ଚିହ୍ନଟ ପାଇଁ ଓଡ଼ିଶା-ମୋ ପରିବାରର ଅନୁରୋଧ
ଗତ ମାର୍ଚ୍ଚ ମାସରେ ତାମିଲନାଡୁରେ ଠାବ ହୋଇଥିବା ଅଚିହ୍ନା ଓଡ଼ିଆ ବ୍ୟକ୍ତିଙ୍କର ସୂଚନା ଓଡ଼ିଶା-ମୋ ପରିବାର ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିଲା । ବିଭିନ୍ନ ଗଣମାଧ୍ୟମ ଏବଂ ଖବରକାଗଜରେ ଏହି ଖବର ପ୍ରସାରଣ ହେବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କର କୌଣସି ଠିକଣା ମିଳି ପାରି ନାହିଁ । ଆଜି ମଧ୍ୟ ସେହି ଅଚିହ୍ନା ଓଡ଼ିଆ ବ୍ୟକ୍ତି ତାମିଲନାଡୁରେ ଅଛନ୍ତି । ଯେହେତୁ ତାଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ଭଲ ନାହିଁ, ତେଣୁ ଯେତେ ଶୀଘ୍ର ତାଙ୍କର ପରିବାର ଚିହ୍ନଟ ହୋଇପାରିବ, ତାହା ତାଙ୍କ ପକ୍ଷେ ବହୁତ ଭଲ ହେବ ।
ତେଣୁ, ଓଡ଼ିଶା-ମୋ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି, ଯଦିଓ କେହି ଉକ୍ତ ବ୍ୟକ୍ତିଙ୍କୁ ଜାଣିଛନ୍ତି ତେବେ ୮୯୧୭୪୦୦୭୦୦ ନମ୍ବରରେ ଯୋଗାଯୋଗ କରନ୍ତୁ ।











