ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ର ଏକ କମ୍ପାନୀ ଆଦିତ୍ୟ ଆଲୁମିନିୟମ ସମ୍ପ୍ରତି ସମ୍ବଲପୁର ଜିଲ୍ଲାର ଲପଙ୍ଗା ବ୍ଲକରେ ‘ପ୍ରୋଜେକ୍ଟ ସ୍ୱାସ୍ଥ୍ୟ ବାହିନୀ’ ନାମରେ ଏକ ଅନନ୍ୟ ସ୍ୱାସ୍ଥ୍ୟସେବା ପ୍ରୟାସ ଆରମ୍ଭ କରିଛି ।
ପ୍ରୋଜେକ୍ଟ ସ୍ୱାସ୍ଥ୍ୟ ବାହିନୀର ପ୍ରଧାନ ଲକ୍ଷ୍ୟ ହେଉଛି ଗ୍ରାମବାସୀଙ୍କ ଦ୍ୱାରଦେଶରେ ଉଭୟ ଆରୋଗ୍ୟକାରୀ ଓ ପ୍ରତିଷେଧମୂଳକ ମୌଳିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା । ଏଭଳି କରି କମ୍ପାନୀ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ଏବଂ ସୁଲଭ୍ୟତା ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରୁଛି । ଏହା ଲପଙ୍ଗା ବ୍ଳକ ଅନ୍ତର୍ଗତ ୬ଟି ଗ୍ରାମପଞ୍ଚାୟତ ଅଧୀନସ୍ଥ ୨୪ଟି ଗ୍ରାମରେ ପ୍ରାୟ ୨୦୦ ପରିବାରଙ୍କୁ ସ୍ୱାସ୍ଥ୍ୟସେବା ପରିସରଭୁକ୍ତ କରୁଛି । ଏହା ମହିଳା, ଶିଶୁ ଏବଂ ବୟସ୍କଙ୍କୁ ସେମାନଙ୍କ ଦ୍ୱାରଦେଶରେ ସେବା ଯୋଗାଇ ଦେଉଛି ।
ଏହାର ସେବାଗୁଡିକ ମଧ୍ୟରେ ରକ୍ତ ଶର୍କରା, ହେମୋଗ୍ଲୋବିନ, ଇସିଜି ଆଦି ନୈଦାନିକ ପରୀକ୍ଷଣ ଏବଂ ଅନ୍ୟ ୨୬ ପ୍ରକାର ପରୀକ୍ଷା; ଟେଲିମେଡିସିନ ଜରିଆରେ ଡାକ୍ତରଙ୍କ ସହିତ ମାଗଣା ପରାମର୍ଶ ଓ ଔଷଧ ବଣ୍ଟନ ଏବଂ ରୁଗ୍ଣ ବ୍ୟକ୍ତିଙ୍କ ଦ୍ୱାରଦେଶରେ ଲଜିଷ୍ଟିକ୍ସ ସମର୍ଥନ ଯୋଗାଇଦେବା ଆଦି ଅନ୍ତର୍ଭୁକ୍ତ । ଏତଦ୍ବ୍ୟତୀତ ଗ୍ରାମବାସୀଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ଓ ସଚେତନତା ଶିବିରମାନ ଆୟୋଜନ କରାଯାଉଛି ।
ଆଜି ପର୍ଯ୍ୟନ୍ତ ପ୍ରୋଜେକ୍ଟ ସ୍ୱାସ୍ଥ୍ୟ ବାହିନୀ ଅଧୀନରେ ୧୪୫୦ ଜଣ ଗ୍ରାମବାସୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି, ସ୍ୱାସ୍ଥ୍ୟ ଶିବିର ଏବଂ ୪ଟି ସଚେତନତା ଅଧିବେଶନ ଆୟୋଜନ କରାଯାଇଛି ଯେଉଁଥିରେ ୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ଶ୍ରୀ ସମୀର ନାୟକ, ୟୁନିଟ ହେଡ୍, ଆଦିତ୍ୟ ଆଲୁମିନିୟମ କହିଛନ୍ତି, “ଆମ ଚତୁଃପାର୍ଶ୍ୱରେ ବାସ କରୁଥିବା ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ଆମେ ଅତ୍ୟନ୍ତ ଚିନ୍ତିତ, କାରଣ ଆମେ ସେମାନଙ୍କ ପ୍ରତି ଯନôବାନ ।”
ନିଜର ଅଭିଜ୍ଞତା ବର୍ଣ୍ଣନା କରି ଲପଙ୍ଗା ଗ୍ରାମର ୮୭ ବର୍ଷୀୟା ସାବିତ୍ରୀ ମରେଇ କହିଛନ୍ତି, “ମୁଁ ଖଞ୍ଜା ଯନ୍ତ୍ରଣା ଭୋଗୁଥିଲି । ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଟିମ୍ ମୋ ଘରକୁ ଆସିଥିଲେ ଏବଂ ମୋର ଦୁଃଖ ଜାଣିବାପରେ ଟେଲିମେଡିସିନ୍ ଜରିଆରେ ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରି ମୋତେ ମାଗଣାରେ ଔଷଧ ଦେଇଥିଲେ । ସେମାନେ ତାହା ପରଦିନ ପୁନଶ୍ଚ ମୋ ଘରକୁ ଆସି ମୋତେ ଲପଙ୍ଗା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ, ଯେଉଁଠାରେ ଡାକ୍ତର ମୋର ପରୀକ୍ଷା ନିରୀକ୍ଷା କରି ଆଉ କିଛି ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । ଏବେ ମୋତେ ଢେର୍ ଭଲ ଲାଗୁଛି । ଆଦିତ୍ୟ ଆଲୁମିନିୟମ ମୋତେ ଯୋଗାଇ ଦେଇଥିବା ସ୍ୱାସ୍ଥ୍ୟସେବା ପାଇଁ ମୁଁ ବାସ୍ତବିକ ସେମାନଙ୍କ ନିକଟରେ କୃତଜ୍ଞ ।”
“ଗ୍ରାମବାସୀ, ବିଶେଷକରି ପରିବାରର ରୋଜଗାରିଆ ସଦସ୍ୟମାନେ ସେମାନଙ୍କର ଦୈନିକ ମଜୁରୀ ହରାଇବା ଆଶଙ୍କାରେ ଡାକ୍ତରୀ ଚିକିତ୍ସା ସୁବିଧା ନେବାରେ ବିଳମ୍ବ କରିଥାନ୍ତି । ପରିସ୍ଥିତି ଯେତେବେଳେ ଅଧିକ ଖରାପ ହୁଏ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ ପଡେ, ସେତେବେଳେ ସେମାନେ ଡାକ୍ତରଖାନା ଯାଇଥାନ୍ତି ଏବଂ ଏହାଦ୍ୱାରା ସେମାନଙ୍କୁ ଯାତାୟତ, ଡାକ୍ତରଙ୍କ ସହିତ ପରାମର୍ଶ କରିବା ତଥା ଔଷଧ ଆଦି ବାବଦରେ ଅଧିକ ଖର୍ଚ୍ଚ କରିବାକୁ ହୋଇଥାଏ । ଏଭଳି ଏକ ଆଦର୍ଶ ପ୍ରୟାସ ପାଇଁ ମୁଁ ଆଦିତ୍ୟ ଆଲୁମିନିୟମକୁ ଆନ୍ତରିକ ଧନ୍ୟବାଦ ଜଣାଉଛି,” ବୋଲି ଆଲୋକ ବେହେରା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ସିଏଚ୍ସି-ଲଇଡା, ସମ୍ବଲପୁର କହିଛନ୍ତି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ପ୍ରତିଦାନ ରଖିବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ଆଲୁମିନିୟମ ଗ୍ରୁପ୍ ଓଡ଼ିଶାରେ ୧୨୮ଟି ଗ୍ରାମରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସ୍ଆର ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମ୍ୟୁନିଟି ଇନିସିଏଟିଭ୍ସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅବଦାନ ରଖିବା ଗ୍ରୁପ୍ର ଲକ୍ଷ୍ୟ ହୋଇଛି । ଏହାଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉତ୍ତମ ଓ ସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ ଏବଂ ଦେଶର ମାନବ ବିକାଶ ସୂଚୀରେ ଉନ୍ନତି ଘଟାଉଛି । ଗ୍ରୁପ୍ର ସିଏସଆର୍ ଲକ୍ଷ୍ୟ ଦାରିଦ୍ର୍ୟ ବିଲୋପ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍ଏସଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।
ରାଜ୍ୟ
ଆଦିତ୍ୟ ଆଲୁମିନିୟମ୍ର ପ୍ରୋଜେକ୍ଟ ‘ସ୍ୱାସ୍ଥ୍ୟ ବାହିନୀ’, ପାରିପାର୍ଶ୍ଵିକ ଗ୍ରାମଗୁଡିକ ପାଇଁ ଏକ ବରଦାନ
- Hits: 320











