କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ରାସ୍ତାରୋକ କରିଛନ୍ତି ଗଡ଼ପଳାଶୁଣି ୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି । ଦୀର୍ଘଦିନ ହେବ ଗାଁରେ ପାନୀୟ ଜଳର ସମସ୍ୟାକୁ ନେଇ ସ୍ଥାନୀୟ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ଫଳରେ ଲୋକମାନେ ପାଣି ପାଇଁ ଗାଁରେ ହାହାକାର ହେଉଥିଲେ । ପ୍ରାୟ ୪ କିଲୋମିଟର ଦୂରକୁ ଯାଇ ପାନୀୟ ଜଳ ଆଣିବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗାଁର ମହିଳା ଓ ପୁରୁଷ ମାନେ ରାସ୍ତାରୋକ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଛି । ଫଳରେ ପରଜଙ୍ଗ-ତେଲକୋଇ ଯାତାୟାତ ସମ୍ପୁର୍ଣ୍ଣ ଠପ୍ ରହିଛି । ଯେ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାୟୀ ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ରାଜ୍ୟ
ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରେ ୨ଶହଟି ପରିବାର ।
- Hits: 383











