଇଁ ହୋଣ୍ଡାର ଯୋଜନା ଏବଂ ଆକାଂକ୍ଷାର ପ୍ରତିବଦ୍ଧତାର ଏକ ମୋହର । ପ୍ରତିବର୍ଷ କ୍ରମାଗତ ଭାବେ ଭାରତରୁ ପୃଥିବୀର ବିଭିନ୍ନ ଅଂଚଳକୁ ରପ୍ତାନି ବୃଦ୍ଧି ପାଉଛି । ଉଭୟ ସ୍ଥାନୀୟ ତଥା ବିଶ୍ୱବ୍ୟାପୀ ଗ୍ରାହକଙ୍କ ଆଶାଠାରୁ ଅଧିକ ଉଚ୍ଚ ସ୍ତରର ଗୁଣାତ୍ମକ ମାନର ଉତ୍ପାଦ ବିତରଣ କରିବା ସହିତ ହୋଣ୍ଡା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନି ହବ ହୋଇପାରିଛି । ୨୦୫୦ ପର୍ଯ୍ୟନ୍ତ ହୋଣ୍ଡା ଏହାର ମଟରସାଇକେଲ ଏବଂ ଅଟୋମୋବାଇଲ ସହିତ ଜଡିତ କାର୍ବନ ନିରପେକ୍ଷତା ଏବଂ ଶୂନ ଟ୍ରାଫିକ ଧକ୍କା ମୃତ୍ୟୁକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରିବ । ଭାରତ ସମେତ ବୈଶ୍ୱିକ ଭାବରେ ୨୦୪୦ ସୁଦ୍ଧା ବ୍ୟାଟେରୀ ବୈଦୁତିକ ଯାନ ଏବଂ ଇନ୍ଧନ ସେଲ ବୈଦୁତିକ ଯାନର ବିକ୍ରି ଅନୁପାତ ୧୦୦%କୁ ବୃଦ୍ଧି କରିବାକୁ ଧ୍ୟାନ ରଖି ଏହି ଉପଲବ୍ଧି ହାସଲ କରିବାକୁ ହୋଣ୍ଡା ଲକ୍ଷ୍ୟ ରଖିଛି । ନିରାପତା ପାଇଁ ସମଗ୍ର ବିଶ୍ୱରେ ହୋଣ୍ଡା ସେନ୍ସିଙ୍ଗର ସମ୍ପ୍ରସାରଣ ଏବଂ ଟ୍ରାଫିକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଆମର ସୁରକ୍ଷା ଶିକ୍ଷାକୁ ମଜବୁତ କରିବା ସହିତ ଉନ୍ନତ ଜ୍ଞାନକୌଶଳ ବୃଦ୍ଧି କରିବା ଆମେ ଜାରି ରଖିଛୁ । ”
ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ତାକୁୟା ସୁମୁରା କହିଥିଲେ, “ସଂପୂର୍ଣ୍ଣ ନୂତନ ଏଲିଭେଟ୍’ର ଉନ୍ମୋଚନ ସହିତ ଆମେ ଭାରତରେ କ୍ଷିପ୍ର ଗତିରେ ବଢୁଥିବା ଏସୟୁଭି ସେଗମେଂଟରେ ହୋଣ୍ଡାର ଶକ୍ତିଶାଳୀ ଉତ୍ପାଦ ଯାଚନା ସହିତ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ । ସେଡାନ ସେଗମେଂଟରେ ହୋଣ୍ଡା ଦୃଢ ନେତୃତ୍ୱ ଏବଂ ଲୋକପ୍ରିୟତା ଉପଭୋଗ କରିଥାଏ । ନୂତନ ମଡେଲକୁ ଆତୁରତାର ସହିତ ଅପେକ୍ଷା କରିଥିବା ହୋଣ୍ଡା ବିଶ୍ୱସ୍ତ ଏବଂ ସାମଗ୍ରିକ ବଜାର ମଧ୍ୟରେ ବହୁତ ପ୍ରତ୍ୟାଶା ରହିଛି । ଏଲିଭେଟ୍ ଆମର ସମ୍ମାନିତ ଗ୍ରାହକଙ୍କ ସହିତ ଆମର ବନ୍ଧନକୁ ଆହୁରି ମଜବୁତ କରିବ ଏବଂ ଶୀଘ୍ର ସିଟି ଓ ଅମେଜ ବ୍ୟତୀତ ଆମର ବ୍ୟବସାୟର ମଜଭୁତ ତୃତୀୟ ସ୍ତମ୍ଭ ହେବ ବୋଲି ଆମର ବିଶ୍ୱାସ । ବଜାରରେ ଆମର ପ୍ରିମିୟମ ଖେଳକୁ ମଜବୁତ କରିବା ପାଇଁ ଆମର ଏକ ଦୃଢ ଉତ୍ପାଦ ରଣନୀତି ଅଛି ଏବଂ ୨୦୩୦ ସୁଦ୍ଧା ଭାରତରେ ହୋଣ୍ଡା ଦ୍ୱାରା ଲଂଚ ହେବାକୁ ଥିବା ୫ଟି ନୂତନ ଏସୟୁଭି ମଧ୍ୟରେ ଏଲିଭେଟ୍ ପ୍ରଥମ ମଡେଲ ଅଟେ ।” ସେ ଆହୁରି ମଧ୍ୟ କହିଥିଲେ, “ବୈଦୁତକୃତ ପାୱାରଟ୍ରେନ ଉପରେ ଧ୍ୟାନ ଦେଇ କାର୍ବନ ନିରପେକ୍ଷତା ପ୍ରତି ଆମର ବୈଶ୍ୱିକ ଦୃଷ୍ଟିକୋଣ ଅନୁରୂପ ଆମେ ଭାରତରେ ଆସନ୍ତା ୩ ବର୍ଷ ମଧ୍ୟରେ ଏହି ଏସୟୁଭି ଉପରେ ଆଧାର କରି ହୋଣ୍ଡାର ପ୍ରଥମ ବ୍ୟାଟେରୀ ବୈଦୁତିକ ଯାନ (ବିଇଭି) ଲଂଚ କରିବୁ ।”











