ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ କୋରକୋଦା ଗ୍ରାମର ସତ୍ୟ ରଞ୍ଜନ ତ୍ରିପାଠୀ ମେଡିକାଲ୍ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି | ଆପୋଲୋ ହସ୍ପିଟାଲ ଭୁବନେଶ୍ଵରରେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ସତ୍ୟ ରଞ୍ଜନଙ୍କ ବାଟ ଓଗାଳି ଥିଲା ଅପରେସନ ପାଇଁ ଆବଶ୍ୟକୀୟ ଅର୍ଥ। ଅଭାବି ସଂସାରର ଦୁଃଖ ଦେଖି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହାୟତାରେ ପି.ଏମ ରିଲିଫ ଫଣ୍ଡରୁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଛି ସତ୍ୟ ରଞ୍ଜନଙ୍କୁ | ତାଙ୍କ ପରିବାର ଭଦ୍ରକ ସାଂସଦଙ୍କ ସହଯୋଗକୁ କେବେ ଭୁଲିବେ ନାହିଁ ବୋଲି କହିବା ସହିତ କୃତଜ୍ଞତା ଜଣେଇଛନ୍ତି |











