ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ ପଣସ ବାଙ୍କୀ ଠାରେ ଭାରସାମ୍ୟ ହରାଇ ଏକ ଆଜବେଷ୍ଟସ ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇଛି I ହେଲେ ଏହି ବଡ଼ ଦୁର୍ଘଟଣାରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର ଓ ହେଲପର I ସୂଚନା ଅନୁସାରେ ସ୍ଥାନୀୟ ନନ୍ଦଗିରି ନିକଟସ୍ଥ ପଣସ ବାଙ୍କୀ ଠାରେ ଆଜି ଅପରାହ୍ନରେ ଏକ ଚଉଦ ଚକିଆ ଆଜବେଷ୍ଟ ବୋଝେଇ ଟ୍ରକ ଯାହାର ନମ୍ବର OD-07 AK 0637 ଦୁର୍ଘଟଣା ଗସ୍ତ ହୋଇଛି I ଏହି ଟ୍ରକ କେନ୍ଦୁଝରରୁ ସାରଙ୍ଗଗଡ଼ ଅଭିମୁଖେ ଆଜବେଷ୍ଟ ବୋଝେଇ ହୋଇ ଯାଉଥିଲା I ଏହି ସମୟରେ ଟ୍ରକ ଭାରସାମ୍ୟ ହରାଇ ଓଲୋଟି ଥିଲା I ଏହି ଦୁର୍ଘଟଣା ରେ ଡ୍ରାଇଭର ସଦାନନ୍ଦ ପ୍ରଧାନ ଡ୍ରାଇଭର (୪୫), ହେଲପର ଶାନ୍ତନୁ ନାୟକ (୧୯) ଗୁରୁତ୍ୱର ଆହତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ଡାକ୍ତର ମାନସ ପାଣିଗ୍ରାହୀ I ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ଉକ୍ତ ଦୁର୍ଘଟଣା କିପରି ଘଟିଲା ତାହାର ଯାଞ୍ଚ କରୁଛନ୍ତି I
ରାଜ୍ୟ
ଆଜବେଷ୍ଟସ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଦୁଇ ଗୁରୁତର
- Hits: 202








