ହେଡଲାଇନସ୍:

ଓଡ଼ଗାଁ ଏନଏସିରେ ୧ କୋଟି ୧୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ ନୟାଗଡ଼ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଆପଣ ମାନେ ସମସ୍ତେ ମୋ ମା'ପରି । ଏଣୁ ଆଶା କରୁଛି ସନ୍ତାନର କଷ୍ଟକୁ ଆପଣମାନେ ହିଁ ବୁଝିପାରିବେ"

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିକାଶର ଧାରା ଆଗେଇ ଚାଲିଥିବା ବେଳେ ଓଡ଼ଗାଁର ଶ୍ରେୟ ସବୁବେଳେ ଆଗରେ ରହିଛି । କୌଣସି ବିକାଶ ମୂଳକ କାର୍ଯ୍ୟକୁ ଯେତିକି କଷ୍ଟ ସ୍ବୀକାର କରି ନିର୍ମାଣ କରାଯାଇଥାଏ, ସନ୍ତାନକୁ ଜନ୍ମ ଦେଇଥିବା ମା'ହିଁ କେବଳ ଏହାକୁ ଅନୁଭବ କରିପାରିବ । ଆପଣ ମାନେ ସମସ୍ତେ ମୋ ମା'ପରି । ଏଣୁ ଆଶା କରୁଛି ସନ୍ତାନର କଷ୍ଟକୁ ଆପଣମାନେ ହିଁ ବୁଝିପାରିବେ । ଏବଂ ସେହି କଷ୍ଟକୁ ସହ୍ୟ କରିବା ପାଇଁ ଶକ୍ତି ସାହାସ ଯୋଗେଇ ଦେବେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ ଏସି ସ୍ମାର୍ଟ ଶ୍ମଶାନ ସହିତ ୧ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୬ ଗୋଟି ପ୍ରକଳ୍ପକୁ ଲୋକାର୍ପଣ କରାଯାଇଥିବା ବେଳେ ସ୍ଥାନୀୟ ଦଲକ ଠାରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶନିବାର ସନ୍ଧ୍ୟାରେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହି କଥା ରଖିଥିଲେ । ବିଧାୟକ ଓଡ଼ଗାଁ ଗସ୍ତରେ ଆସି ଦୂତୀକେଶ୍ବର ମହାଦେବଙ୍କ ପୀଠ ଜାମୁପାଟଣା ଠାରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ପାର୍କ ଓ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ ସ୍ଥାନ ନିରୂପଣ ଚୂଡ଼ାନ୍ତ କରିଥିଲେ । ପରେ ଓଡ଼ଗାଁ ଏନଏସି ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ମାର୍ଟ ଶ୍ମଶାନ, ସାଧାରଣ ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ମିନିଷ୍ଟାଡିୟମ ନିକଟରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଶୁଦ୍ଧ ପାନୀୟ ଜଳ କେନ୍ଦ୍ର, ୭ ଲକ୍ଷ ୯ ହଜାର ଟଙ୍କା ବ୍ୟୟରେ ଦଲକ ଠାରେ ନିର୍ମାଣ ହୋଇଥିବା ମିଶନଶକ୍ତି ଗୃହ, ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଦଲକ ଅଙ୍ଗନବାଡ଼ି କେନ୍ଦ୍ର, ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମିନି ପାର୍କକୁ କ୍ରମାନ୍ୱୟରେ ଉଦଘାଟନ କରି ଲୋକାର୍ପଣ କରିଥିଲେ । ଏବଂ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସାଧାରଣ ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନଙ୍କ ସମେତ ସୂର୍ଯ୍ୟନାରାୟଣ ଚୌଧୁରୀ, ବିଭୁପ୍ରସାଦ ସାହୁ ପ୍ରମୁଖ ବିଧାୟକଙ୍କ ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଓଡ଼ଗାଁ ବ୍ଳକ ବିଡ଼ିଓ ତଥା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ବେହେରା, ସାଧାରଣ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଧାକର ସ୍ବାଇଁ, ଏନଏସି ଜେଇ ସାର୍ଥକ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

0
0
0
s2sdefault