ହେଡଲାଇନସ୍:

ମିଲେଟରେ ମ୍ୟାଜିକ୍ ସୃଷ୍ଟି କରିବାକୁ ସ୍ଥାନୀୟ ସେଫଙ୍କ ସହ ହାତ ମିଳେଇଲେ ଓଡ଼ିଶା ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡିଶା ମିଲେଟସକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ମିଲେଟ ମିଶନ ରେଷ୍ଟୁରାଂଟ ଏବଂ ସେଫ୍ ମାନଙ୍କ ସହଯୋଗ ନେବା ପାଇଁ ପ୍ରମୁଖ ପଦକ୍ଷେପ ନେଉଛି । ଫାର୍ମ ଟୁ ପ୍ଲେଟ ଏହାକୁ ସାକାର କରିବା ଦିଗରେ ଓଡିଶା ଦୃତ ଗତିରେ ଆଗକୁ ବଢୁଛି କାରଣ ରାଜ୍ୟ ସରକାର ମିଲେଟର ବ୍ୟବହାରକୁ ରାଜ୍ୟରେ ପ୍ରୋତ୍ସାହିତ କରିବା ପାଇଁ ଅନନ୍ୟ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଏହାର ଏକ ବଳିଷ୍ଠ ଉଦାହରଣ ହେଉଛି ଚାଲିଥିବା ମିଲେଟ ଫୁଡ ଫେଷ୍ଟିଭାଲ । ଓଡିଶା ମିଲେଟ ମିଶନ ଭୁବନେଶ୍ୱରର ପ୍ରତିଷ୍ଠିତ ରେଷ୍ଟୁରାଂଟ ମାଇକେଲସ କିଚେନ ସହଭାଗୀତାରେ ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ ପରିପ୍ରେକ୍ଷୀରେ ମିଲେଟ ଫୁଡ ଫେଷ୍ଟିଭାଲ ଆୟୋଜନ କରୁଛି । ମଇ ୫ ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ୧୫ ଦିନ ବ୍ୟାପି ଏହି ଫେଷ୍ଟିଭାଲରେ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖାଦ୍ୟ ପ୍ରସ୍ତୁତ କରାହେଉଛି ।
ଏହି ଉତ୍ସବକୁ ସେଲିବ୍ରିଟିଙ୍କ ସହ ରାଜଧାନୀ ବାସିନ୍ଦା ଉପଭୋଗ କରୁଛନ୍ତ । ମଇ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସୁନାମଧନ୍ୟ ମାଷ୍ଟର ସେଫ୍ ଓ ରେଷ୍ଟୁରାଂଟ ମାଲିକ ମାଇକେଲଙ୍କ ଉପସ୍ଥିତି ପ୍ରେରଣାଦାୟୀ ଥିଲା । ରେଷ୍ଟୁରାଂଟ ପରିଚାଳନା ଏବଂ ମିଲେଟରୁ ନୂଆ ନୂଆ ଡିସେସ୍ ଓ ଫୁଡ ଆଇଟମ୍ସ୍ ତିଆରି କରିବା ବିଷୟରେ ଉପଯୋଗୀ ଜ୍ଞାନ ଦେଇଥିଲେ । ନିଜର ବ୍ୟବସାୟିକ ବୁଦ୍ଧି ଓ ପରିଚାଳନାର ବିକାଶ ପାଇଁ ଉତ୍ସୁକ ୩୦ରୁ ଉର୍ଧ୍ଵ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଅଂଶ ଗ୍ରହଣ କରିଥିଲେ ।
