ହେଡଲାଇନସ୍:

ଜମି ବିବାଦକୁ ନେଇ ଭୁଜାଲି ମାଡ଼।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ/ଦିପୁ ମହାପାତ୍ର ଙ୍କ ରିପୋର୍ଟ -ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ --ଜମି ବାଡ଼ି ବିବାଦକୁ ନେଇ ଭୁଜାଲି ମାଡ଼ ।ଏଭଳି ଘଟଣା ଘଟିଛି ବଡ଼ ଚାଟରା ଗ୍ରାମରେ । ସାନଭାଇ ଧରିଲେ ବଡ଼ ହାଣିଲେ । ବୋଲି ଅଭିଯୋଗ କରିଛନ୍ତି ଆହତ ଜଣଙ୍କ ଏହି ଭୁଜାଲି ମାଡରେ ଗୁରୁତର ଆହତ ହୋଇଛନ୍ତି ଗୋବିନ୍ଦ ମହାନ୍ତ । ଭୁଜାଲି ମାଡ କରିଥିବା ଯୁବକ ମାନେ ହେଉଛନ୍ତି ବଡ଼ଚାଟରା ଗ୍ରାମର ଅନିଲ ମହାନ୍ତ ଓ ସୁନୀଲ ମହାନ୍ତ ବୋଲି ଜଣାପଡିଛି ।
ଆକ୍ରମଣରେ ଗୁରୁତର ହୋଇଥିବା ଗବିନ୍ଦ ମହାନ୍ତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଶୀର୍ଷା ମେଡିକାଲ ଓ ପରେ ବାରିପଦା ସ୍ଥାନାନ୍ତର କରାଯାଇଛି । ତେବେ ଗତକାଲି ରାତିରେ ଉଭୟ ପଯ ପ୍ରଥମେ ଵତଶା ହୋଇଥିଲା ବେଳେ ଘର ବାରଣ୍ଡାରେ ବସିଥିବା ବେଳେ ଭୁଜାଲି ମାଡର ଶିକାର ହୋଇଛନ୍ତି ଗବିନ୍ଦ ମହାନ୍ତ । ଆକ୍ରମଣ ପରେ ଆକ୍ରମଣକାରୀଙ୍କୁ ଝାରପୋଖରିଆ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି । 

0
0
0
s2sdefault