କିମ୍‍ସରେ ବିଶ୍ୱ ମାତୃ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ୧୪ ।୫: ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ। ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ। ରବିବାର କିମ୍‍ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହା କହିଛନ୍ତି। କିମ୍‍ସ ପରିସରରେ ମାଇଁ ମଦର ମାଇଁ ହିରୋ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶ୍ରୀ ସାମନ୍ତ ନିଜ ଜୀବନରେ ମାଆଙ୍କ ପ୍ରଭାବ ସମ୍ପର୍କରେ କହିବା ସହ ମାଆ ସ୍ୱର୍ଗତ ନୀଳିମାରାଣୀଙ୍କ ସ୍ମୃତିଚାରଣ କରିଥିଲେ। ନୀଳିମାରାଣୀ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଶ୍ରୀ ସାମନ୍ତଙ୍କୁ ଜଣେ ସଫଳ ମଣିଷ ଭାବେ ଗଢ଼ି ତୋଳିଥିଲେ। କିନ୍ତୁ ନିଜ ଜୀବନର ଦୀର୍ଘ ୨୫ବର୍ଷର ସଂଘର୍ଷ ମଧ୍ୟରେ ଶ୍ରୀ ସାମନ୍ତ ମାଆଙ୍କ ପ୍ରତି ଯଥେଷ୍ଟ ସମୟ ଦେଇପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ତେବେ ପ୍ରତ୍ୟେକ ମାଆଙ୍କ ପ୍ରତି ସନ୍ତାନମାନେ ଯତ୍ନଶୀଳ ହେବାକୁ ସେ ଅନୁରୋଧ କରିଥିଲେ। ମାଆଙ୍କ ସ୍ମୃତି ଓ ଅନୁଭୂତିରେ ଶ୍ରୀ ସାମନ୍ତ ଲେଖିଥିବା ‘ମାଇଁ ମଦର ମାଇଁ ହିରୋ’ ପୁସ୍ତକଟି ବେଶ ଲୋକପ୍ରିୟ ହୋଇଥିବା ବେଳେ ବିଶ୍ୱର ପ୍ରାୟ ଶହେଟି ଦେଶର ଲୋକ ଏହି ପୁସ୍ତକ ପଢ଼ିବାର ସୁଯୋଗ ପାଇଛନ୍ତି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।

କିମ୍‍ସରେ ପ୍ରତିବର୍ଷ ମେ ଦ୍ୱିତୀୟ ରବିବାର ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ (କିମ୍‍ସ) ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍‍ସ ମେଡିକାଲ୍‍ ଅଧୀକ୍ଷକ ଡା. ରାମଚନ୍ଦ୍ର ଦାସଙ୍କ ସମେତ କିମ୍‍ସର ବହୁ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault