ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳ ମାନଙ୍କରେ ୨୩ ସିଟ୍ ବିଶିଷ୍ଟ ୪ ବସ ଗଡିବା ପାଇଁ ସ୍ଥିର ହୋଇଛି । ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଉଦ୍ୟମରେ ଓଏଆରଟିସି ତରଫରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବସ ଗୁଡିକ ବ୍ଳକର ବିଭିନ୍ନ ସ୍ଥାନରୁ ଆସି ଠିକ ଦିନ ୧୦ ବେଳେ ଓଡ଼ଗାଁରେ ପହଁଞ୍ଚିବେ । ଯଦ୍ୱାରା ଗ୍ରାମାଞ୍ଚଳରୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଓଡ଼ଗାଁ ଆସି ପାରିବେ । ଓଡ଼ଗାଁ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନ୍ୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାଦ୍ବାରା ଉପକୃତ ହୋଇପାରିବେ । ବିଶେଷ କରି ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ସମସ୍ୟା ରହିଥିବାରୁ ଆଦର୍ଶ ବିଦ୍ୟାଳୟ ଦ୍ବାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ବିଦ୍ୟାର୍ଥୀ ମାନେ ପାଠ ପଢ଼ିବାକୁ ଆସନ୍ତି ନାହିଁ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଜନସାଧାରଣ ଓଡ଼ଗାଁ ବ୍ଳକ, ତହସିଲ, ଥାନା, ଡାକ୍ତରଖାନା, କୋର୍ଟ ସହିତ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ମାନଙ୍କରେ ସେମାନଙ୍କ କାମସାରି ୪ ବେଳେ ଗାଁକୁ ଫେରିପାରିବେ ବୋଲି ଲକ୍ଷ ରଖାଯାଇଛି ।
ରାଜ୍ୟ
ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳରେ ଗଡିବ ୨୨ ସିଟ୍ ବିଶିଷ୍ଟ ୪ ବସ
- Hits: 638











