ହେଡଲାଇନସ୍:

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ:ନିୟମିତ ଯୋଗ, ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଦ୍ବାରା ନିୟନ୍ତ୍ରଣ ସମ୍ଭବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡ.ମକରନ୍ଦ ବେଉରାଙ୍କ ପୌରହିତ୍ୟରେ ବିଶ୍ବ ଉଚ୍ଚରକ୍ତଚାପ ଦିବସ ପାଳିତ ହୋଇଯାଇଛି । ଏହି ସଚେତନତା ସଭାରେ ଡ. ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଡ.ପୁଷ୍ପାନିଳିମା ଲାକ୍ରା, ଡ.ସୁବାଷ ଚନ୍ଦ୍ର ନାୟକ, ଡ.ନୌଷଦ ଅଲ୍ଲୀ ଖାଁ, ଡ.ଅଜୟ କୁମାର ବାହିନିପତୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ନିୟମିତ ବ୍ୟାୟାମ ଓ ଯୋଗ କରିବା ଦ୍ବାରା ଉଚ୍ଚ ରକ୍ତଚାପ ରୁ ଉପସମ ମିଳିବ ବୋଲି ବକ୍ତବ୍ୟ ରଖିଥିଲେ । ଏଥ୍ ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଓ ଚିନ୍ତାମୁକ୍ତ ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ୩୦ ବର୍ଷ ପରେ ରକ୍ତଚାପ ପରୀକ୍ଷା କରିବା ନିହାତି ଆବଶ୍ୟକ । ରକ୍ତଚାପ ଥିଲେ ଡାକ୍ତରଙ୍କୁ ଦେଖାଇ ନିୟମିତ ଔଷଧ ଖାଇବା ଓ ମଝିରେ ରକ୍ତଚାପ ପରୀକ୍ଷା କରିବା ନିମନ୍ତେ ଅତିଥ୍‌ ମାନେ ପରାମର୍ଶ ଦେଇଥିଲେ । ଏହିସବୁ ବାର୍ତ୍ତା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚାଇବା ନିହାତି ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ଆଶାକର୍ମୀ ଓ ମହିଳା ସ୍ଵାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault