ପାରାଳlଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଆନୁକୁଲ୍ୟରେ "ଆନ୍ତର୍ଜାତିକ ମାତୃ ଦିବସ" ଓ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।
ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ମା ରତ୍ନବାଳା ପଟ୍ଟନାୟକ ବିଶିଷ୍ଟ ଅତିଥି , ଲୋକନାଥ ମିଶ୍ର , ତନୁଜା ଶତପଥୀ ସମ୍ପାଦିକା "ପ୍ରଗତି", ଲୋକନାଥ ମିଶ୍ର ,ବିଚିତ୍ରାନନ୍ଦ ବେବର୍ତ୍ତା ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ମଞ୍ଚାସିନ ଥିଲେ।
ମାଆକୁ ସମ୍ମାନ ଜାତିକୁ ସମ୍ମାନ ଏବଂ ମା ସର୍ବଂସହା ଏକ ବିଶେଷ ବ୍ୟକ୍ତିତ୍ଵ , ମା'ର ମମତା , ସ୍ନେହ , ତ୍ୟାଗ , ପ୍ରେମ ଅନନ୍ତ , ଅମାପ , ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ।
ଅନ୍ୟାନ୍ୟ ବକ୍ତା ମଧ୍ୟରେ ମନୋଜ ପଟ୍ଟନାୟକ , ପଣ୍ଡିତ ନରସିଂହ ଗୌଡ଼ , ସବିତା ପଣ୍ଡିତ , ରାଜେଶ୍ୱରୀ ସ୍ୱାଇଁ , ବର୍ଷା ରାଉତ , ପ୍ରଫୁଲ୍ଲ ବେବର୍ତ୍ତା , ମାନସୀ ପଣ୍ଡା ନିଜ ନିଜର ବକ୍ତବ୍ୟ ରଖି ଥିଲେ।
ଏହି ଶୁଭ ଅବସରରେ ଦୁଇ ଜଣ ଶ୍ରେଷ୍ଠ ମା ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଏବଂ ଏମ୍. ଯୋଗଲାମାଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ କବିତା ପାଠ ଉତ୍ସବ , ଏକକ ଅଭିନୟ , ନୃତ୍ୟ , ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ଶରତ ପ୍ରଧାନ , ତ୍ରିପତି ପଣ୍ଡା , ମୂରଲୀଧର ପରିଚ୍ଛା , ହରିମୋହନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପରିଶେଷରେ ରଞ୍ଜିତା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ମା'ର ମମତା , ସ୍ନେହ , ତ୍ୟାଗ , ପ୍ରେମ ଅନନ୍ତ , ଅମାପ , ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ ଅସ୍ତିତ୍ବ
- Hits: 304








