ହେଡଲାଇନସ୍:

ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଏବଂ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ ସାମନ୍ତସିଂହାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ଯଦି ଅଧିକ ସଂଖ୍ୟକ ନେତା କେଉଁ ଦଳରେ ଥାଆନ୍ତି, ସେ ଦଳ ହେଉଛି ବିଜେଡିରେ?.ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି, ଆମ ପରିବାରର ମାଆ ଭଉଣୀମାନେ ବି ଏଥିରେ ଅନ୍ତର୍ଭୃକ୍ତ ଅଛନ୍ତି? ସମୀର ଦାସ ଓ ଶ୍ରକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କଣ ପାଇଁ କରାଗଲା? ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କଣ କରିଥିଲେ ଯେ ତୁମେ ତାଙ୍କୁ ବାହାରେ ରଖିଛ ? ଏହାର ଉତର ଶାସକ ଦଳର ମୁଖିଆ ଦେବେ କି ? ଶାସକ ଦଳର ନେତା କିଏ ? ଅପପୁଷ୍ଟିର ସତ କଥା ଯେତେବେଳେ ଗଣମାଧ୍ୟମକୁ ଆସୁଛି ସେତେବେଳେ ବିଜେଡ଼ି ବିଚଳିତ ହେଉଛି "

ଭୁବନେଶ୍ୱର - ବିଜେଡ଼ି ମୁଖପାତ୍ର ସବୁବେଳେ ମୂଳ କଥାର ଉତର ନ ଦେଇ ବୁଲେଇ ବଙ୍କେଇ କୁହନ୍ତି । ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିରେ କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ସେ କହିଛନ୍ତି ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡି । ଆଜି ଦୁଇଟି ଘଟଣା ଘଟିଛି । ଗଣମାଧ୍ୟମରେ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଏବଂ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗର ପରିବାରରୁ ଘଟଣା ଘଟିଛି । ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତର ରଖିବେ କି?
ସତ କହିଲେ ବିଜେଡ଼ି ନେତାଙ୍କୁ ବାଧୁଛି । ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି । ଆମର ପରିବାରର ମାଆ ଭଉଣୀମାନେ ବି ଅନ୍ତର୍ଭୃକ୍ତ ଅଛନ୍ତି । ସେମାନଙ୍କୁ ଢାଲ କରି ମହିଳାଙ୍କୁ ଅସମ୍ମାନ କରିବାର ଯେଉଁ ମିଛ ପ୍ରହେଳିକା ଶାସକ ଦଳ ଦଳ ତିଆରି କରୁଛି, ତାହାକୁ ଓଡ଼ିଶାର ଜନସାଧାରଣ ସବୁ ବୁଝିଲେଣି । ସମୀର ଦାସ ଓ ଶ୍ରକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କଣ ପାଇଁ କରାଗଲା? ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କଣ କରିଥିଲେ ଯେ ତୁମେ ତାଙ୍କୁ ବାହାରେ ରଖିଛ? ଏହାର ଉତର ଶାସକ ଦଳର ମୁଖିଆ ଦେବେ କି ? ତିର୍ତୋଲର ବିଧାୟକ କେଉଁ କାରଣରୁ ଆସୁନାହାନ୍ତି ତାହାର ସ୍ପଷ୍ଟୀକରଣ ରଖିବେ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ବିଜେଡି ମୁଖପାତ୍ର କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ବୁଝି ନ ବୁଝିଲା ଭଳି ଆଚରଣ କରୁଛନ୍ତି । ମିଛକୁ ବାରମ୍ବାର କହିଲେ ସତ ହୁଏ ନାହିଁ । ଶାସକ ଦଳର ନେତା କିଏ ? ଆଜି ପ୍ରଶ୍ନବାଚୀ । ଅପପୁଷ୍ଟିର ସତ କଥା ଯେତେବେଳେ ଗଣମାଧ୍ୟମକୁ ଆସୁଛି ସେତେବେଳେ ବିଜେଡ଼ି ବିଚଳିତ ହେଉଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ।

0
0
0
s2sdefault