କଂଗ୍ରେସ ଭବନରେ କର୍ଣ୍ଣାଟକ ବିଜୟ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :କର୍ଣ୍ଣାଟକର କଂଗ୍ରେସର ବିପୁଳ ଓ ବୃହତ୍ତ ବିଜୟକୁ ଆନନ୍ଦ ଓ ଉଲ୍ଲାସ ସହ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ, କର୍ଣ୍ଣାଟକର ବିପୁଳ ବିଜୟ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ କାର୍ଯ୍ୟକ୍ରମର ପ୍ରତିଫଳନ । ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ, ସୋନିଆ ଗାନ୍ଧୀ ଓ ପ୍ରୀୟଙ୍କା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର କର୍ଣ୍ଣାଟକର ସାଧାରଣ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂହକାରଙ୍କୁ ସାଧାରଣ ଜନତା ବୁଝିପାରିଥିଲେ । କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନୀ ସରକାର, ଡବଲ ଇଞ୍ଜିନ୍ ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଆଶିର୍ବାଦକୁ କର୍ଣ୍ଣାଟକବାସୀ ପ୍ରତ୍ୟାଖାନ କରିଛନ୍ତି ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । ରାଜ୍ୟରେ ଦୁର୍ନୀତି, କୁଶାସନ, ବେରୋଜଗାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଧାର୍ମିକ ଅସହିଷ୍ଣୁତା ଏହି ନିର୍ବାଚନରେ ପ୍ରସଙ୍ଗ ରହିଥିଲା । ଏହି ବିଜୟ ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କର୍ଣ୍ଣାଟକର ପ୍ରଦେଶ ସଭାପତି ଏବଂ କର୍ଣ୍ଣାଟକର ଅଗଣିତ କର୍ମୀ ଓ ସାଧାରଣ ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କର୍ଣ୍ଣାଟକର ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବିଧାୟକ ସୁରେଶ କୁମାର ରାଉତରାୟ, ସୁରେଶ ମହାପାତ୍ର, କିଶୋର ଜେନା, ବନ୍ଦୀତା ପରିଡ଼ା, ମାନସ ଚୌଧୁରୀ, ଯୁଧିଷ୍ଠିର ଜେନା, ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାସ, ୟାସିର ନୱାଜ, ଜିୟା ଉଲ୍ ହକ୍‌, ବାଙ୍କନିଧି ବେହେରା, ହଳଧର ସେଠୀ, ବିସ୍ମୟ ମହାପାତ୍ର , ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଗୀତାଞ୍ଜଳୀ ମହାନ୍ତି, ପ୍ରଣତୀ ମିଶ୍ର, କୁସୁମ ପ୍ରଧାନ, ଜୟଶ୍ରୀ ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶ୍ରୀୟାସ୍ମିତା ପଣ୍ଡା, ଜୟକୃଷ୍ଣ ମଲ୍ଲିଆ, ସଞ୍ଜୟ ମିଶ୍ର, ଲିଙ୍ଗରାଜ ସାହୁ, ଜୟନାରାୟଣ ପଟ୍ଟନାୟକ, ଅଜୟ ସାହୁ, ସ୍ୱାଗତ କର, ଅଖିଳେଷ ଯାଦବ, ବୁନା ମହାନ୍ତି, ସୁରଜରାଉତ, ସାରରୁଖ୍ ଖାଁ, ଖଗେଶ୍ୱର ମଲ୍ଲିକ, ସାଗର ପଟ୍ଟନାୟକ, ନିଜଲ ଇସ୍‌ଲାମ, ମୁନା ପରିଡ଼ା, ଚିତ ନାୟକ, ଅଭିନାଷ ନନ୍ଦ, ରଞ୍ଜିତ ସେନାପତି, ଶ୍ରୀଧର ବଳିଆରସିଂ, ସୁଧାଂଶୁ ମହାନ୍ତି, ରସିକ ପଟ୍ଟନାୟକ, ସରୋଜ ଦାସ, ଉଦିଦ୍ ପ୍ରଧାନ, ବିରଞ୍ôଚ ଦାସ, ଦୁଲାଲ ପ୍ରଧାନ, ଜୟକୃଷ୍ଣ ସୁବୁଧି, ଅକ୍ଷୟ ଦାସ, ବରଦା ଦାସ, ନରୋତ୍ତମ ନାୟକ, ସାଗର ରଞ୍ଜନ ପରିଡ଼ା, ଅମେରଶ ପରିଡ଼ା ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର, ଯୁବ ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

0
0
0
s2sdefault