ହେଡଲାଇନସ୍:

ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ଧର୍ମେନ୍ଦ୍ରଙ୍କ ସହିତ ବିଜେପିର ନିର୍ଦ୍ଧିଷ୍ଟ ଗୋଷ୍ଟି ମିଶନ ଶକ୍ତି ମହିଳାଙ୍କୁ ଅପମାନିତ କରୁଛନ୍ତି

  •  ବର୍ଷା ସିଂ ବରିହା ଓ ଦୀପାଲି ଦାସଙ୍କୁ ଅପମାନିତ କରିବାକୁ ପଛାଇଲେ ନାହିଁ

  •  ବିଜେପି ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ମହିଳା କୁସ୍ତିଯୋଦ୍ଧା

  •  ମହିଳାଙ୍କୁ ଅସମ୍ମାନ କରି ରାଜ୍ୟରେ ବିଜେପି ବାରମ୍ବାର ହାରୁଛି


ଭୁବନେଶ୍ୱର, ୧୭/୦୫/୨୦୨୩: ଓଡିଶା ବିଜେପିର ବରିଷ୍ଠ ନେତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମିଶନ ଶକ୍ତିର ମହିଳାମାନଙ୍କୁ ଅପମାନିତ କରିବା ସହିତ ଅପରାଧି ଭଳି ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ଓଡିଶା ବିଜେପି ମହିଳାଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କର ସମ୍ମାନର ସୁରକ୍ଷା ବିଷୟରେ କହିବା ଅତ୍ୟନ୍ତ ବିଡମ୍ବନାର ବିଷୟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କିଭଳି ଓଡିଶାର ଝିିଅମାନଙ୍କୁ ଅପମାନିତ ତଥା ବଦନାମ କରିଛନ୍ତି ଯେଉଁମାନେ ନିଜ ପିତାଙ୍କୁ ହରାଇଛନ୍ତି ଏବଂ ସାଧାରଣ ଜୀବନକୁ ଆସିବା ପ୍ରକ୍ରିୟାରେ ଅଛନ୍ତି । ଶ୍ରୀ ପ୍ରଧାନ ଏବଂ ଓଡିଶା ବିଜେପିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପଦମପୁରରେ ଶ୍ରୀମତୀ ବର୍ଷା ସିଂ ବରିହା ଏବଂ ଝାରସୁଗୁଡାରେ ସୁଶ୍ରୀ ଦୀପାଲି ଦାସଙ୍କୁ ଅପମାନିତ କରିଥିଲେ ଏବଂ ଯାହାର ଫଳସ୍ୱରୂପ ଉଭୟ ପଦମପୁର ଏବଂ ଝାରସୁଗୁଡାର ଲୋକମାନଙ୍କଠାରୁ ପରାଜୟ ଆକାରରେ ଉତ୍ତର ପାଇଲେ ।
ଯେତେବେଳେ ଉତ୍ତର ଭାରତର ଜଣେ ସାଂସଦଙ୍କ ବିରୁଦ୍ଧରେ ଦେଶ ପାଇଁ ପଦକ ଜିତିଥିବା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମହିଳା ରେସଲରଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ପ୍ରସଙ୍ଗ ଆସିଥିଲା ସେତେବେଳେ ଓଡିଶା ବିଜେପିର ନେତାମାନେ ନିରବ ରହିଥିଲେ । ଏହି ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ ସମ୍ପୃକ୍ତ ବିଜେପି ସାଂସଦଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଭାରତର ଗର୍ବ କୁହାଯାଉଥିବା ଏହି ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣାରେ ବସିବାକୁ ପଡିଲା କିନ୍ତୁ କେହି ସେମାନଙ୍କ କଥା ଶୁଣିଲେ ନାହିଁ । ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟରେ ଏହି ମାମଲା ଉଠିଲା ଏବଂ ପୋଲିସ ଦ୍ୱାରା ଏଫଆଇଆର ରୁଜୁ କରିବାକୁ ନିଦେ୍ର୍ଧଶ ଦିଆଗଲା ସେତେବେଳେ ଏହି ମାମଲାକୁ ଗୁରୁତ୍ୱର ସହ ନିଆଗଲା ।
ଆଜି ସାମ୍ବାଦିକ ସମ୍ମିଳନୀ କରିଥିବା ଓଡିଶା ବିଜେପିର ନେତ୍ରୀମାନେ ଯଦି ସ୍ପଷ୍ଟ କରିଥାନ୍ତେ ଯେ ଦେଶର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧାମାନେ କାହିଁକି ଧାରଣାରେ ବସି ବିଜେପି ସାଂସଦଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ସହିତ ନ୍ୟାୟ ଦାବି କରୁଥିଲେ ତେବେ ବହୁତ ଭଲ ହୋଇଥାନ୍ତା । ଏଥିରୁ ଜଣାପଡିଛି ଯେ ଏହି ପ୍ରସଙ୍ଗରେ ଓଡିଶା ବିଜେପି ନେତ୍ରୀଙ୍କ ପାଟିରେ ତାଲା ପଡିଛି । ସତ୍ୟ ଉପରେ କହିବା ଏବଂ ମିଥ୍ୟା ଏବଂ ଅର୍ଦ୍ଧ ସତ୍ୟର ଆଶ୍ରୟ ନ ନେବା ପାଇଁ ଓଡ଼ିଶା ବିଜେପିର ନୈତିକ ସାହସ ରହିବା ଉଚିତ୍‍ । ତେବେ ବିଜେଡି ନେତାଙ୍କ ପ୍ରସଙ୍ଗରେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଶ୍ରୀମତୀ ଲୋରା ମହାପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault