ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ରେଜଲ୍ଟ : 580 ମାର୍କ ରଖି ନିଶ୍ଚିନ୍ତକୋଇଲି ବ୍ଲକ ର ଟପର ହେଲେ ଓମ ପ୍ରକାଶ ପଣ୍ଡା :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା କୃତଜ୍ଞତା ଜଣାଇବା ସହିତ ଭବିଷ୍ୟତ ଉଜ୍ୱଳ ପାଇଁ କାମନା କରିଛନ୍ତି l 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରୁ ମୋଟ 45 ଗୋଟି ଉଚ୍ଚ ବିଦ୍ୟାଳୟ ର 2310 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେଥିମଧ୍ୟରୁ 2300 ଜଣ ପାସ କରିଛନ୍ତି l ଫଳରେ ଚଳିତ ବର୍ଷ ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ଅଧୀନରେ ପାସ ହାର 99.30%  ରହିଛି l 2310 ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ 136 ଜଣ A1, 459 ଜଣ A2, 431 ଜଣ B1, 453 ଜଣ B2, 396 ଜଣ ସି, 263 ଜଣ ଡି, 161 ଜଣ ଇ, 10 ଜଣ ଏଫ ଗ୍ରେଡ଼ ପାଇଛନ୍ତି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ହରଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାପୀଠ ର ଓମ ପ୍ରକାଶ ପଣ୍ଡା 580 ମାର୍କ ରଖି A1 ଗ୍ରେଡ଼ ରେ ବ୍ଲକ ଟପର ଭାବେ ସମଗ୍ର ଅଞ୍ଚଳରେ ସୁନାମ ଆଣି ପାରିଛନ୍ତି, ଯାହାପାଇଁ ସେ ଆଗାମୀ ଦିନରେ ଜଣେ ଡାକ୍ତର ହୋଇ ଜନସାଧାରଣ ଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି l ଏହି ଅବସରରେ ବିଭିନ୍ନ ମହଲରୁ ଓମ ପ୍ରକାଶ ପଣ୍ଡା ଙ୍କୁ ଗଭିର କୃତଜ୍ଞତା ଜଣାଯାଇଛି l ସେହିପରି ଭାବେ ଶକୁନ୍ତଳା ବିଦ୍ୟା ନିକେତନ ବୋଧଙ୍ଗ ର ଛାତ୍ର ଅମିତ କୁମାର ମହାନ୍ତି 568 ମାର୍କ, ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ର ଓମ ପ୍ରଭା ସାହୁ 566 ମାର୍କ, ଶକୁନ୍ତଳା ବିଦ୍ୟା ନିକେତନ ବୋଧଙ୍ଗ ର ଅନିଶା ପ୍ରିୟଦର୍ଶିନୀ ଦାଶ 564 ମାର୍କ, ହରଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାପୀଠର ବିସ୍ମୟ ମିଶ୍ର 564 ମାର୍କ, ରୋଜାଲିନ ସାହୁ 564 ମାର୍କ, ଖଣ୍ଡାୟତ ପଟ୍ଟକିରା ଉଚ୍ଚ ବିଦ୍ୟାଳୟ ର ଅରବିନ୍ଦ ବେଉରା 563 ମାର୍କ, ଆଶ୍ରିତା ତ୍ରିପାଠୀ 563 ମାର୍କ, ହରଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାପୀଠର ଲିପ୍ସା ରାଉତରାୟ 563 ମାର୍କ, ଖଣ୍ଡାୟତ ପଟ୍ଟକିରା ଉଚ୍ଚ ବିଦ୍ୟାଳୟ ର ରିତୁପର୍ଣ୍ଣା ନନ୍ଦ 561 ମାର୍କ, ଭଗବତୀ ଉଚ୍ଚ ବିଦ୍ୟାଳୟ ର ସୋମନାଥ ଗିଲି 561 ମାର୍କ, ହରଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟା ପୀଠର ଚିନ୍ମୟୀ ଦାସ 561 ମାର୍କ, ଦିପ୍ତିମୟୀ ସାହୁ 559 ମାର୍କ, କଳ୍ପତରୁ ମହାନ୍ତି 559 ମାର୍କ, ବାଲିଆପଦା ଉଚ୍ଚ ବିଦ୍ୟାଳୟ ର ଶୁଭଙ୍କରି ସିଂ 559 ମାର୍କ, ଖଣ୍ଡାୟତ ପଟ୍ଟକିରା ଉଚ୍ଚ ବିଦ୍ୟାଳୟ ର ସୁଶ୍ରୀ ଶ୍ରେୟାନସି ସାହୁ 558 ମାର୍କ, ହରଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାପୀଠର ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ 558 ମାର୍କ, ମଧୁସ୍ମିତା ବାରିକ 557 ମାର୍କ, ସାନିଆ ରାଉଳ 556 ମାର୍କ, ଶକୁନ୍ତଳା ବିଦ୍ୟାନିକେତନ ବୋଧଙ୍ଗ ଓମ ପ୍ରକାଶ ମହାନ୍ତି 557 ମାର୍କ, କଳିଙ୍ଗ ମଡେଲ ଉଚ୍ଚ ବିଦ୍ୟାଳୟ ଗଡିଯଙ୍ଗ ର ବିଶାଲ ଶତପଥୀ 557 ମାର୍କ ରଖି A1 ଗ୍ରେଡ଼ ରେ ଉତୀର୍ଣ୍ଣ ହେବା ସହ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ନାମକୁ ଗୌରାବାନ୍ୱିତ କରିପାରିଛନ୍ତି l ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା, ବିଇଓ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ସମାଜସେବୀ ହିମାଂଶୁଶେଖର ମହାନ୍ତି ଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଗଭୀର କୃତଜ୍ଞତା ଜଣାଇବା ସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏହାହିଁ ମହାପ୍ରଭୁ ଙ୍କ ନିକଟରେ କାମନା କରିଛନ୍ତି l ତେବେ କୃତୀ ଛାତ୍ର ଛାତ୍ରୀ ମାନେ ଏହି ସଫଳତାର ଶ୍ରେୟ ଶିକ୍ଷକ ଶିକ୍ଷୟିତ୍ରି, ଅଭିଭାବକ ମାନଙ୍କୁ ଦେଇଥିଲା ବେଳେ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ତେବେ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଡାକ୍ତର, ପୋଲିସ, ଶିକ୍ଷକ ହେବା ପାଇଁ ସ୍ୱପ୍ନ ରଖିଥିବାର ପ୍ରକାଶ କରିଥିଲେ l

0
0
0
s2sdefault