ହେଡଲାଇନସ୍:

ଜଳସାଥୀଙ୍କ ସଶକ୍ତିକରଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରୋଜଗାର ସହ ସ୍ୱତନ୍ତ୍ର ପରିଚୟ ଓ ସମ୍ନାନ ପାଇଛୁ -ଜଳସାଥୀ


ରାଉରକେଲା(ବସନ୍ତ କୁମାର ଜେନା):- ଓଡ଼ିଶା ଜଳ ନିଗମ (ୱାଟକୋ)ର ରାଉରକେଲା ଡିଭିଜନ୍ ଅଧୀନରେ ଥିବା ୪୧ 'ଜଳସାଥୀ'ଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ରାଉରକେଲା ମହାନଗର ନିଗମର କାଉନସିଲ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମହାନଗର ନିଗମ ଉପ-ଆୟୁକ୍ତ ସୁଧାଂଶୁ ଭୋଇ, ୱାଟକୋ ଜି.ଏମ୍. ଇଂ ଆଦିଲ୍ ମହମ୍ମଦ ଓ ବୀରମିତ୍ରପୁର ମ୍ୟୁନିସିପାଲ ର କାର୍ଯ୍ୟକାରୀ ଅଧିକାରୀ ସନ୍ଦୀପ ଦାଶ, ରାଜଗାଙ୍ଗପୁରର ମ୍ୟୁନିସିପାଲର କାର୍ଯ୍ୟକାରୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ରାଜ୍ୟ ସଂଯୋଜକ (ଜଳସାଥୀ) ପ୍ରସନ୍ନ ମହାରଣା ଯୋଗ ଦେଇ 'ଜଳସାଥୀ' ମାନଙ୍କ ଦାୟିତ୍ୱ ଓ ଭୂମିକା ବିଷୟରେ ଅବଗତ କରାଇବା ସହ ଅଧିକ ନିଷ୍ଠା ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହା ସହିତ କିଭଳି ଭାବେ ଜଳକର ସଂଗ୍ରହ କରାଯିବ,ନୂଆ ସଂଯୋଗ କିଭଳି ଦିଆଯିବ,ନିୟମିତ ଭାବେ ଜଳ କର ସଂଗ୍ରହ ସହିତ କିଭଳି ରାଜସ୍ୱ ବୃଦ୍ଧି କରାଯିବ ଏବଂ ଏସବୁ ନେଇ ସମ୍ଭାବ୍ୟ ଆହ୍ୱାନ ଓ ଏହାର ସମାଧାନ ନେଇ ମଧ୍ୟ ଜଳ ସାଥୀ ମାନଙ୍କୁ ବିସ୍ତୃତଭାବେ ଅବଗତ କରାଯାଇଥିଲା ।

ଅନ୍ୟପକ୍ଷରେ 'ଜଳସାଥୀ' ଭାବେ କାର୍ଯ୍ୟକରିବା ପରେ ରୋଜଗାର ପାଇବା ସହ ସମାଜରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଜଳସାଥୀ ଭାବେ କାର୍ଯ୍ୟ କରୁଥିବା ମହିଳାମାନେ କହିଥିଲେ | ଏଥିଲାଗି ସେମାନେ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର, ବୀରମିତ୍ରପୁର, ରାଉରକେଲା ଓ ସୁନ୍ଦରଗଡ଼ର ୪୧ ଜଳସାଥୀ, ସିଟି ମିଶନ ମ୍ୟାନେଜର୍, ଗୋଷ୍ଠୀ ସଂଗଠିକାଙ୍କ ସହ 'ସୁଯୋଗ', ଇଜି ଟ୍ୟାପ୍ ଓ ଏଚଡ଼ିଏଫସି ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତ ମାସରେ ଓଡ଼ିଶାରେ ଅଧିକ ଜଳକର ଆଦାୟ କରିଥିବା ଶ୍ରେଷ୍ଠ 10 ଜଣ ଜଳ ସାଥୀଙ୍କ ମଧ୍ୟରୁ ରାଉରକେଲାର 5 ଜଣ ଜଳସାଥୀ ସ୍ଥାନ ପାଇଥିଲେ ।

0
0
0
s2sdefault