ହେଡଲାଇନସ୍:

ଓଡିଶା ମିଲେଟ ମିଶନ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମିଲେଟ ସଚେତନତା ରଥ ଉଦଘାଟନ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ଓଡିଶା ମିଲେଟ ମିଶନ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଚାରୋଟି ବ୍ଲକ୍ ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲେଟ ର ସଚେତନତା ରଥ ଆଜି ସକାଳ ୧୦ ଘଟିକାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଚାରୋଟି ରଥ କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାର ଉଦଘାଟନ କରିଥିଲେ l

ଉକ୍ତ ଉତ୍ସବରେ ମିଲେଟ ମିଶନର ବ୍ଲକ୍ ସଂଯୋଜକ ତଥା ଆବାହକ ତୁଲେଶ୍ୱର ବୈକାର ଓ ତ୍ରିରଙ୍ଗା ଯୁବକ ସଂଘର ସଭାପତି ଶ୍ରୀ ହୃଦାନନ୍ଦ ନାୟକ, ଡି ପି ସି ସବ୍ୟସାଚୀ ହନୁମାନ ଓ ପଦ୍ମପୁର ସହ ସଂଯୋଜକ ତରଣୀସେନ ଦ୍ଵାରୀ ଉପସ୍ଥିତ ଥିଲେ l

0
0
0
s2sdefault