ଭୁବନେଶ୍ୱର : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର LG ଏବଂ ଗୃହ ବିଭାଗ ମାଧ୍ୟମରେ ଦିଲ୍ଲୀ ସରକାରଙ୍କର ନ୍ୟାର୍ଯ୍ୟ ଅଧିକାରକୁ ସଙ୍କୁ୍ଚିତ କରି ଅରବିନ୍ଦ କେଜରିୱାଲ ଙ୍କର ସମସ୍ତ ଯୋଜନାକୁ ବାଧାପହଞ୍ଚାଉଥିଲେ । ଦିଲ୍ଲୀ ବାସୀଙ୍କ ଦ୍ଵାରା ନିର୍ବାଚିତ ସରକାର ନିଜର ଯୋଜନା ଏବଂ କାମକୁ କାର୍ଯ୍ୟକାରୀ କରିବା ପାଇଁ ଅମଲାତନ୍ତର ସହଯୋଗ ପାଉନଥିଲେ । ସମସ୍ତ ସଚିବଙ୍କର ନିଯୁକ୍ତି,ମୃତୟନ ଏବଂ ବଦିଳି LG କରୁଥିବାରୁ ସେମାନେ ରାଜ୍ୟ ସରକାର ପରିବର୍ତ୍ତେ କେନ୍ଦ୍ର ସରକାରଙ୍କର ନିର୍ଦ୍ଧେଶରେ ପରିଚାଳିତ ହେଉଥିଲେ । ସମ୍ବିଧାନର ସମସ୍ତ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ LG କେନ୍ଦ୍ରର ନିର୍ଦ୍ଧେଶରେ ରାଜ୍ୟ ସରକାରଙ୍କର ସମସ୍ତ କ୍ଷମତାକୁ ହଡ଼ପ୍ କରି ଦେଇଥିଲେ ।
ମାତ୍ର ଆଜି ଅତ୍ୟନ୍ତ ଖୁସିର ବିଷୟ ସୁପ୍ରିମ୍ କୋର୍ଟ ଏହି ମାମଲାର ବିଚାର କରି ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ କ୍ଷମତା ରହିଛି । କେନ୍ଦ୍ର ସରକାର ସେଥିରେ ସିଧା ସଳଖ ହସ୍ତକ୍ଷେପ କରିପାରିବେ ନାହିଁ । LG ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ମାନିବାକୁ ବାଧ୍ୟ ଏବଂ କର୍ମଚାରୀ ମାନଙ୍କର ନିୟୋଜନ ଏବଂ ବଦଳି ଉଭୟ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ରହିବ । ଏହା ଗଣତନ୍ତ୍ର, ସମ୍ବିଧାନ ଏବଂ ଦିଲ୍ଲୀ ବାସୀଙ୍କର ବିଜୟ ଅଟେ ।
ପଛଦ୍ଵାର ଦେଇ କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ଆମ୍ ଆଦ୍ମୀ ପାର୍ଟି ସରକାରଙ୍କୁ ନିୟନ୍ତ୍ରିତ କରିବା ଯେଉଁ ଷଡଯନ୍ତ୍ର କରିଥିଲେ, ତାହା ଆଜି ବିଫଳ ହୋଇଅଛି । ସେଥିପାଇଁ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ତରଫରୁ ସୁପ୍ରିମ୍ କୋର୍ଟର ନିଷ୍ପତିକୁ ସ୍ୱାଗତ କରାଯିବା ସହିତ ଭାରତୀୟ ଜନତା ପାର୍ଟିରେ ଷଡଯନ୍ତ୍ରଙ୍କୁ ତୀବ୍ର ଭର୍ତ୍ସନା କରାଯାଇଅଛି ।
ରାଜ୍ୟ
ସୁପ୍ରିମ୍ କୋର୍ଟ ନିଷ୍ପତିଙ୍କୁ ଆମ୍ ଆଦ୍ମୀ ପାର୍ଟି ର ସ୍ୱାଗତ
- Hits: 259