ଓଡିଶା ସରକାର ରାଜ୍ୟରେ ଉତ୍ପାଦିତ ମିଲେଟର ବ୍ୟବହାର ବୃଦ୍ଧିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି । କେବଳ ରେଷ୍ଟୁରାଂଟ ଓ ସେଫ୍ ମାନଙ୍କ ସହଭାଗୀତାରେ ଏହାର ପ୍ରୋତ୍ସାହନ କରୁନାହାନ୍ତି ବରଂ ଏହି କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଭାବ ଆଦାନ ପ୍ରଦାନର ସୁଯୋଗ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତା ବିଷୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ କହିଛନ୍ତି “ସ୍ଥାନୀୟ ପେଶାଦାରମାନେ ଆଗକୁ ଆସି ସରକାରଙ୍କୁ ସହଯୋଗର ହାତ ବଢାଇ ଏକ ପରିବର୍ତ୍ତନରେ ଯଥେଷ୍ଟ ଭାଗୀଦାର ହୋଇଛନ୍ତି । ପେଷାଦାର ସେଫ୍ ମାଇକେଲଙ୍କ ପ୍ରଭାବରେ ମିଲେଟର ଦୈନନ୍ଦିନ ଗ୍ରହଣୀୟତା ସୃଷ୍ଟି ହୋଇପାରିବ ଏବଂ ଏହା ପାଇଁ ସରକାର ସବୁ ସ୍ତରରେ ସାହାଯ୍ୟ କରିବାକୁ ପ୍ରସ୍ତୁତ” । ସେଫ୍ ମାଇକେଲ କହିଥିଲେ “ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମିଶନର ଅଂଶ ବିଶେଷ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଜନସାଧାରଣ ମିଲେଟର ପୁଷ୍ଟିକର ତତ୍ତ୍ୱ ବିଷୟରେ ଜାଣିବା ଦରକାର । ମହିଳାମାନଙ୍କୁ ନୂଆ ରେସିପି ଓ ପରିଚାଳନା ବିଷୟରେ ତାଲିମ ଦେବା ମୋତେ ବିଶେଷ ଆନନ୍ଦ ଦେଇଛି” ।
ମାଇକେଲ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ରେଷ୍ଟୁରାଂଟ ପରିଚାଳନା ବିଷୟରେ ଜ୍ଞାନ ପ୍ରଦର୍ଶନକୁ ଅଂଶଗ୍ରହଣକାରୀମାନେ ଉତ୍ସୁକତାର ସହ ଗ୍ରହଣ କରିବା ଦେଖିବାକୁ ମିଳିଥିଲା । ଏହା ସେମାନଙ୍କୁ କେମିତି ଲାଗିଲା ପଚାରିବାରୁ ଅଂଶଗ୍ରହଣକାରୀମାନେ କହିଥିଲେ “ସେଫ୍ ମାଇକେଲଙ୍କ ଠାରୁ ଶିଖିବାର ସୁଯୋଗ ପାଇ ଆମେ ସମସ୍ତେ ବହୁତ ଖୁସି । ପୁରା ସେସନ୍ ରେ ସେ ଆମ ପ୍ରତି ବହୁତ ସଦୟ ଥିଲେ । ମିଲେଟକୁ ନେଇ ବିଭିନ୍ନ ପ୍ରକାରର ରେସିପିର ତିଆରି ପ୍ରଣାଳୀ ଶିଖିଲୁ ତା ସହିତ ଡିସେସ୍ କେମିତି ଭଲ ଭାବରେ ପ୍ରେସେଣ୍ଟ ଓ ସୁସ୍ୱାଦୁ ହବ ସେକଥାବି ଶିଖିଲୁ ।
ଏହି ଫୁଡ ଫେଷ୍ଟିଭାଲ ରାଜ୍ୟରେ ଉତ୍ପାଦିତ ମିଲେଟକୁ ପ୍ରୋତ୍ସାହିତ କରୁଥିବା ବେଳେ , ତାଲିମ ସେସନ୍ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଦକ୍ଷ ଓ ସଶକ୍ତ କରିଛି । ମିଲେଟ ଫୁଡ ଫେଷ୍ଟିଭାଲ ମଇ ୨୦ ତାରିଖରେ ଶେଷ ହେବ ସେ ଯାଏଁ ସମସ୍ତେ ମାଇକେଲ୍ସ କିଚେନ ପରିଦର୍ଶନ କରିପାରିବେ ଏବଂ ସେଫ ମାଇକେଲ୍ ଓ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ତଥା ଆନ୍ତର୍ଜାତୀୟ ଖାଦ୍ୟର ସ୍ୱାଦ ନେଇପାରିବେ ।

0
0
0
s2sdefault