ଧନ୍ଦାମୂଳକ ଶିକ୍ଷକଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଉଦଯାପିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଶିକ୍ଷଣ ସହ ଓ୍ୱାର୍ଲଡ ସ୍କିଲ ସେଣ୍ଟର ଓ ସେଣ୍ଟ୍ରାଲ ଟୁଲ ଓ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ

ଭୁବନେଶ୍ୱର,:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥାନ ଭୁବନେଶ୍ୱର ଠାରେ ଆୟୋଜିତ ଧନ୍ଦାମୂଳକ ଶିକ୍ଷକମାନଙ୍କର ତାଲିମ ଉଦ୍ଯାପିତ ହୋଇଯାଇଛିା ପଣ୍ଡିତ ସୁନ୍ଦରଲାଲ ଶର୍ମା, କେନ୍ଦ୍ରୀୟ ପ୍ରଶିକ୍ଷଣ ସଂସ୍ଥାନ (PSSCIVE), ଭୋପାଳର ପ୍ରଶିକ୍ଷକମାନେ ଏହି ତାଲିମ ପ୍ରଦାନ କରିଥିଲୋ ତାଲିମର ମୂଳ ଲକ୍ଷ୍ୟ ଥିଲା ନାସ୍ନାଲ ସ୍କିଲ କ୍ୱାଲିଫିକେସନ ଫ୍ରେମ୍ଓ୍ୱାର୍କ ଆଧାରରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୭୪ ଗୋଟି ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ କରିବାା ଏହି ପ୍ରଶିକ୍ଷଣ କାଳରେ ପ୍ରଶିକ୍ଷାର୍ଥୀମାନେ ପ୍ରତ୍ୟହ ଯୋଗଶିକ୍ଷା ଲାଭ କରିଥିଲୋ ବିଷୟଭିତ୍ତିକ ଉନ୍ନତ ଜ୍ଞାନକୌଶଳ ସହିତ ପ୍ରିମିୟର ଓ୍ୱାର୍ଲଡ ସ୍କିଲ ସେଣ୍ଟର, ମଞ୍ଚେଶ୍ୱର ଓ ସେଣ୍ଟ୍ରାଲ ଟୁଲ ରୁମ ଏଣ୍ଡ ଟ୍ରେନିଂ ସେଣ୍ଟର, (ସିଟିଟିସି), ଚନ୍ଦକା ପରିଦର୍ଶନ କରି ପ୍ରତ୍ୟକ୍ଷ ଜ୍ଞାନକୌଶଳ ଲାଭ କରିଥିଲୋ
ପ୍ରତ୍ୟେକ କ୍ୟାମ୍ପସରେ ସେମାନେ ପାଖାପାଖି ଅଧାଦିନ ବିତାଇଥିଲେ ଓ ଉଭୟ ଏକାଡେ଼ମିକ ପ୍ରଶିକ୍ଷଣ ଏବଂ ଉତ୍ପାଦନ ବିଭାଗରେ ସୁବିଧା ପରିଦର୍ଶନ କରିଥିଲୋ କ୍ୟାମ୍ପସରେ ଉପଲବ୍ଧ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସୁବିଧାକୁ ନେଇ ଏହି ଦଳ ଅତ୍ୟନ୍ତ ପ୍ରଭାବିତ ହୋଇଥିଲୋ ସେଠାରେ ପଢ଼ìଥିବା ପିଲାମାନେ ଅଟୋମେସନ ପ୍ରକ୍ରିୟା ନିୟନ୍ତ୍ରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେସିନ ଲର୍ଣ୍ଣିଙ୍ଗ, ପାଇଥନ ଆଦି ବିଭିନ୍ନ ଶିଳ୍ପଭିତ୍ତିକ ତାଲିମ ପାଇ ପାରୁଛନ୍ତିା
ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍. ଆୟାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଓ PଗଗଈଔVଊ ଭୋପାଳର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦୀପକ ପାଲିଓ୍ୱାଲ ଅତିଥି ଭାବରେ ଯୋଗଦାନ କରିଥିଲୋ ନିର୍ଦ୍ଦେଶକ ଶ୍ରୀ ଆୟାର ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଦୈନନ୍ଦିନ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସଂଗେ ସଂଗେ ଏହି ଅନୁଷ୍ଠାନଗୁଡିକୁ ସମୃଦ୍ଧ କରିବା ପାଇଁ ମତାମତ ଲୋଡ଼ିଥିଲୋ
ପ୍ରାରମ୍ଭରେ ଅଂଶଗ୍ରହଣକାରୀ କେତେକ ଅଧ୍ୟପାକ ତାଲିମରେ ନିଜ ନିଜର ଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଏପରି ଏକ ଉନ୍ନତ ଶିକ୍ଷଣୀୟ କାର୍ଯ୍ୟକ୍ରମ ବିଭାଗ ଦ୍ୱାରା ସେମାନଙ୍କ ପାଇଁ ପ୍ରଥମ କରି ଆୟୋଜନ କରାଯାଇଥିବାରୁ ସାଧୁବାଦ ଜଣାଇଥିଲୋ
PଗଗଈଔVଊର ପ୍ରଶିକ୍ଷକ ପ୍ରଫେସର ମେହେରୋତ୍ରା ଏହି ପାଞ୍ଚଦିନିଆ ତାଲିମରେ ନିଜର ପ୍ରଶିକ୍ଷକ ଅନୁଭୂତି ବାଣ୍ଟିଥିଲେ ଓ ଏହି କାର୍ଯ୍ୟକ୍ରମ ଏକ ଅୟମାରମ୍ଭ ବୋଲି ମତବ୍ୟକ୍ତ କରିଥିଲୋ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଅଧିକରୁ ଅଧିକ ନିଜର ଦକ୍ଷତା ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲୋ ପାସିଭର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପାଲିଓ୍ୱାଲ କହିଥିଲେ ଯେ ଓଡିଶା ହେଉଛି ପ୍ରଥମ ରାଜ୍ୟ ଯେକି ପାସିଭ ଭୋପାଳର ସହାୟତାରେ ଏପରି ଏକ ତାଲିମ କାର୍ଯ୍ୟକ୍ରମ ଧନ୍ଦାମୂଳକ ଶିକ୍ଷକମାନଙ୍କ ପାଇଁ ନିଜ ରାଜ୍ୟରେ ଆୟୋଜନ କରିପାରିଛି ଯାହାକି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିବା ସେ ଓଡିଶା ସରକାରଙ୍କର ଏହି ଅଭିନବ ପ୍ରୟାସ ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବଙ୍କୁ ସାଧୁବାଦ ଜଣାଇଥିଲୋ
ପରିଶେଷରେ ସହନିର୍ଦ୍ଦେଶକ ଶ୍ରୀମତୀ ସୁନନ୍ଦା ମେକାପ ତାଲିମର ସଫଳତା ପାଇଁ ସମସ୍ତଙ୍କୁ ବିଶେଷ କରି ଆର.ଆଇ.ଇ.ର ଅଧ୍ୟକ୍ଷ ଓ ତାଙ୍କ ଟିମକୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲୋ ଏହି କାର୍ଯ୍ୟକ୍ରମକୁ ଉପନିର୍ଦ୍ଦେଶକ ପ୍ରଫେସର ତିଲୋତ୍ତମା ସେନାପତି ଓ ଆର.ଆଇ.ଇ.ର ଆସୋସିଏଟ ପ୍ରଫେସର ରଶ୍ମିରେଖା ସେଠୀ ସଂଯୋଜନା କରିଥିବାବେଳେ ଡ . ବିଜୟ କୁମାରୀ ପାତ୍ର ମଞ୍ଚ ପରିଚାଳନା କରିଥିଲୋ

0
0
0
s2sdefault