ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ରେଜଲ୍ଟ : 573 ମାର୍କ ରଖି ମାହାଙ୍ଗା ବ୍ଲକ ର ଟପର ହେଲେ ବର୍ଷା ପ୍ରିୟଦର୍ଶିନୀ ସେଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗାମୀ କାଲିର ଭବିଷ୍ୟତ ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l   

(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) - ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l ଏହି ଅବସରରେ ମାହାଙ୍ଗା ବ୍ଲକ ଅଞ୍ଚଳରୁ ମୋଟ 51 ଗୋଟି ଉଚ୍ଚ ବିଦ୍ୟାଳୟ ର 2271 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେଥିମଧ୍ୟରୁ 2262 ଜଣ ପାସ କରିଛନ୍ତି l ଫଳରେ ଚଳିତ ବର୍ଷ ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ଅଧୀନରେ ପାସ ହାର 99.06%  ରହିଛି l 2371 ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 16 ଜଣ A1, 146 ଜଣ A2, 326 ଜଣ B1, 539 ଜଣ B2, 551 ଜଣ ସି, 433 ଜଣ ଡି, 251 ଜଣ ଇ, 9 ଜଣ ଏଫ ଗ୍ରେଡ଼ ପାଇଛନ୍ତି l ଏହି ଅବସରରେ ମାହାଙ୍ଗା ବ୍ଲକ ରଘୁନାଥଜୀଉ ପଞ୍ଚାୟତ ବିଦ୍ୟାପୀଠ ବ୍ରାହ୍ମଣମଣିଜୋରୀ ର ବର୍ଷପ୍ରିୟଦର୍ଶିନୀ ସେଠୀ 573 ମାର୍କ ରଖି A1 ଗ୍ରେଡ଼ ରେ ବ୍ଲକ ଟପର ଭାବେ ସମଗ୍ର ଅଞ୍ଚଳରେ ସୁନାମ ଆଣି ପାରିଛନ୍ତି, ଯାହାପାଇଁ ସେ ଆଗାମୀ ଦିନରେ ଜଣେ ଡାକ୍ତର ହୋଇ ଜନସାଧାରଣ ଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି l ଏହି ଅବସରରେ ବିଭିନ୍ନ ମହଲରୁ ବର୍ଷାପ୍ରିୟଦର୍ଶିନୀ ଙ୍କୁ ଗଭିର କୃତଜ୍ଞତା ଜଣାଯାଇଛି l ସେହିପରି A1 ଗ୍ରେଡ଼ ରେ  ରଘୁନାଥଜୀଉ ପଞ୍ଚାୟତ ବିଦ୍ୟାପୀଠ ରୁ ହରପ୍ରିୟା ରାଉତ 569 ମାର୍କ, ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ କମଳାକାନ୍ତ ରାଉତ 564 ମାର୍କ, କସ୍ତୁରବା ଉଚ୍ଚ ବିଦ୍ୟାଳୟ ରୁ ଭକ୍ତିଭୁଷଣ ଷଡ଼ଙ୍ଗୀ 552 ମାର୍କ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଣ୍ଡିର ଦିବ୍ୟପ୍ରସାଦ ବେହେରା 548 ମାର୍କ, ରଘୁନାଥଜୀଉ ପଞ୍ଚାୟତ ବିଦ୍ୟାପୀଠର ଜାଗୃତି ମିଶ୍ର 548 ମାର୍କ, ଅର୍ପିତା ପ୍ରିୟଦର୍ଶିନୀ 544 ମାର୍କ, ମଧୁସୂଦନ ଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାଳୟ ର ହିମାଂଶୁ କୁମାର ପଟ୍ଟନାୟକ 547 ମାର୍କ, ସିଏଚ ରାଧାନାଥ ବିଦ୍ୟାପୀଠର ମୋନାଲିସା ସ୍ୱାଇଁ 541 ମାର୍କ, ଋତୁରାଜ ଲେଙ୍କା 540 ମାର୍କ, ହନୁମାନ ଜୀଉ ବିଦ୍ୟା ନିକେତନ ରାଣିଗଡା ର ସାର୍ଥକ ଭୁୟାଁ 541 ମାର୍କ, ହଳଦିଆ ଉଚ୍ଚ ବିଦ୍ୟାଳୟ ର ତପି ମଲିକ 540 ମାର୍କ, କସ୍ତୁରବା ଉଚ୍ଚ ବିଦ୍ୟାଳୟ ର ମଧୁସ୍ମିତା ପ୍ରଧାନ 540 ମାର୍କ, କଇଥା  ଗାନ୍ଧୀ ଶିକ୍ଷାଶ୍ରମର ପ୍ରଜ୍ଞା ପରମିତାନାଥ 540 ମାର୍କ, ଜୟଶ୍ରୀ ଷେଣ୍ଢ 540 ମାର୍କ, ରାମଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ର କୈବଲ୍ୟ ପ୍ରସାଦ ଜେନା 540 ମାର୍କ ରଖି A1 ଗ୍ରେଡ଼ ରେ ଉତୀର୍ଣ୍ଣ ହେବା ସହ ମାହାଙ୍ଗା ବ୍ଲକ ଅଞ୍ଚଳର ନାମକୁ ଗୌରାବାନ୍ୱିତ କରିପାରିଛନ୍ତି l ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଇଓ ଚକ୍ରଧର ବେହେରା, ବ୍ଲକ ଅଧକ୍ଷା ଦୀପା ମଲିକ,  ବ୍ଲକ ଉପାଧକ୍ଷ ସତ୍ୟ ନାରାୟଣ ମହାନ୍ତି , ବିଜେଡି ସଭାପତି ରାଜକିଶୋର ଜେନା , ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ ଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଗଭୀର କୃତଜ୍ଞତା ଜଣାଇବା ସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏହାହିଁ ମହାପ୍ରଭୁ ଙ୍କ ନିକଟରେ କାମନା କରିଛନ୍ତି l ତେବେ କୃତୀ ଛାତ୍ର ଛାତ୍ରୀ ମାନେ ଏହି ସଫଳତାର ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରି, ଅଭିଭାବକ ମାନଙ୍କୁ ଦେଇଥିଲା ବେଳେ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ତେବେ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଡାକ୍ତର, ପୋଲିସ, ଶିକ୍ଷକ ହେବା ପାଇଁ ସ୍ୱପ୍ନ ରଖିଥିବାର ପ୍ରକାଶ କରିଥିଲେ l

0
0
0
s2sdefault