ହେଡଲାଇନସ୍:

ମାହାଙ୍ଗା ବିଜେଡିରେ ମିଶ୍ରଣ ପର୍ବ, ବଢୁଛି ପ୍ରତାପଙ୍କ ପତିଆରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଶନ 2024 ନିର୍ବାଚନ ପାଇଁ ମାହାଙ୍ଗା ବିଜେଡିର ମିଶ୍ରଣ ପର୍ବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେପି-କଂଗ୍ରେସ କର୍ମୀ ବିଜେଡି ରେ ମିଶିଲେ l

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ରେ ବିଜୁ ଜନତା ଦଳକୁ ଆଗାମୀ ମିଶନ 2024 ନିର୍ବାଚନ ରେ ବହୁ ସଂଖ୍ୟାରେ ବିଜୟ କରି ସାଢେ 4 କୋଟି ଓଡ଼ିଆଙ୍କ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶର ସୂତ୍ରଧର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ମାହାଙ୍ଗା ବିଜେଡି ଦଳ ପକ୍ଷରୁ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହା ନେଇ ଏକ ମିଶ୍ରଣ ସଭା ମାହାଙ୍ଗା ବ୍ଲକ କୁସୁପୁର ସ୍ଥିତ ପଲ୍ଲୀକବି ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ସଂଖ୍ୟକ ବିଜେପି-କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ତଥା ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଏହା ନେଇ ଏକ ମିଶ୍ରଣ ପର୍ବ ଏବଂ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ମାହାଙ୍ଗା ବ୍ଲକ କୁସୁପୁର ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସମସ୍ତ ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ମୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ କୁସୁପୁର ଅଞ୍ଚଳର ସମସ୍ତ ଗ୍ରାମବାସୀ ହାତରେ ହାତ ମିଶାଇ କାର୍ଯ୍ୟ କରି ପଞ୍ଚାୟତ ର ବିକାଶମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ମତବ୍ୟକ୍ତ ପ୍ରକାଶ କରିଥିଲେ l ଏପରିକି ବିଜୁ ଜନତା ଦଳ ଲୋକମାନଙ୍କ ପାଇଁ ବିକାଶମୂଳକ କାମ କରୁଛି ଏବଂ ଆଗକୁ ମଧ୍ୟ କରିବ, ବିଜୁ ଜନତା ଦଳ ସବୁବେଳେ କାମ ଉପରେ ବିଶ୍ଵାସ କରେ କଥାରେ ନୁହେଁ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ,ବିଜେଡି ବ୍ଲକ ସଭାପତି ରାଜକିଶୋର ଜେନା, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ବିଜେଡି ପର୍ଯ୍ୟବେକ୍ଷକ ବିବେକାନନନ୍ଦ ସାମନ୍ତରାୟ, ସରପଞ୍ଚ ମମତା ସାହୁ, ସମିତିସଭ୍ୟ ମେନକା ଦାସ, ପଞ୍ଚାୟତ ବିଜେଡି ସଭାପତି ପଙ୍କଜ କୁମାର ସାହୁ, ପ୍ରଶାନ୍ତ ରାଉତ ଙ୍କ ସମେତ ବହୁ ବିକେଡ଼ି କର୍ମୀ ଏବଂ ମାଆ ଭଉଣୀମାନେ ବହୁ ସଂଖ୍ୟା ରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ବିଜେଡି ରେ ଯୋଗଦାନ କରିଥିବା ସମସ୍ତ କର୍ମୀମାନେ ଆଗାମୀ ଦିନରେ ବିଜେଡି କୁ ବିଜୟୀ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ବୃହତ ସଂଖ୍ୟାରେ ବିଜୟ କରାଇବେ ବୋଲି ଶପଥ ଗ୍ରହଣ କରିଥିଲେ l

0
0
0
s2sdefault