ହେଡଲାଇନସ୍:

ପୋଖରୀ ରେ ବୁଡି ଯୁବକ ଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର -କାମାକ୍ଷାନଗର ଥାନା ବାଙ୍କୁଆଳ ଗ୍ରାମ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ସେହି ଗ୍ରାମ ର ଶିରିଣି ପ୍ରଧାନ (୪୫ ବର୍ଷ) l ସୂଚନା ଅନୁସାରେ ଶିରିଣି ଆଜି ସକାଳୁ ସ୍ଥାନୀୟ ପୋଖରୀ କୁ ଗାଧେଇବାକୁ ଯାଇଥିଲେ l ଗାଧୋଉଥିବା ସମୟରେ ପାଣି ଭିତରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ପାଣି ଭିତରେ ଖସି ଯାଇଥିଲା l ଫଳରେ ସେ ପାଣିରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରିବା ସହ ମୃତଦେହ କୁ ବ୍ୟବଛେଦ କରି ଅଧିକ ତଦନ୍ତ ଜାରି ରଖିଛି l

0
0
0
s2sdefault