ଜିତିଲେ ଦୀପାଳି ହାରିଲେ ଟଙ୍କ: କଂଗ୍ରେସର ହେଲା କରମ ବାଙ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେଡି କରିଛି ବାଜିମାତ । ବିଜେଡି ପ୍ରାର୍ଥୀନି ତଥା ସ୍ୱର୍ଗତ ନବ ଦାସଙ୍କ କନ୍ୟା ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ହରାଇ ବିଜୟ ଲାଭ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ମିଳିଛି ୫୮ ହଜାର ୩୮୪ ଭୋଟ । ବାପାଙ୍କଠୁଁ ଅଧିକ ଭୋଟରେ ଜିତିଛନ୍ତି ଦୀପାଳି | ଏଠି କଂଗ୍ରେସର କର୍ମ ବାଙ୍କ | ବିଗତ ନିର୍ବାଚନରେ କଂଗ୍ରେସ ୧୮,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଅମାନତ ହଜେଇ ଦେଇଥିବା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଭୋଟ ।

0
0
0
s2sdefault