ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀକ୍ଷେତ୍ରରେ ଶୁକ୍ରବାର ଭଉଁରି ନୀତି ସମ୍ପନ୍ନ ହୋଇଛି । ଅର୍ଥାତ୍ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଶେଷ ଦିନ। ଏହି ଦିନ ଶ୍ରୀଜିଉମାନଙ୍କ ରଥ ଚକା ଡେରା ନୀତି ସମ୍ପନ୍ନ ପରମ୍ପରା ମଧ୍ଯ ଅଛି । ପରମ୍ପରା ଅନୁଯାଇ ଆଜି ତିନି ରଥର ଚକଡେରା ନୀତି କରାଯାଇଛି ।
ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ଆଜ୍ଞାମାଳ ଆସିବାପରେ ତିନି ରଥର ଚକଡେରା ନୀତି କରାଯାଇଛି। ପ୍ରତି ରଥର ୨ଟି ଲେଖାଏଁ ନାହାକା ଚକ ନିର୍ମାଣ କରାଯାଇଛି । ତିନି ଠାକୁରଙ୍କ ପୂଜାପଣ୍ଡାମାନେ ମହାପ୍ରଭୁଙ୍କ ଅଙ୍ଗଲାଗି ତିନୋଟି ଅଜ୍ଞାମାଳ ଆଣିଥିଲେ । ବିଧି ମୁତାବକ ପୂଜାର୍ଚ୍ଚନା ପରେ ୩ଟି ରଥର ମୋଟ ୬ଟି ଚକରେ ଅଖ ସଂଯୋଗ କରାଯାଇଥିବା ଜଣାପଡିଛି । ଆଜ୍ଞାମାଳ ଲାଗି ପରେ ଭୋଇ ସେବକମାନେ ରଥଖଳାର ଇଷ୍ଟଦେବୀ ମା ଚର୍ଚ୍ଚିକାଙ୍କୁ ଆଜ୍ଞାମାଳ ଅର୍ପଣ କରିଥିଲେ ।
ସେପଟେ ଶୁକ୍ରବାର ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଅନ୍ତିମ ଦିନ ଅର୍ଥାତ ଭଉଁରୀ । ନରେନ୍ଦ୍ର ପୁଷ୍କରିଣୀରୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା ଏକ ଅନନ୍ୟ ପରମ୍ପରା । ଭଉଁରୀରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି ।