ସିମନ ବାଡ଼ିରେ ମାଓ ବ୍ୟାନର, ବନ୍ଦ ଡାକରାକୁ ସମର୍ଥନ ପାଇଁ କଲେ ଅପିଲ..

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନ ଜାତୀୟ ରାଜପଥର ସିମନବାଡ଼ି ଟୋଲଗେଟ ଓ ବୁଡ଼ାଗୁଡ଼ା ଛକ ଠାରେ ୧୨ଦଫା ଦାବି ନେଇ ବ୍ୟାନର ମାରିଛନ୍ତି ମାଓବାଦୀ I ବିଭିନ୍ନ ଦାବୀ ନେଇ ଆସନ୍ତା କାଲି ୧୫ ତାରିଖରେ ୭ଜିଲ୍ଲାରେ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ I ମାଓ ସଂଗଠନ କନ୍ଧମାଳ ଗଜପତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କଳାହାଣ୍ଡି ନୟାଗଡ଼ ଇତ୍ୟାଦି ୭ ଜିଲ୍ଲାରେ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବାକୁ ଜନସାଧାରଣଙ୍କ ପାଖରେ ଅପିଲ କରିଛନ୍ତି l ଦୁଇ ଦିନ ତଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ ସୁମେର ବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ l ଅନ୍ୟପକ୍ଷରେ କିଛି ଦିନ ନୀରବତା ପରେ ପୁଣି ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ହଠାତ ମାଓବାଦୀଙ୍କ ବ୍ୟାନର ଲାଗିବା ସମସ୍ତଙ୍କୁ ଆତଙ୍କିତ କରିଛି I ଏଇ କିଛି ଦିନ ହେବ ମାଓବାଦୀଙ୍କ ତରଫରୁ ବ୍ୟାନର ପୋଷ୍ଟର ଲାଗି ନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅଞ୍ଚଳରେ ମାଓବାଦୀ ସଙ୍ଗଠନ ବ୍ୟାନର ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି I ଏହି ବ୍ୟାନର ମାରି ଖୁଲୁମଖୁଲା ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ I

0
0
0
s2sdefault