ମାହାଙ୍ଗା ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ମୟୁରଭଞ୍ଜ, ସମ୍ବଲପୁରୀ-ପାଇକ ଆଖଡ଼ା ନୃତ୍ୟରେ ବିଭୋର ହେଲେ ଦର୍ଶକ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ବ୍ରହ୍ମକ୍ଷେତ୍ର ପୀଠ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ସାରା ଓଡ଼ିଶାରେ ଉସ୍ମିତ ଆଣିପାରିଛି 

  • ମାହାଙ୍ଗା ମହୋତ୍ସବ ସାହିତ୍ୟି, ସଂସ୍କୃତି, କଳା ଓ ଐତିହ୍ୟ କୁ ଉଜ୍ଜିବିତ କରିପାରିଛି - ସମ୍ମାନିତ ଅତିଥି l     

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ସ୍ଥିତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ର ଚତୁର୍ଥ ଦିନ ସନ୍ଧ୍ୟା ମହାସମାରୋହରେ ବିଶାଳ ଜନସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସଭାପତିତ୍ୱ ରେ ବିଶିଷ୍ଟ ଅତିଥି ଭାବେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜେଡି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ଡେପୁଟି ମେୟର ଦମୟନ୍ତୀ ମାଝୀ, ମୋ ପରିବାର ଜୀବନ ବିନ୍ଦୁ ନିର୍ଦେଶକ ରଞ୍ଜନ କୁମାର ବିଶ୍ୱାଳ, ବିଜେଡି ଲିଗାଲ ଫଣ୍ଟ ସଭାପତି ମିଲନ କାନୁନଗୋ, ସାଲେପୁର ଏସଡିପିଓ ବିମଳ ବାରିକ, ମାହାଙ୍ଗା ଆଇଆଇସି ବିଜୟ ମଲିକ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରି ମାହାଙ୍ଗା ଭଳି ସ୍ୱାଭିମାନୀ ମାଟି ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଏହିଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟିର ଯାହା କେବଳ ମାହାଙ୍ଗା ନୁହେଁ ବରଂ ସମଗ୍ର ଓଡିଶାରେ ଉସ୍ମିତ ଆଣିପାରିଛି ଏବଂ ମାହାଙ୍ଗାର କଳା, ସଂସ୍କୃତି, ସାହିତ୍ୟ କୁ ଉର୍ଧ୍ଵରେ ରଖିବାରେ ଏହି ମାହାଙ୍ଗା ମହୋତ୍ସବ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l

ଏହି ମହୋତ୍ସବ ରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଓଝା ସ୍ୱାଗତ ଭାଷଣ ଦେଇଥିଲା ବେଳେ , ଉପସଭାପତି ଗିରିଶ ରଞ୍ଜନ ମହାପାତ୍ର, ସମ୍ପାଦକ ଜ୍ଞାନରଞ୍ଜନ ରାଉତ, କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନ୍ଦିର ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ଶିଖାବିତ୍ତ ଅକ୍ଷୟ କୁମାର ଷଡ଼ଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଆଇନଜୀଵୀ ଅଶୋକ କୁମାର ମହାପାତ୍ର, ରାମଚନ୍ଦ୍ର ଲେଙ୍କା, ଉପଦେଷ୍ଟା କମିଟି ର ସଭ୍ୟ ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା ଙ୍କ ସମେତ ବହୁ ବିଜେଡି କର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l ଏହି ମହୋତ୍ସବ  ଓରମାସ ଷ୍ଟଲ ସମେତ ବହୁ ଅତ୍ୟାଧୁନିକ ଝୁଲଣ, ରାମଦୋଳି, ସମ୍ବଲପୁରୀ ନୃତ୍ୟ, ପାଇକ ପୁଅ ଆଖଡ଼ା, ମୟୁରଭଞ୍ଜ ନୃତ୍ୟ ଦେଖିବା ପାଇଁ ବିଶାଳ ଜନଗହଳି ଦେଖିବାକୁ ମିଳିଥିଲା l ଏହି ମହୋତ୍ସବ 9 ତାରିଖ ଦିନ ଆରମ୍ଭ ହୋଇଥିଲା ବେଳେ 12 ତାରିଖ ଦିନ 4ର୍ଥ ଦିନ ରାତ୍ର ରେ ଝୁମିଥିଲେ ଦର୍ଶକ ଏବଂ ଏହି ଉତ୍ସବ ର ଉଦଯାପନୀ ଉତ୍ସବ 13 ତାରିଖ ଅର୍ଥାତ ଶନିବାର ଦିନ ଅନୁଷ୍ଠିତ ହେବ l

ଏହି ଉତ୍ସବ ରେ ମଣ୍ଟୁ ଛୁରିଆ ସାଙ୍ଗକୁ ପପୁ ପମପମ୍ପ ଧମାଲ କରିବେ, ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ଉଦଯାପନୀ ଉତ୍ସବ ରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବା ପାଇଁ ବିଧାୟକ ପ୍ରତାପ ଜେନା ଆମନ୍ତ୍ରଣ କରିଅଛନ୍ତି l ବିଧାୟକ ପ୍ରତାପ ଜେନାଙ୍କ ଏଭଳି ବଳିଷ୍ଠ ଉଦ୍ୟମ କୁ ସମଗ୍ର ମାହାଙ୍ଗା ଅଂଚଳର ବୁଦ୍ଧିଜୀବୀ, ଯୁବକ, ଜନସାଧାରଣ ମାନେ ଢେର ସାରା ପ୍ରଶଂସା କରିଥିବା ର ଜଣାଯାଇଛି ଯାହାପାଇଁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି l

0
0
0
s2sdefault