ବାର ନମ୍ବର ୱାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କର୍ପୋରେଟରଙ୍କ ଦ୍ୱାରା ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର /ଚକ୍ରଧର ମାଝୀ : ବାର ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ ୱାର୍ଡର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଉନ୍ନୟନମୂଳକ କାମ ଗୁଡିକର ସମୀକ୍ଷା କରିଛନ୍ତି l

ଆଦିମାତା କଲୋନୀ, ସାମନ୍ତ ବିହାର, ଗଜପତି ନଗର ଓ ନ୍ୟୁ ଗଭର୍ନମେନ୍ଟ କଲୋନୀ ଅଞ୍ଚଳର ରାସ୍ତା , ଡ୍ରେନ୍ , ସୌନ୍ଦର୍ଯ୍ୟ କରଣ ଓ ବିଛାଯାଉଥିବା ପେଭର ଆଦି କାମ ଗୁଡିକର ସମୀକ୍ଷା କରିବା ସହିତ କିପରି ଏହି କାମର ତ୍ୱରାନ୍ୱିତ କରାଯାଇ ବର୍ଷାଦିନ ପୂର୍ବରୁ ସମ୍ପନ୍ନ କରାଯିବ ଓ କାର୍ଯ୍ୟର ଗୁଣାତ୍ମକମାନରେ ଯେପରି କୌଣସି ସାଲିସ୍ ନହୁଏ ସେଥିପାଇଁ ଠିକାଦାରଙ୍କୁ ତାଗିଦ୍ କରିଥିଲେ l

କର୍ପୋରେଟରଙ୍କ ସହିତ ବିଏମସିର ସହକାରୀ ଯନ୍ତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

0
0
0
s2sdefault