ବଦଳିଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଠିକଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଛିା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହୋଇଛିା ତୋଷାଳି ଭବନ ଏ-୧ ବ୍ଲକର ତଳ ମହଲାରେ ଆୟୁକ୍ତଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛିା ରାଜ୍ୟର ଭିନ୍ନକ୍ଷମ ହିତାଧିକାରୀମାନେ ଏଣିକି ସେମାନଙ୍କ ସମସ୍ୟା ତଥା ଅଭିଯୋଗଗୁଡ଼ିକର ସମାଧାନ ନିମନ୍ତେ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସିପାରିବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁହାଯାଇଛିା

0
0
0
s2sdefault