ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି I
ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡା. ପରାଗ ଗଭାଲି ସୁନ୍ଦରଗଡ଼ ଜିଲ୍ଲା ର ଭୌଗଳିକ ଅବସ୍ଥିତି ସମ୍ପର୍କରେ ଅବଗତ କରେଇବା ସହିତ ଜିଲ୍ଲା ର ସ୍ୱାସ୍ଥ୍ୟ କ୍ଷେତ୍ର, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା, ଜିଲ୍ଲାବାସୀ ଙ୍କ ଜୀବିକା , ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ, ବାଲା ମଡେଲ ଅଙ୍ଗନବାଡି କେନ୍ଦ୍ର, ଶିଶୁ ମାନଙ୍କୁ ଦିଆଯାଉଥିବା ପୃଷ୍ଟି ଯୁକ୍ତ ଖାଦ୍ୟ ଚିକି, ସ୍ପିରୁଲିନା ଆଦି ସମ୍ପର୍କିତ ଏକ ବିସ୍ତ୍ରୁତ ଉପସ୍ଥାପନା କରିଥିଲେ I
ଜିଲ୍ଲା ଯୋଗାଣ ଅଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ 2013, ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା, ଅନ୍ନପୂର୍ଣା ଯୋଜନା ଆଦି ସମ୍ପର୍କରେ ଜିଲ୍ଲା ର ସ୍ଥିତି ଉପରେ ଉପସ୍ଥାପନା କରିବା ସହିତ ଜିଲ୍ଲା ର ଅନ୍ୟାନ୍ୟ ବର୍ଗ ସହିତ ପି.ଭି. ଟି. ଜି. ( primitive vulnerable tribal group) ଏବଂ ଟ୍ରାନ୍ସଜେଣ୍ଡର ମାନଙ୍କର ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମ୍ପର୍କିତ ସୂଚନା ଦେଇଥିଲେ I ସେହିପରି ବିଭିନ୍ନ କାରଣ ଯଥା ମୃତ୍ୟୁ, ଆଧାର ଜନିତ ସମସ୍ୟା, ବାହାଘର କିମ୍ବା ଏକ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ସ୍ଥାନାନ୍ତରଣ ଆଦି ଯୋଗୁ ରାସନ କାର୍ଡ ରୁ ନାମ ବାଦ୍ ପଡ଼ିଥିବା ତାଲିକା ତଥା ନୂତନ ରାସନ କାର୍ଡ ଆବେଦନ ର ସ୍ଥିତି ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ I
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜିଲ୍ଲା ର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ I ବିଭିନ୍ନ ଯୋଜନା ଯଥା ମମତା, ମାତୃଜ୍ୟୋତି, ମା ଗୃହ ଆଦି ଉପରେ ଉପସ୍ଥାପନା କରିବା ସହିତ ଜନସ୍ଵାସ୍ଥ୍ୟ ପୃଷ୍ଟିକର ସମସ୍ୟା, ଗୁରୁତର ପୃଷ୍ଟିହୀନତା ସମସ୍ୟା ଆଦିର ପରିଚାଳନା, ଆଇରନ୍ ଏବଂ ଫଲିକ ଏସିଡ ଟାବଲେଟ, ଡାକ୍ତରଖାନାରେ ପ୍ରସବ ଆଦି ସମ୍ପର୍କରେ ଆଲୋଚନା କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲା ରେ ସମନ୍ଵିତ ଶିଶୁ ବିକାଶ ଯୋଜନା ଉପରେ ଆଲୋଚନା କରିଥିଲେ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକର ସ୍ଥିତି, ବାଲା ମଡ଼େଲ ଅଙ୍ଗନବାଡି, ଛତୁଆ ବଣ୍ଟନ ଆଦି ବିଷୟରେ କହିଥିଲେ I
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଶ୍ରୀ ରବିନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ, ସି.ଇ. ଓ. ଡି. ଏମ୍. ଏଫ୍.,ସଦର ତଥା ବଣାଇଁ ଉପଜିଲ୍ଲାପାଳ, ଅତିରିକ୍ତ ଉପଜିଲ୍ଲାପାଳ ପାନପୋଷ, ସଦର, ଟାଙ୍ଗରପାଲି ଓ ସବଡେଗା ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ, ସୁନ୍ଦରଗଡ ପୌର ସଂସ୍ଥା ର ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
ରାଜ୍ୟ
ଓଡି଼ଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭିନ୍ନ ଯୋଜନା ର ସମୀକ୍ଷା
- Hits: 202











