ଝାରବନ୍ଧ - ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଳପୁର ଠାରେ ରବି ଧାନ କ୍ରୟ ପାଇଁ ମଣ୍ଡି କୁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଉଦଘାଟନ କରିଛନ୍ତି l ଲଉଡ଼ିଦର୍ହl ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ତ ଏହି ମଣ୍ଡି ହେବା ଯୋଗୁଁ ଅଙ୍ଗ ନଦୀ, ଚିରାଲ ନାଲା କୁଳ ଓ ଗଭୀର ନଳକୂପ ଯୋଜନା ରେ ଧାନ ଫସଲ କରିଥିବା ଚାଷୀ ମାନେ ଉପକୃତ ହେବେ l ଆର. ଏମ. ସି ସମ୍ପାଦକ ତ୍ରିନାଥ ରାଉତ, ଏ ଆର ସି ଏସ ଗୋପାଳ ପୃସେଠ, ଏ ସି ଏସ ଓ ସନ୍ତୋଷ ପଧାନ, ରାଜବୋଡ଼ାସମ୍ବର କୃଷକ ସଂଗଠନ ର ଆଇନ ପରାମର୍ଶଦାତା ଅଜିତ ଶତପଥୀ, ରୋହିତ ପ୍ରଧାନ, ଦହିତ ସାହୁ, ଲଉଡ଼ିଦର୍ହl ସମବାୟ ସମିତି ସଭାପତି ମନୋଜ ଭୋଇ, ସମ୍ପାଦକ ରାଧେଶ୍ୟାମ ଖର୍ଷେଲ, ଅଶ୍ୱିନୀ ଦାଶ, ଗୋବରଧନ ସାହୁ (ନବୀନ),ଝସକେତନ ସାହୁ,ହରେକୃଷ୍ଣ ପଟେଲ, କୃଷ୍ଣଚନ୍ଦ୍ର ପଟେଲ, ମଦନ ପଟେଲ ଓ ଅଞ୍ଚଳ ର ଅନେକ ଚାଷୀ ଯୋଗଦାନ କରିଥିଲେ l ସେହିପରି ଲଉଡ଼ିଦର୍ହl ଠାରେ ଚକ୍ରଧର ଜଗତ, ଦେବରାଜ ସାହୁ, ବିବେକାନନ୍ଦ ପଟେଲ, ରାହୁଲ ଭୋଇ, ଆର ଏମ ସି କର୍ମଚାରୀ ରାଜେନ୍ଦ୍ର ଥପା, ବଣ୍ଟି ସାହୁ ଙ୍କ ଉପସ୍ଥିତି ରେ ମଣ୍ଡି ର ଶୁଭାରମ୍ଭ ହୋଇଛି l ଛତିଶଗଡ଼ ରାଜ୍ୟ ର ଧାନ ସୀମାନ୍ତଵର୍ତ୍ତି ଲଉଡ଼ିଦର୍ହl ଏବଂ ଜଗଦଲପୁର ଧାନ ମଣ୍ଡି କୁ ନ ଆସିବ ସେ ଉପରେ ସମ୍ପାଦକ ଶ୍ରୀ ଖର୍ଷେଲ ବହୁ ସଂଖ୍ୟରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ସୂଚନା ଦେଇଥିଲେ l ଧରାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l
ରାଜ୍ୟ
ଜଗଦଲପୁର, ଲଉଡ଼ିଦର୍ହl ଧାନ ମଣ୍ଡି ଶୁଭାରମ୍ଭ
- Hits: 471