-
ପପୁ ପମପମ ଏବଂ ମଣ୍ଟୁ ଛୁରିଆ ଙ୍କ ଧମାଲା ରେ ଦର୍ଶକ ଝୁମିଲେ ନୃତ୍ୟ-ସଂଗୀତ-କମେଡି ର ତାଲେ ତାଲେ
-
ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ବ୍ରହ୍ମକ୍ଷେତ୍ର ପୀଠ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ କାର୍ଯ୍ୟକ୍ରମ ସଫଳ ହୋଇପାରିଛି - ଅତିଥି l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବଳିଷ୍ଠ ଉଦ୍ୟମ କ୍ରମେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ଉଦଯାପନୀ କାର୍ଯ୍ୟକ୍ରମ ସମ୍ଭବ ହୋଇପାରିଛି l ଏହି ଉଦଯାପନୀ ଉତ୍ସବ ରେ ପପୁ ପମପମ୍ପ ଏବଂ ମଣ୍ଟୁ ଛୁରିଆ ଙ୍କ ଧମାଲ ରେ ନୃତ୍ୟ, ସଂଗୀତ ର ତାଲେ ତାଲେ ହଜାର ହଜାର ସଂଖ୍ୟକ ଦର୍ଶକ ଝୁମିଥିଲେ l
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ୱ ରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ନିଆଳି ବିଧାୟକ ପ୍ରମୋଦ କୁମାର ମଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜ୍ୟ ମହିଳା କମିଶନ ମୁଖ୍ୟ ମିନତୀ ବେହେରା, ବରିଷ୍ଟ ବିଜେଡି ସଂଗଠନ ଜଗଦୀଶ ପ୍ରସାଦ ନାୟକ, ରାଜ୍ୟ ବିଜେଡି ସମ୍ପାଦକ ଶିଶିର କୁମାର ପରିଜା, ଟେଟ୍ରା ହାଇଡ୍ରେନ କଲେଜ ମୁଖ୍ୟ ତ୍ରିଦେବ ବେହେରା ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରି ମାହାଙ୍ଗା ଭଳି ସ୍ୱାଭିମାନୀ ମାଟି ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଏହିଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟିର ଯାହା କେବଳ ମାହାଙ୍ଗା ନୁହେଁ ବରଂ ସମଗ୍ର ଓଡିଶାରେ ଉସ୍ମିତ ଆଣିପାରିଛି ଏବଂ ମାହାଙ୍ଗାର କଳା, ସଂସ୍କୃତି, ସାହିତ୍ୟ କୁ ଉର୍ଧ୍ଵରେ ରଖିବାରେ ଏହି ମାହାଙ୍ଗା ମହୋତ୍ସବ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l
ଏହି ମହୋତ୍ସବ ରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଓଝା ସ୍ୱାଗତ ଭାଷଣ ଦେଇଥିଲା ବେଳେ , ଉପସଭାପତି ଗିରିଶ ରଞ୍ଜନ ମହାପାତ୍ର, ସମ୍ପାଦକ ଜ୍ଞାନରଞ୍ଜନ ରାଉତ, କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଶିଖାବିତ୍ତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଆଇନଜୀଵୀ ଅଶୋକ କୁମାର ମହାପାତ୍ର, ରାମଚନ୍ଦ୍ର ଲେଙ୍କା, ଉପଦେଷ୍ଟା କମିଟି ର ସଭ୍ୟ ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l
ଏହି ମହୋତ୍ସବ ଓରମାସ ଷ୍ଟଲ ସମେତ ବହୁ ଅତ୍ୟାଧୁନିକ ଝୁଲଣ, ରାମଦୋଳି, ସମ୍ବଲପୁରୀ ନୃତ୍ୟ, ପାଇକ ପୁଅ ଆଖଡ଼ା, ମୟୁରଭଞ୍ଜ ନୃତ୍ୟ ଦେଖିବା ପାଇଁ ବିଶାଳ ଜନଗହଳି ଦେଖିବାକୁ ମିଳିଥିଲା l ବିଧାୟକ ପ୍ରତାପ ଜେନାଙ୍କ ଏଭଳି ବଳିଷ୍ଠ ଉଦ୍ୟମ କୁ ସମଗ୍ର ମାହାଙ୍ଗା ଅଂଚଳର ବୁଦ୍ଧିଜୀବୀ, ଯୁବକ, ଜନସାଧାରଣ ମାନେ ଢେର ସାରା ପ୍ରଶଂସା କରିଥିବା ର ଜଣାଯାଇଛି ଯାହାପାଇଁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି











