ମୟୁରଭଞ୍ଜରୁ ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲାର ଏଣିକି ବୁଢାମରାରେ ଟ୍ରେନ ରହଣି ସହିତ ଭୁବନେଶ୍ୱର ଓ ପୁରୀ ଯିବାକୁ ମିଳିବ ସୁବିଧା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି - ଭୁବନେଶ୍ୱର ଟ୍ରେନ ରହଣି ପାଇଁ ରେଳ ବିକାଶ ମଞ୍ଚ ତରଫରୁ ଫେବ୍ରୁଆରୀ ୨୦୨୨ରୁ ଦାବୀ ହୋଇ ଆସୁଥିଲା l ତାହା ଆଜି ପୂରଣ ହେଲା । ଏଣିକି ଟ୍ରେନରେ ବୁଢାମରାରୁ ଭୁବନେଶ୍ୱର ଓ ପୁରୀ ଯିବାକୁ ସୁବିଧା ମିଳିବ l ବାଙ୍ଗିରିପୋଷି-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପରୀକ୍ଷା ମୂଳକ ରହଣିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ,ଏଡିଆରଏମ ଏବଂ ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ। ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ। ସମ୍ପ୍ରସାରିତ ରୁଟର ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ l ବୁଢାମରା ଷ୍ଟେସନ ଟି ରାଜା ରାଜୁଡା ଅମଳ ରୁ ଷ୍ଟେସନ ଥିବାବେଳେ,ଏହି ଷ୍ଟେସନ ଉପରେ ଝାଡ଼ଖଣ୍ଡ,ବେଙ୍ଗଲ ଏବଂଓଡ଼ିଶା ର ବହୁ ଯାତ୍ରୀ ନିର୍ଭର କରିଥାନ୍ତି। ତେଵେ ଅଞ୍ଚଳ ଵାସି ଖୁସି ଥିବାର ଦେଖିବାକୁ ମିଳିଥିଲା
ରାଜ୍ୟ
ବହୁତ ଦିନର ଦାବି ପୂରଣ ହେଲା ।
- Hits: 219











